Advertisment

ଯାତ୍ରୀବାହୀ ବସ୍‌କୁ ହାତୀ କଲା ଆକ୍ରମଣ, ଦେଖନ୍ତୁ ଭିଡିଓ

ବସ୍‌କୁ ଆକ୍ରମଣ କରିବା ପରେ ହାତୀ ପଛକୁ ବୁଲି କିଛି ଲୋକଙ୍କୁ ଗୋଡ଼ାଇଥିଲା। ତେବେ ସେମାନେ ଦୌଡ଼ି ପଳାଇଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bus

Bus

ଆନ୍ଧ୍ରପ୍ରଦେଶର ମାନ୍ୟମ ଜିଲ୍ଲାର ପାର୍ବତୀପୁରମ ନିକଟ କୋମରାଡ଼ା ଗ୍ରାମ ନିକଟରେ ଆଜି ସକାଳେ ଗୋଟିଏ ହାତୀ ଏକ ଯାତ୍ରୀବାହୀ ବସ୍‌ ଉପରକୁ ଆକ୍ରମଣ କରିଥିଲା। ତେବେ ଏହି ଘଟଣାରେ କେହି ହତାହତ ହୋଇନାହାନ୍ତି।

Advertisment

ଏହି ଘଟଣାର ଏକ ଭିଡ଼ିଓ ସାମ୍ନାକୁ ଆସିଛି। ହାତୀଟି ଦୌଡ଼ି ଦୌଡ଼ି ଯାଇ ବସ୍‌ଟିକୁ ଆକ୍ରମଣ କରିଥିଲା। ତା’ ଦାନ୍ତରେ ହାତୀ ବସ୍‌ର ସାମ୍ନା କାଚକୁ ନଷ୍ଟ କରି ଦେଇଥିଲା। ତା’ପରେ ବସ୍‌କୁ ପଛକୁ ଠେଲି ଦେଇଥିଲା। ସେତିକି ବେଳେ ବସର ଯାତ୍ରୀ ଓ ସ୍ଥାନୀୟ ଲୋକେ ପ୍ରାଣ ବିକଳରେ ଏଣେତେଣେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା।

ବସ୍‌କୁ ଆକ୍ରମଣ କରିବା ପରେ ହାତୀ ପଛକୁ ବୁଲି କିଛି ଲୋକଙ୍କୁ ଗୋଡ଼ାଇଥିଲା। ତେବେ ସେମାନେ ଦୌଡ଼ି ପଳାଇଥିଲେ।

Advertisment

ଏହି ଅଞ୍ଚଳରେ ହାତୀ ଉପଦ୍ରୁବ କିଛି ନୂଆ କଥା ନୁହେଁ। ହାତୀ ଗାଁରେ ପଶି ଫସଲ ନଷ୍ଟ କରନ୍ତି। କିନ୍ତୁ ପ୍ରଥମ ଥର ପାଇଁ ଆଜି ଏକ ଯାତ୍ରୀବାହୀ ବସ୍‌କୁ ଆକ୍ରମଣ କରିଥିଲା ଏକ ହାତୀ।