/odisha-reporter/media/post_attachments/uploadimage/library/16_9/16_9_0/Student__1709893636.jpg)
Student
ବର୍ତ୍ତମାନ ଗୋଟିଏ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ଛାତ୍ର ବେଶ ବେଧଡ଼କ ଅନ୍ଧାଜରେ କେମିତି ବିପୁଳ ପରିମାଣର ଗଞ୍ଜେଇ ଓ ଭାଙ୍ଗ ମିଳୁଛି ବୋଲି ପ୍ରଶ୍ନ କରୁଛନ୍ତି। ସାହାସର ସହ କରିଥିବା ପ୍ରଶ୍ନକୁ ସମସ୍ତେ ପସନ୍ଦ କରିବା ସହ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓରେ ଛାତ୍ର ଜଣଙ୍କ ଛିଡ଼ା ହୋଇ କହୁଛନ୍ତି ଯେ “ସାର୍, ଆମେ ଏମିତି ଏମିତି ଅନେକ ନିଶା ନିବାରଣ ଅଭିଯାନ ଦେଖିବାକୁ ପାଉଛୁ। କିନ୍ତୁ ବିଶ୍ୱବିଦ୍ୟାଳୟ ହେଉଛି ନିଶା ଖାଇବାର ସବୁଠାରୁ ବଡ଼ ପେଣ୍ଠସ୍ଥଳ।
ଆଜି ୪ଟି ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏଠାରେ ଏକାଠି ହୋଇଛନ୍ତି। ସେମାନଙ୍କ ଆଗରେ ମୁଁ କହିବାକୁ ଚାହୁଁଛି ଯେ ଚକଲେଟ କିମ୍ବା ଲଲିପପ ଆମେ ଯେଉଁଭଳି ସହଜରରେ ପାଇ ପାରୁଛୁ ଠିକ ସେହିପରି ଏବେ ଗଞ୍ଜେଇ କିମ୍ବା ଯେକୌଣସି ନିଶାଦ୍ରବ୍ୟ ମଧ୍ୟ ଉପଲବ୍ଧ ହେଉଛି। ଗଞ୍ଜେଇ ପାଇବା ଅତ୍ୟନ୍ତ ସହଜ ହୋଇ ଗଲାଣି।
ଯଦି ଜଣେ ପ୍ରଥମ କିମ୍ବା ଦ୍ୱିତୀୟ ବର୍ଷର ଶିକ୍ଷାର୍ଥୀ ଡ୍ରଗ ଡିଲରର୍ସମାନଙ୍କୁ ପାଇ ପାରୁଛନ୍ତି, ତା’ହେଲେ ପୁଲିସ କାହିଁକି ସମାନ କାମ କରିପାରୁ ନାହିଁ? କ’ଣ ପୁଲିସ ପଛରେ ପଡ଼ି ଯାଇଛି? ଏଠାକାର ଛାତ୍ର ହିସାବରେ ମୁଁ ଜାଣିଛି ଯେ ନିକଟରେ ଗୋଟିଏ ପୁଲିସ୍ ଷ୍ଟେସନ ରହିଛି। ଏହି ଷ୍ଟେସନ ସାମ୍ନାରେ ହିଁ ଗଞ୍ଜେଇ ଉପଲବ୍ଧ ହେଉଛି। ତେଣୁ ଆପଣମାନେ ଭାବୁ ନାହାନ୍ତି କି ଏହା ପୁଲିସ୍ର ବିଫଳତା?”
A student from Dr. B.R. Ambedkar National Law University, Sonipat, showed courage by addressing an issue that the police were avoiding discussing.
— Divya Gandotra Tandon (@divya_gandotra) March 8, 2024
ସାମ୍ନାକୁ ଆସିଥିବା ଭିଡିଓରେ ଉଲ୍ଲେଖ କରାଯାଇଛି ଯେ ‘ହରିଆଣାର ସୋନିପତରେ ଥିବା ଡ. ବିଆର ଆମ୍ବେଦକର ନ୍ୟାଶନାଲ ଲ’ କଲେଜର ଜଣେ ଛାତ୍ର ପୁଲିସ୍ ଚାହୁଁ ନଥିବା ବିଷୟବସ୍ତୁକୁ ବେଶ ସାହାସର ଉଠାଇଛନ୍ତି।”
ସୋଶାଲ ମିଡିଆରେ ଭିଡିଓ ପୋଷ୍ଟ ହେବା ପରେ ଏହା ବିଜୁଳି ବେଗରେ ଭାଇରାଲ ହେବାରେ ଲାଗିଛି। ସମସ୍ତେ ଛାତ୍ର ଜଣଙ୍କ ଦେଖାଇଥିବା ସାହାସକୁ ପ୍ରଶଂସା କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
