Advertisment

ମ୍ୟାଚ୍‌ ମଝିରେ ପିଟାପିଟି ହେଲେ ଫ୍ୟାନ୍‌

ଷ୍ଟାଡିୟମ ଷ୍ଟାଣ୍ଡ ଭିତରେ କିଛି ଫ୍ୟାନ୍‌ ହଠାତ୍‌ ପରସ୍ପର ଉପରକୁ ମାରପିଟ୍‌ କରିଥିଲେ।

author-image
Madhupriya Mistry
fans fight in delhis arun jaitley stadium

fans fight in delhis arun jaitley stadium

ମ୍ୟାଚ୍‌ ମଝିରେ ହଠାତ୍‌ ପିଟାପିଟି ହେଲେ ଫ୍ୟାନ୍‌। କେବଳ ପିଟାପିଟି ନୁହେଁ ଚୁଟି ଭିଡା ଭିଡି ମଧ୍ୟ ହେଲେ। ଖଚାଖଚ ଭିଡ ଭିତରେ ଲାଗିଲା ଝଗଡ଼ା। କେହି ମଧ୍ୟ ଶାନ୍ତ ପଡିବାକୁ ହେଲେନି ପ୍ରସ୍ତୁତ। ଏପରିକି ପାଖରେ ବସିଥିବା ଅନ୍ୟ ଲୋକେ ମଧ୍ୟ ଏହି ଝଗଡ଼ା ଦେଖି ନିଜ ନିଜ ସିଟ୍‌ ଛାଡ଼ି ଉଠି ପଳାଇଲେ। ଗତକାଲି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ଏଥିରେ ଭାରତ ଆଫଗାନିସ୍ତାନକୁ ୮ ଓ୍ୱିକେଟ୍‌ରେ ଧୂଳିଚଟାଇ ଥିଲା। ଏହି ସମୟରେ ଷ୍ଟାଡିୟମ ଷ୍ଟାଣ୍ଡ ଭିତରେ କିଛି ଫ୍ୟାନ୍‌ମାନେ ହଠାତ୍‌ ପରସ୍ପର ସହ ମାରପିଟ୍‌ ହୋଇଥିଲେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ଦେଖିବାକୁ ମିଳିଛି, ଷ୍ଟାଡିୟମର ଷ୍ଟାଣ୍ଡ ଭିତର ବସିଥିବା କିଛି ଫ୍ୟାନ୍‌ଙ୍କ ମଧ୍ୟରେ ଝଗଡ଼ା ହେଉଛି। ଦେଖୁ ଦେଖୁ ଏହି ଝଗଡ଼ା ବଢ଼ିବାରେ ଲାଗୁଛି। ଫ୍ୟାନ୍‌ମାନେ ପରସ୍ପର ସହ ମାରପିଟ୍ କରିବା ସହ ଚୁଟି ଭିଡାଭିଡି ହେଉଛନ୍ତି। ଆଉ କିଛି ଲୋକେ ଝଗଡାକୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଫ୍ୟାନ୍‌ମାନଙ୍କ ମଧ୍ୟରେ କେଉଁ କଥାକୁ ନେଇ ଏଭଳି ଝଗଡ଼ା ହେଲା ସେ ନେଇ କୌଣସି ସୂଚନା ନାହିଁ।

ଏହି ଭିଡିଓଟି ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକେ ଏହି ଲଢ଼େଇ ଭିଡିଓକୁ ଦେଖି ଟିମ୍‌ ଇଣ୍ଡିଆର ଖେଳାଳି ବିରାଟ୍‌ କୋହଲି ଓ ଆଫଗାନିସ୍ତାନର ନବୀନ ଉଲ୍‌ ହକ୍‌ଙ୍କ ଉଦାହରଣ ଦେଉଛନ୍ତି। ଜଣେ ସୋଶାଲ ମିଡିଆ ୟୁଜର୍‌ କୋହଲି ଓ ନବୀନଙ୍କ ଫଟୋ ସେୟାର କରି ଲେଖିଛନ୍ତି, 'ଏମାନେ ପରସ୍ପର ବନ୍ଧୁ ହୋଇଗଲେ, କିନ୍ତୁ ଏମାନେ ଲଢ଼େଇ କରୁଛନ୍ତି।'

Advertisment

ଉଲ୍ଲେଖଯୋଗ୍ୟ ଗତକାଲିର ଏହି ବିଶ୍ୱକପ୍‌ ମ୍ୟାଚ୍‌ ବେଶ୍‌ ରୋମାଞ୍ଚକର ଥିଲା। ଆଫଗାନିସ୍ତାନ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୫୦ ଓଭର୍‌ରେ ୮ ଓ୍ୱିକେଟ୍ ହରାଇ ୨୭୨ ରନ୍‌ କରିଥିଲା ଆଫଗାନିସ୍ତାନ। ଏହାର ଜବାବରେ ଭାରତୀୟ ଟିମ୍‌ ୩୫ ଓଭର୍‌ରେ ୨ ଓ୍ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା।

Bcci Viral Video Indian Cricket Team Afganistan ODI World Cup