Advertisment

ସ୍କୁଲ ଯିବାକୁ ବାଜି ଲାଗୁଛି ଜୀବନ; ଉଛୁଳା ନଦୀ ପାର୍‌ ହେବାକୁ ରଶି ଭରସା

ସ୍କୁଲ ଯିବା ନିମନ୍ତେ ସେମାନଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି। ସ୍କୁଲରେ ପାଦ ଦେବା ପୂର୍ବରୁ ସେମାନଙ୍କୁ ଅତି ବିପଜ୍ଜନକ ଭାବେ ନଦୀ ପାର୍‌ ହେବାକୁ ପଡ଼ୁଛି।

student

student

Advertisment

ଶିକ୍ଷା ସମସ୍ତଙ୍କ ମୌଳିକ ଅଧିକାର। ମାତ୍ର ଏକବିଂଶ ଶତାଦ୍ଦୀରେ ବି ଏଥିନିମନ୍ତେ ପିଲାମାନଙ୍କୁ ସଂଘର୍ଷ କରିବାକୁ ପଡ଼ୁଛି। ଏପରିକି ସ୍କୁଲ ଯିବା ନିମନ୍ତେ ସେମାନଙ୍କୁ ନିଜ ଜୀବନକୁ ବାଜି ଲଗାଇବାକୁ ପଡ଼ୁଛି। ସ୍କୁଲରେ ପାଦ ଦେବା ପୂର୍ବରୁ ସେମାନଙ୍କୁ ଅତି ବିପଜ୍ଜନକ ଭାବେ ନଦୀ ପାର୍‌ ହେବାକୁ ପଡ଼ୁଛି। ତାହା ପାଇଁ କେବଳ ରଶି ଖଣ୍ଡେ ହିଁ ଭରସା। ତାହା ମଝି ନଦୀରେ ଛିଣ୍ଡିଗଲେ କଥା ସରିଲା। ଏପରି ଏକ ଲୋମଟାଙ୍କୁରା ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି, ସ୍କୁଲ ୟୁନିଫର୍ମରେ ଥିବା ଜଣେ ଛାତ୍ରୀ ସ୍କୁଲ ଯିବା ନିମନ୍ତେ ଏକ ନଦୀ କୂଳରେ ପହଞ୍ଚିଛି। ନଦୀ ଆର ପଟରେ ପହଞ୍ଚିଲେ ହିଁ ପିଲାଟି ସ୍କୁଲ ଯାଇପାରିବ । ଆଉ ଏଥିନିମନ୍ତେ ନା ତ ବ୍ରିଜ ଅଛି ନା ଆଉ କିଛି ବିକଳ୍ପ । କେବଳ ରଶି ଭରସା।

ତେଣୁ ପିଲାଟି ଅତି ଦୁଃସାହସିକ ଭାବେ କାନ୍ଧରେ ବ୍ୟାଗ ଓହଳାଇ ହାତରେ ରଶିକୁ ଧରି ଉଛୁଳା ନଦୀର ଏପାଖରୁ ଆର ପାଖକୁ ଯାଉଛି। ଯିଏ ଏହି ଭିଡିଓ ଦେଖୁଛି ତାର ଲୋମ ଟାଙ୍କୁରି ଯିବା ସ୍ୱାଭାବିକ । କାରଣ କୌଣସି କାରଣବଶତଃ ମଝି ନଦୀରେ ରଶି ଛିଣ୍ଡିଗଲେ ପିଲାର ସନ୍ଧାନ ମିଳିବା କଷ୍ଟକର ହୋଇପଡ଼ିବ ।

Advertisment

ଟ୍ୱିଟରରେ ଏହି ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ଏହାକୁ ୮ ମିଲିୟନରୁ ଅଧିକ ଥର ଦେଖା ହୋଇ ସାରିଲାଣି। ୨୬ ସେକେଣ୍ଡର ଏହି ଭିଡିଓ କ୍ଲିପ୍‌ ଏବେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି।

ଏହି ଭିଡିଓ ଗତବର୍ଷ ଭାଇରାଲ ହୋଇଥିବା ବେଳେ ଏହା ଭାରତର ବୋଲି କୁହାଯାଉଥିଲା। ମାତ୍ର ଏହା କଲମ୍ବିଆର ବୋଲି ଏବେ ପ୍ରଚାର ହେଉଛି।

Viral Video Students
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe