Advertisment

ଫଳ ଦୋକାନ ପାଖରେ ପୁଅକୁ ମାଆର ଶିକ୍ଷାଦାନ, ଭାଇରାଲ୍ ହେଉଛି ଭିଡିଓ

ପିଲାକୁ ଦାନା ଯୋଗାଇବା ପାଇଁ ରାସ୍ତାକଡ଼ରେ ଠେଲା ଗାଡ଼ି ଧରି ଫଳ ବିକୁଛନ୍ତି ଜଣେ ମାଆ। ଆଉ ଛୁଆକୁ ଶିକ୍ଷା ଦେଇ ସମାଜରେ ପ୍ରତିଷ୍ଠିତ କରାଇବାର ଲକ୍ଷ୍ୟରେ ସେହି ଠେଲା ଗାଡ଼ି ପାଖରେ ବତେଇ ଦେଉଛନ୍ତି ଶିକ୍ଷାର କଳା।

ଅଦ୍ୟତନ ହୋଇଛି
Woman Teaches Her Son

Woman Teaches Her Son

Advertisment

ମାଆ କେବେ ଅଭାବ-ଅନଟନ କି କଷ୍ଟ-ଯନ୍ତ୍ରଣା ଦେଖେନି। ତା' କର୍ତ୍ତବ୍ୟନିଷ୍ଠା ଆଗରେ ଦଇବର ଦୁର୍ବିପାକ ବି ହାର୍ ମାନିଯାଏ। ମୁଣ୍ଡ ନୁଆଁଇ ମାଆକୁ ପ୍ରଣିପାତ କରେ। ଆଜି ସେହିପରି ଜଣେ ମାଆ ଆଗରେ ନଇଁଯାଇଛି ସଭିଙ୍କ ଶୀର। ଆଉ ସଭିଏଁ କହୁଛନ୍ତି ଧନ୍ୟ ତୁ ମାଆ ଧନ୍ୟ...

Advertisment

ଏ ଦୃଶ୍ୟ ଝାଡ଼ଖଣ୍ଡର, ଯାହାକୁ ନିଜ ଏକ୍ସ(ପୂର୍ବର ଟ୍ୱିଟର୍) ହ୍ୟାଣ୍ଡେଲରେ ଶେଆର୍ କରିଛନ୍ତି ଡେପୁଟି କଲେକ୍ଟର ସଞ୍ଜୟ କୁମାର। ଦେଖନ୍ତୁ କିପରି ପିଲାକୁ ଦାନା ଯୋଗାଇବା ପାଇଁ ରାସ୍ତାକଡ଼ରେ ଠେଲା ଗାଡ଼ି ଧରି ଫଳ ବିକୁଛନ୍ତି ଜଣେ ମାଆ। ଆଉ ଛୁଆକୁ ଶିକ୍ଷା ଦେଇ ସମାଜରେ ପ୍ରତିଷ୍ଠିତ କରାଇବାର ଲକ୍ଷ୍ୟରେ ସେହି ଠେଲା ଗାଡି ପାଖରେ ବତେଇ ଦେଉଛନ୍ତି ଶିକ୍ଷାର କଳା।

Advertisment

ତାଙ୍କ ଶ୍ରମଦାନ ଆଗରେ ସହରର କୋଳାହଳ ବି ଫିକା ପଡ଼ିଯାଉଛି। ମାଆ ଯେ କେବଳ ଜନ୍ମଦାତ୍ରୀ ନୁହେଁ ପାଳନକାରୀ ତାହା ପ୍ରତିପାଦନ ହେଉଛି ଏହି ଦୃଶ୍ୟରେ। ଅଭାବ-ଅନଟନର ଝଡ ବୋହିଲା ତ କଣ ହେଲା। ସବୁକୁ ଆଡ଼େଇ କିପରି ଜୀବନରେ ଜିଇଁବାକୁ ପଡ଼େ ପୂରା ସମାଜକୁ ତା'ର ଶିକ୍ଷା ଦେଉଛନ୍ତି। 

ଭାଇରାଲ୍ ଭିଡିଓ ଅନୁଯାୟୀ, ଉକ୍ତ ମହିଳାଙ୍କର ଦୁଇଟି ସନ୍ତାନ। ପରିବାର ପ୍ରତିପୋଷଣ ପାଇଁ ରାସ୍ତାକଡ଼ରେ ଫଳ ବିକ୍ରି କରୁଛନ୍ତି। ଆଉ ସେହିଠାରେ ହିଁ ଛୋଟିଆ ପାଲଟିଏ ପକାଇ ଛୁଆକୁ ପାଠ ପଢ଼ାଉଛନ୍ତି। ଫଳ ବିକ୍ରି ସାଙ୍ଗକୁ ଯେତେବେଳେ ଟିକିଏ ଫୁରସତ ପାଉଛନ୍ତି ଛୁଆ ପାଖକୁ ଆସି ପାଠ କହି ଦେଉଛନ୍ତି। ଝାଡ଼ଖଣ୍ଡ ଜଣେ ଡେପୁଟି କଲେକ୍ଟର ଏହି ଭିଡିଓକୁ ସୋଶାଲ୍ ମିଡିଆରେ ଶେଆର୍ କରିଛନ୍ତି। 'ଏଭଳି ଦୃଶ୍ୟ ପାଇଁ ଆଜି ଶବ୍ଦ ନିଅଣ୍ଟ' ବୋଲି ସେ ତାଙ୍କ କ୍ୟାପ୍ସନରେ ଲେଖିଛନ୍ତି। 

ଏହି ଭିଡିଓ ଭାଇରାଲ୍ ହେବା ପରେ ହଜାର ହଜାର ନେଟିଜେନ୍ସ ସାଧୁବାଦ ଦେଇଛନ୍ତି। ଉକ୍ତ ମାଆକୁ ସାଲ୍ୟୁଟ୍ କରିବା ସହ ତାଙ୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି।  

Viral Video Fruit Seller Teaches Kids Mother-Son Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe