Advertisment

୧୨ ବର୍ଷ ପୁରୁଣା ଗାଡ଼ିକୁ ସାମାଧି ଦେଲେ, ସାମିଲ ହେଲେ ୧୫ଶହ ଲୋକ

ସାମଧି ଦେବା ବେଳେ ହେଉଥିବା ସମସ୍ତ ପ୍ରକାରର ରୀତିନୀତି ମଧ୍ୟ ପରିବାର ଲୋକ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ ଶହ ଲୋକ ସାମିଲ ହୋଇ ଗାଡ଼ିକୁ ବିଦାୟ ଜଣାଇଛନ୍ତି।

Car

Car

Advertisment

ଯେଉଁ ଗାଡ଼ିକୁ ଅତି ଯତ୍ନରେ ଦୀର୍ଘ ୧୨ କାଳ ବ୍ୟବହାର କରୁଥିଲେ ତା’କୁ ଏବେ ଅଶ୍ରୁଳ ବଦାୟ ଦେଇଛନ୍ତି ଗୋଟିଏ ପରିବାର। ଗୁଜରାଟର ଏହି ପରିବାର ୧୨ ବର୍ଷ ତଳର ପୁରୁଣା ଗାଡ଼ି ପାଇଁ ଗୋଟିଏ ବିରାଟ ଅନ୍ତିମ ସଂସ୍କାରର ବ୍ୟବସ୍ଥା କରିବା ସହ ତା’ର ସମାଧି ଦେଇଛନ୍ତି।

Advertisment

ସାମଧି ଦେବା ବେଳେ ହେଉଥିବା ସମସ୍ତ ପ୍ରକାରର ରୀତିନୀତି ମଧ୍ୟ ପରିବାର ଲୋକ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୫ ଶହ ଲୋକ ସାମିଲ ହୋଇ ଗାଡ଼ିକୁ ବିଦାୟ ଜଣାଇଛନ୍ତି।

ପୂରା ଘଟଣା ଗୁଜରାଟର ଆମରେଲି ଜିଲ୍ଲାରେ ଘଟିଛି। ଏହାର ଏକାଧିକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବିରାଟ ବିଦାୟୀ କାର୍ଯ୍ୟକ୍ରମ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଛି। ପରିବାରର ମାଲିକାନାରେ ଥିବା ଗୋଟିଏ ଜମିରେ କାରକୁ ସାମଧି ଦିଆଯାଇଛି।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଲକି ନାମକ ଏହି କାରଟି ହେଉଛି ୱାଗନ ଆର। ପରିବାର ଠାରୁ ଏହା ବିଦାୟ ନେଉଥିବାରୁ ଏହାକୁ ଫୁଳ ମାଳ ଓ ଗେଣ୍ତୁ ଫୁଲରେ ସଜା ଯାଇଛି। ବିରାଟ ପଟୁଆରରେ ଗାଡ଼ିଟିକୁ ସାମଧି ସ୍ଥଳ ଯାଏ ଅଣାଯାଇଥିଲା।

ଏହାପରେ ୧୫ ଫୁଟ ଗାତ ମଧ୍ୟକୁ ଏହାକୁ ନିଆଯାଇଥିଲା। ସେଠାରେ ବିଭିନ୍ନ ପ୍ରକାରର ପୂଜାପାଠ କରାଯିବା ପରେ ପରିବାର ଲୋକଙ୍କ ଉପସ୍ଥିତିରେ ଏହାକୁ ସମାଧି ଦିଆଯାଇଛି।

ଗାଡ଼ିର ମାଲିକ ସଞ୍ଜୟ ପାଲ୍ଲୋରା ଏପରି କାର୍ଯ୍ୟକ୍ରମ ପଛରେ ଥିବା କାରଣ ସମ୍ପର୍କରେ କହିଛନ୍ତି। ସୁରତରେ ସଞ୍ଜୟଙ୍କ ଗୋଟିଏ କନଷ୍ଟ୍ରକସନ ବ୍ୟବସାୟ ରହିଛି। ପରିବାରର ସଫଳତା ପଛରେ ଏହି କାରର ଭୂମିକା ରହିଥିବା ସେ କହିଛନ୍ତି।

ସଞ୍ଜୟ କହିଛନ୍ତି, “ଏହି କାରକୁ ମୁଁ ୧୨ ବର୍ଷ ତଳେ କିଣିଥିଲି। ଘରକୁ କାର୍‌ ଆସିବା କ୍ଷଣି ପରିବାର ହସଖୁସି ଦେଖିବାକୁ ମିଳିଥିଲା। ବ୍ୟବସାୟରେ ସଫଳତା ମିଳିଥିଲା ଓ ଆମର ସାମାଜିକ ପ୍ରତିଷ୍ଠା ବଢ଼ିଥିଲା। ଗାଡ଼ିଟି ଆମ ଭାଗ୍ୟ ବଦଳାଇ ଦେଇଥିବାରୁ ଏହାର ନାଁ ଲକି ରହିଥିଲା। ଏବେ ଏହାକୁ ବିକ୍ରି କରିବା ବଦଳରେ ଆମେ ସମାଧି ଦେଇଛୁ।”

ଗାଡ଼ିଟିକୁ ସାମାଧି ଦିଆଯିବା ପୂର୍ବରୁ ଏହା ଉପରେ ଗ୍ରୀନ ରଙ୍ଗର ଜରି ଘୋଡ଼ା ଯାଇଥିଲା। ପଣ୍ଡିତ ମନ୍ତ୍ର ପାଠ କରୁଥିବା ବେଳେ ପରିବାର ଲୋକମାନେ ଏହା ଉପରେ ଗୋଲାପ ଫୁଲ ପକାଇଥିଲେ। ସେହିପରି କାରକୁ ସମାଧି ଦେବା ପୂର୍ବରୁ ସେମାନେ ଏହାର ଚାରିପାଖରେ ଗରବା ମଧ୍ୟ କରିଥିଲେ। ପରିବାର ଲୋକଙ୍କ ପକ୍ଷରୁ ଲୋକମାନଙ୍କୁ ଖାଇବାକୁ ମଧ୍ୟ ଦିଆଯାଇଛି।

Viral Video Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe