Advertisment

ଛକା ମାରି କାର୍ ଭାଙ୍ଗିଲେ ପେରୀ, ଭିଡ଼ିଓ ଭାଇରାଲ୍

ମ୍ୟାଚରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏଲିସ ପେରୀଙ୍କ ଏକ ସର୍ଟ ବେଶ୍ ଭାଇରାଲ୍ ହେଉଛି।

ଅଦ୍ୟତନ ହୋଇଛି
Ellyse Perry

Ellyse Perry

Advertisment

ଗତକାଲି ବେଙ୍ଗାଲୁରୁର ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ୟୁପି ୱାରିଅର୍ଜ ଏବଂ ରୟାଲ ଚ୍ୟାଲେଞ୍ଜର ବେଙ୍ଗାଲୁରୁ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଆରସିବି ୨୩ ରନରେ ବିଜୟୀ ହୋଇଛି।

Advertisment

ମ୍ୟାଚରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ଏଲିସ ପେରୀଙ୍କ ଏକ ସର୍ଟ ବେଶ୍ ଭାଇରାଲ୍ ହେଉଛି। ପେରୀ ଏକ ଛକା ମାରିଥିଲେ, ଯାହା କାର୍ କାଚ ଭାଙ୍ଗି ଦେଇଛି। କାର୍ କାଚ ଭାଙ୍ଗିବା ପରେ ପେରୀଙ୍କ ରିଆକ୍ସନର ଭିଡିଓ ବେଶ୍ ଭାଇରାଲ୍ ହେଉଛି।

Advertisment

ଏହି ମ୍ୟାଚରେ ଅଧିନାୟକ ସ୍ମୃତି ମନ୍ଧାନା ଏବଂ ଷ୍ଟାର ଅଲରାଉଣ୍ଡର ଏଲିସ ପେରୀଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଥିଲା। ମନ୍ଧାନା ୫୦ ବଲରେ ୮୦ ରନ୍ କରିଥିବା ବେଳେ ପେରୀ ୩୭ ବଲରେ ୫୮ ରନ୍ କରିଥିଲେ। ଦଳ ନିର୍ଦ୍ଧାରିତ ଓଭର ମଧ୍ୟରେ ୩ ୱିକେଟ୍ ହରାଇ ୧୯୮ ରନ୍ ସଂଗ୍ରହ କରିଥିଲା।

୧୯୯ ରନର ଟାର୍ଗେଟକୁ ପିଛା କରି ୟୁପି ୱାରିୟର୍ଜ ୧୭୫ ରନରେ ଅଟକିଥିଲା। ଫଳରେ ଆରିସିବି ଏହି ମ୍ୟାଚକୁ ୨୩ ରନରେ ଜିତି ନେଇଛି। ଏହି ବିଜୟ ସହ ପଏଣ୍ଟ ଟେବୁଲର ତୃତୀୟକୁ ଉନ୍ନିତ ହୋଇଛି ଦଳ।  

Viral RCB Viral Video Ellyse Perry WPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe