Advertisment

ଗୁପ୍ତା ପରିବାରର ‘ନୋ ଫୋନ’ ଚୁକ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା

ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମାସକ ଯାଏ ଜୋମାଟୋ ଓ ସ୍ୱିଗୀ ଭଳି ଫୁଡ ଡେଲିଭରୀ ଆପ୍‌ର ବ୍ୟବହାର ଉପରେ ବ୍ୟାନ ଲାଗିବ।

author-image
Hemant Lenka
Stamp

Stamp

ଘର ଭିତରେ ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାର ଉପରେ ରୋକ ଲଗାଇବାକୁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଗୁପ୍ତା ପରିବାର। ଘରର ମୁରବୀ ମଞ୍ଜୁ ଗୁପ୍ତା ପରିବାର ଲୋକଙ୍କ ସହ ନୋ ଫୋନ ଚୁକ୍ତି କରିଛନ୍ତି।

Advertisment

ଫୋନରେ ସମସ୍ତେ ବ୍ୟସ୍ତ ରହୁଥିବାରୁ ପରିବାର ଲୋକଙ୍କ ସହ କେହି ବି ଠିକ ଭାବେ କଥାବାର୍ତ୍ତା ହୋଇ ପାରୁ ନାହାନ୍ତି। ପରିବାର ଲୋକଙ୍କୁ ସମୟ ଦେବା ଓ ଫୋନର ବ୍ୟବହାର କମ କରିବା ପାଇଁ ଗୁପ୍ତା ପରିବାର ପକ୍ଷରୁ କିଛି ନିୟମ ଲାଗୁ କରାଯାଇଛି। ଯଦି କେହି ନିୟମ ଉଲ୍ଲଙ୍ଘନ କରିବେ, ତା’ହେଲେ ମାସକ ଯାଏ ଜୋମାଟୋ ଓ ସ୍ୱିଗୀ ଭଳି ଫୁଡ ଡେଲିଭରୀ ଆପ୍‌ର ବ୍ୟବହାର ଉପରେ ବ୍ୟାନ ଲାଗିବ। ଅର୍ଥାତ ଉଲ୍ଲଙ୍ଘନକାରୀ ଖାଦ୍ୟ ବାହାରୁ ଅର୍ଡର କରିପାରିବେ ନାହିଁ।

ପରିବାର ଲୋକ ପରସ୍ପର ମଧ୍ୟରେ କରିଥିବା ଚୁକ୍ତିର ପେପର ସାମ୍ନାକୁ ଆସିଛି। ଅଣ ନ୍ୟାୟିକ ଷ୍ଟାମ୍ପ ପେପରରେ ନିୟମଗୁଡ଼ିକୁ ଉଲ୍ଲେଖ କରାଯାଇଛି। ଏଥିରେ ଥିବା ସମସ୍ତ ନିୟମକୁ ଗୁପ୍ତା ପରିବାରର ସଦସ୍ୟମାନେ ପାଳନ କରିବେ ବୋଲି ଦସ୍ତଖତ କରିଛନ୍ତି।

Advertisment

ପ୍ରଥମ ନିୟମରେ କୁହାଯାଇଛି ଯେ ପରିବାର ଲୋକ ସେମାନଙ୍କର ଦିନ ସ୍ମାର୍ଟ ଫୋନ ବଦଳରେ ସୂର୍ଯ୍ୟଙ୍କୁ ଚାହିଁ ଆରମ୍ଭ କରିବେ। ଦ୍ୱିତୀୟ ନିୟମରେ ପରିବାର ଲୋକଙ୍କୁ ଏକାଠି ରହିବାକୁ କୁହାଯାଇଛି। ପରିବାରର ସବୁ ସଦସ୍ୟ ଏକାଠି ଡାଇନିଂ ଟେବୁଲରେ ଖାଇବାକୁ ବାଧ୍ୟ। ଏହି ସମୟରେ ସେମାନେ ନିଜ ନିଜର ଫୋନ ଡାଇନିଂରୁ ଅତି କମରେ ୨୦ ପାଦ ଦୂରରେ ରଖିବେ।

ତୃତୀୟ ନିୟମରେ କୁହାଯାଇଛି ଯେ ବାଥରୁମ ଯିବା ବେଳେ ପରିବାରର ସବୁ ସଦସ୍ୟ ଫୋନ ବାହାରେ ରଖିବେ। ଏହାଦ୍ୱାରା ସେମାନେ ରିଲ୍ସ ବଦଳରେ ନିଜର କାମ ଉପରେ ଧ୍ୟାନ ଦେଇ ପାରିବେ। ଏହି ୩ ନିୟମକୁ ସମସ୍ତେ ପାଳନ କରିବାକୁ ବାଧ୍ୟ ବୋଲି ଷ୍ଟାମ୍ପ ପେପରରେ ଉଲ୍ଲେଖ ରହିଛି। ଏଥିରେ ମଞ୍ଜୁ ଗୁପ୍ତାଙ୍କ ସମେତ ପରିବାରର ଆଉ ୩ ଜଣ ସଦସ୍ୟଙ୍କ ଦସ୍ତଖତ ରହିଛି।

ଅନନ୍ୟା ପାଣ୍ଡେ ଓ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ଅଭିନୀତ ଖୋ ଗେୟ ହମ କାହାଁ ସିନେମା ମଞ୍ଜୁ ଗୁପ୍ତାଙ୍କୁ ତାଙ୍କ ପିଲାମାନେ ଦେଖାଇଥିଲେ। ଏହି ଫିଲ୍ମ ଦେଖିବା ପରେ ମଞ୍ଜୁ ଜାଣି ପାରିଥିଲେ ଯେ ତାଙ୍କ ପିଲାମାନେ ମଧ୍ୟ ସୋଶାଲ ମିଡିଆରେ ବେଶ ସମୟ ବିତାଉଛନ୍ତି। ତେଣୁ ସେ ଗୁପ୍ତା ପରିବାର ପାଇଁ ନୂଆ ଚୁକ୍ତିନାମା ପ୍ରସ୍ତୁତ କରିଛନ୍ତି।

ଗୁପ୍ତା ପରିବାର କରିଥିବା ଚୁକ୍ତିନାମା ଭାଇରାଲ ହେବା ପରେ ଜୋମାଟୋ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ଦେଇଛି। ସଂସ୍ଥା କହିଛି ଯେ “ମୁଝେ କିୟୁଁ ତୋଡା?” ଏହା ବଲିଉଡ ଫିଲ୍ମ ୱେଲକମର ଏକ ଚର୍ଚ୍ଚିତ ଡାଏଲଗ। ଏବେ ସୋଶାଲ ମିଡିଆରେ ଏହି ଖବରଟି ଭାଇରାଲ ହେବାରେ ଲାଗିଛି।

Viral Photo Smart Phone