ଘଟଣା ବେଳର ଦୃଶ୍ୟ
ହେଲମେଟ ପିନ୍ଧି ନଥିବାରୁ ମୁମ୍ବାଇ ଟ୍ରାଫିକ ପୁଲିସ୍ର ଜଣେ ଅଧିକାରୀ ଯୁବକଙ୍କ ଚାଲାଣ କାଟିଥିଲେ। କିନ୍ତୁ ଚାଲାଣ କଟିବାର କିଛି ସମୟ ପରେ ଉକ୍ତ ଟ୍ରାଫିକ ପୁଲିସ୍ଙ୍କୁ ସ୍କୁଟ ସହ ବିଚ୍ ରାସ୍ତାରେ ଅଟକାଇ ଯୁବକ ଜଣଙ୍କ ହଟହଟା କରିଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍ବ ବିଭାଗ ପକ୍ଷରୁ ଘଟଣାର ସ୍ପଷ୍ଟୀକରଣ ଦିଆଯାଇଛି।
ବାସ୍ତବରେ ହେଲମେଟ ନ ପିନ୍ଧିଥିବାରୁ ଜଣେ ଯୁବକ ଫାଇନ ଭରିଥିଲେ। ତାଙ୍କର ଫାଇନ କାଟିଥିବା ମୁମ୍ବାଇ ଟ୍ରାଫିକ ପୁଲିସ୍ର ବାବୁଙ୍କୁ କିଛି ସମୟ ପରେ ସ୍କୁଟିରେ ଯାଉଥିବା ଯୁବକ ଜଣଙ୍କ ଦେଖିବାକୁ ପାଇଥିଲେ। ସ୍କୁଟିକୁ ଜଣେ ପୁଲିସ୍ ବାବୁ ହେଲେମେଟ ପିନ୍ଧି ଚଳାଉ ଥିବା ବେଳେ ତାଙ୍କ ପଛରେ ବସିଥିବା ଟ୍ରାଫିକ ପୁଲିସ୍ ବାବୁ ଜଣଙ୍କ ହେଲମେଟ ପିନ୍ଧି ନଥିଲେ।
ସେହିପରି ସ୍କୁଟିର ନମ୍ବର ପ୍ଲେଟ ମଧ୍ୟ ଜଙ୍କ ଖାଇ ଯାଇଥିଲା। ଏହା ଟ୍ରାଫିକ ନିୟମର ଉଲ୍ଲଙ୍ଘନ ହୋଇଥିବାରୁ କିଛି ସମୟ ପୂର୍ବରୁ ଫାଇନ ଦେଇଥିବା ଯୁବକ ଜଣଙ୍କ ଦୁଇ ପୁଲିସ୍ ବାବୁଙ୍କ ସ୍କୁଟିକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ।
ଏହି ଦୃଶ୍ୟକୁ ସେଠାରେ ଉପସ୍ଥିତ ଥିବା ଆଉ ଜଣେ ଯୁବକ ମୋବାଇଲରେ କଏଦ କରିଥିଲେ। ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଜଣଙ୍କ ପୁଲିସ୍ ବାବୁଙ୍କ ସ୍କୁଟିକୁ ଭିଡ଼ ଧରିବା ସହ ଭଙ୍ଗା ନମ୍ବର ପ୍ଲେଟ ସମ୍ପର୍କରେ ପଚାରୁଛନ୍ତି। ଏହାର ଭିଡିଓ ଭାଇରାଲ ହେବା ପରେ କିଛି ଲୋକ ପୁଲିସ୍ ଉପରେ ଓ ଆଉ କିଛି ଲୋକ ଯୁବକଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଛନ୍ତି।
ଭିଡିଓ ଭାଇରାଲ ହେବା ପରେ ମୁମ୍ବାଇ ଟ୍ରାଫିକ ପୁଲିସ୍ର ଡେପୁଟି କମିଶନର ପଙ୍କଜ ଏସ୍ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ମଧ୍ୟାହ୍ନ ସମୟରେ ହାବିଲଦାର ଗାଏକ୍ୱାଡ ଓ ଶେଲାର ମିଳିତ ଭାବେ ମାର୍ଶଲ ଡ୍ୟୁଟିରେ ଯାଇଥିଲେ। ଏହି ସମୟରେ ଗାଏକ୍ୱାଡ ତାଙ୍କର ଜଣେ ବନ୍ଧୁଙ୍କ ସ୍କୁଟି ବ୍ୟବହାର କରିଥିଲେ।
ଡ୍ୟୁଟୀ ବେଳେ ଗାଏକ୍ୱାଡ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଜଣେ ଯୁବକଙ୍କ ନାଁରେ ଚାଲାଣ କାଟିଥିଲେ। ଚାଲାଣ କାଟିବା ପରେ ସେମାନେ ନିୟମିତ ପ୍ୟାଟ୍ରୋଲିଂ ଜାରି ରଖିଥିଲେ। ସେମାନେ ପୁଣି ଉକ୍ତ ଅଞ୍ଚଳକୁ ପ୍ୟାଟ୍ରୋଲିଂରେ ଆସିବାରୁ ଫାଇନ ଦେଇଥିବା ଯୁବକ ଉଦ୍ଦେଶ୍ୟମୂଳକ ଭାବେ ଅଧିକାରୀଙ୍କ ଭିଡିଓ ରେକର୍ଡ କରି ଅନଲାଇନରେ ଭାଇରାଲ କରିଥିଲେ।
ପୁଲିସ୍ ଗାଡ଼ିରେ ନମ୍ବର ପ୍ଲେଟ ନଥିବା ନେଇ ଯେଉଁ ଦାବି କରାଯାଉଛି, ତା’ର ମିଛ। ଗାଡ଼ିର ପଛ ଭାଗରେ ଥିବା ନମ୍ବର ପ୍ଲେଟ ସଂପୂର୍ଣ୍ଣ ଭାବେ ଦେଖାଯାଉଛି। କେବଳ ସାମ୍ନା ପଟେ ଥିବା ନମ୍ବର ପ୍ଲେଟ ଠିକ ଭାବେ ଦେଖାଯାଉ ନାହିଁ। ପରଦିନ ଠିକ ନମ୍ବର ପ୍ଲେଟକୁ ଲଗା ଯାଇଥିଲା। ବିନା ମିରର ଓ ପୁଲିସ୍ ପାଟିଲ ସଙ୍କେତ ବିନା ଗାଡ଼ି ଚଳାଉଥିବାରୁ ପ୍ରାୟ ୨ ହଜାର ଟଙ୍କାର ଚାଲାଣ କଟାଯାଇଛି ବୋଲି ସେ କହିଛନ୍ତି।
ଯୁବକଙ୍କ ଆଚରଣକୁ ବିରୋଧ କରି ପଙ୍କଜ କହିଛନ୍ତି ଯେ ବିଚ ରାସ୍ତାରେ ଏପରି ଗାଡ଼ି ଅଟକାଇବା ଓ ଭିଡିଓ ଅଟକାଇବା ଅତ୍ୟନ୍ତ ବିପଦଜନକ। ଏହା ନିଜର ତଥା ଗାଡ଼ି ଚାଳକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ।
ଯଦି କାହାର ଚାଲାଣ ନେଇ ଅଭିଯୋଗ ରହିଛି, ତା’ହେଲେ ସେମାନେ ଟ୍ରାଫିକ ଆପ୍ରେ ଏନେଇ ଅଭିଯୋଗ କରିପାରିବେ ବୋଲି ପଙ୍କଜ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/29/police-2025-10-29-17-55-42.jpg)