Teacher crossing Railway track
ରଖେ ହରି ତ ମାରେ କିଏ। ଏହି କଥା ଏବେ ସତ ପ୍ରମାଣିତ ହୋଇଛି। ଜୀବନ ଜିତିଛି ଆଉ ହାରିଛି ଲୌହ ଦାନବ। ମୃତ୍ୟୁକୁ ମାତ୍ ଦେଇଛନ୍ତି ମହିଳା। ମହିଳାଙ୍କ ଉପର ଦେଇ ଟ୍ରେନ୍ ଚାଲିଯାଇଥିଲେ ସୁଦ୍ଧା ତାଙ୍କର କ୍ଷତି ହୋଇନାହିଁ। ଏଭଳି କିଛି ଦୃଶ୍ୟ ଏବେ ସାମ୍ନାକୁ ଆସିଛି ବିହାରରୁ।
ବିହାରର ଗୟା କୋଡରମାର ଟନକୁପ୍ପା ଷ୍ଟେସନ। ଦିନ ପ୍ରାୟ ଗୋଟାଏ। ଏଠାରେ ଏକ ମାଲବାହୀ ଟ୍ରେନ୍ ଅଟକିଥିଲା। ଏତିକି ବେଳେ ଅନ୍ୟ ଏକ ପ୍ଲାଟଫର୍ମରେ ଆସନସୋଲ ବାରଣାସୀ ପାସେଞ୍ଜର ଟ୍ରେନ୍ ଲାଗିଥିଲା। ଏହି ଟ୍ରେନ୍କୁ ଧରିବା ପାଇଁ ବଦିଲବିଘା ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ମହିଳା ଶିକ୍ଷୟିତ୍ରୀ ବିନୀତା କୁମାରୀ ଷ୍ଟେସନ ଆସିଥିଲେ।
ବିନୀତା କୁମାରୀ ଅନ୍ୟ ଏକ ପ୍ଲାଟଫର୍ମକୁ ଯିବା ପାଇଁ ଅଟକି ରହିଥିବା ମାଲବାହୀ ଟ୍ରେନ୍ ତଳେ ରେଳ ଲାଇନ୍ ପାର କରୁଥିଲେ। ଠିକ୍ ଏତିକି ବେଳେ ହଠାତ୍ ମାଲ୍ବାହୀ ଟ୍ରେନ୍ଟି ଚାଲିବା ଆରମ୍ଭ କରିଥିଲା। ଟ୍ରେନ୍ ଚାଲିବା ଦେଖି ବୁଦ୍ଧି ଖଟାଇ ରେଳ ଧାରଣା ମଝିରେ ଶୋଇପଡିଥିଲା ମହିଳା ଶିକ୍ଷୟିତ୍ରୀ। ଏହାପରେ ମାଲବାହୀ ଟ୍ରେନ୍ଟି ମହିଳାଙ୍କ ଉପର ଦେଇ ଚାଲି ଯାଇଥିଲା। ମହିଳା ଶିକ୍ଷୟିତ୍ରୀଙ୍କ ଜୀବନ ବଞ୍ଚିଯାଇଥିଲା। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ବିନୀତାଙ୍କ ମୁଣ୍ଡରେ କେବଳ ଆଘାତ ଲାଗିଛି। ଟ୍ରେନ୍ ଯିବା ପରେ ତୁରନ୍ତ ମହିଳା ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ତାଙ୍କ ପରିବାର ଲୋକଙ୍କୁ ଜଣାଇ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1676110675.jpg)