Iphone
ମନ୍ଦିରରେ ଫୁଲ ବିକି ମା’ ପରିବାର ଚଳାନ୍ତି। ହେଲେ ପୁଅର ଇଚ୍ଛା ଆଇ ଫୋନ ଧରିବା। ପୁଅ ଆଇ ଫୋନ ପାଇଁ ଜିଦ କରିବାରୁ ମା’ ନିଜର ଅସହାୟତା ପ୍ରକାଶ କଲେ। କିନ୍ତୁ ପୁଅ ଫୋନ ପାଇଁ ୩ ଦିନ ନ ଖାଇ ନ ପିଇ ଅନଶନ କଲା। ଶେଷରେ ବାଧ୍ୟ ହୋଇ ମନ୍ଦିରରେ ଫୁଲ ବିକ୍ରି କରୁଥିବା ମା’ ଜଣଙ୍କ ତାଙ୍କ ପୁଅ ପାଇଁ କେମିତି ଗୋଟିଏ ଆଇ ଫୋନ କିଣିଛନ୍ତି, ତା’ର ଖବର ସାମ୍ନାକୁ ଆସିଛି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଫୁଲ ବିକାଳୀଙ୍କ ପୁଅ ଗୋଟିଏ ମୋବାଇଲ ଷ୍ଟୋରରେ ବିଡ଼ାଏ ଟଙ୍କା ଧରି ଛିଡ଼ା ହୋଇଛି। ସେ ଆଇ ଫୋନ କିଣିବା ପାଇଁ ଯାଇଛି। ଏହି ସମୟରେ ଦୋକାନୀ ଜଣଙ୍କ ପିଲାଟିର ପସନ୍ଦର ମୋବାଇଲ କଥା ପଚାରୁଥିବା ବେଳେ ପାଖରେ ଛିଡ଼ା ହୋଇଥିବା ତା’ ମା’ ପୂରା ଘଟଣା ସମ୍ପର୍କରେ ଦୋକାନୀଙ୍କୁ କହୁଛନ୍ତି।
ମା’ଙ୍କ କହିବା କଥା ଯେ ଆଇ ଫୋନ ପାଇଁ ପୁଅ ୩ ଦିନ ହେଲା ଅଖିଆ ଅପିଆ ଅନଶନ କରିଥିଲା। ଫଳରେ ସେ ବାଧ୍ୟ ହୋଇ ମୋବାଇଲ କିଣିବାକୁ ଆସିଛନ୍ତି। ସେ କହିଛନ୍ତି, “ମୁଁ ଗୋଟିଏ ମନ୍ଦିର ବାହାରେ ଫୁଲ ବିକ୍ରି କରେ। ମୋ ପୁଅ ଆଇ ଫୋନ କିଣିବାକୁ ଜିଦ କରି ୩ ଦିନ ହେଲା କିଛି ଖାଉ ନଥିଲା। ତେଣୁ ବାଧ୍ୟ ହୋଇ ଆଇ ଫୋନ ପାଇଁ ଟଙ୍କା ଯୋଗାଡ଼ କରି ଆଣିଛି। ମୁଁ ଖୁସି। କିନ୍ତୁ ମୁଁ ଚାହୁଁଛି ଯେ ସେ ମଧ୍ୟ ରୋଜଗାର କରୁ। ମୁଁ ମୋବାଇଲ ପାଇଁ ଯେତିକି ଟଙ୍କା ଦେଇଛି, ସେ ରୋଜଗାର କରି ସେ ଟଙ୍କା ଫେରାଇ ଆଣୁ ବୋଲି ଚାହୁଁଛି।”
ଘଟଣାର ଭିଡିଓରୁ Incognito ନାମକ ଗୋଟିଏ ଏକ୍ସ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କୁହାଯାଇଛି ଯେ “ଏହି ନିକମା ପୁଅ ଜଣକ ଖାଇବାର ବନ୍ଦ କରି ଦେଇଥିଲା ଓ ତା’ ମା’ଙ୍କୁ ଆଇ ଫୋନ ଦେବାକୁ ବାଧ୍ୟ କରାଇଥିଲା। ତା’ ମା’ ବାଧ୍ୟ ହୋଇ ଟଙ୍କା ଯୋଗାଡ଼ କରିଥିଲେ ଓ ଆଇ ଫୋନ ପାଇଁ ଏହାକୁ ଦେଇଥିଲେ।
ମା’ ଜଣଙ୍କ ଗୋଟିଏ ମନ୍ଦିର ବାହାରେ ଫୁଲ ବିକ୍ରି କରନ୍ତି। ଅଧିକ ପ୍ରେମ ଓ ଭଲ ପାଇବା ସବୁବେଳେ ପିଲାମାନଙ୍କୁ ନଷ୍ଟ କରିଥାଏ। ଅଭିଭାବକମାନେ ଏହାର ସୀମା ନିର୍ଦ୍ଧାରଣ କରନ୍ତୁ। ଏହା କଷ୍ଟଦାୟକ। କିନ୍ତୁ କୌଣସି ଅଭିଭାବକଙ୍କୁ ଏମିତି ପିଲା ନ ମିଳନ୍ତୁ।”
ଭିଡିଓ ଶେୟାର ହେବା ବେଳ ଠାରୁ ଇତି ମଧ୍ୟରେ ଏହାକୁ ୭ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଏହାକୁ ନେଇ ଅନେକ ପିଲାଟିକୁ ତୀବ୍ର ସମାଲୋଚନା ମଧ୍ୟ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Iphone_1724062894.jpg)