Advertisment

କନିଆଁକୁ ଦେଖି ବରର ଉଡ଼ିଗଲା ହୋସ୍‌, ଧୂମ୍ ନାଚିଲା

ଏବେ କନିଆଁ ପରେ ବରର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଗଲା ବୋଲି ଲୋକେ କହିଛନ୍ତି।

Groom started dancing

Groom started dancing

Advertisment

ବାଜୁଥିଲା ବ୍ୟାଣ୍ଡ ବାଜା। ସଜେଇ ହୋଇ ମଣ୍ଡପ ଉପରେ ଠିଆ ହୋଇଥିଲା ବର। ଅପେକ୍ଷା ଥିଲା କନିଆଁକୁ। ସାଙ୍ଗ ଓ ପରିବାର ଲୋକେ ମିଶି କନିଆଁର ଆସିବା ବାଟକୁ ଚାହିଁ ବସିଥିଲେ। ଏତିକି ବେଳେ ନାଚି ନାଚି ଏଣ୍ଟ୍ରି କରିଥିଲା କନିଆଁ। ତେବେ କନିଆଁର ଏଣ୍ଟ୍ରି ଦେଖି ଉଡି଼ ଯାଇଥିଲା ବରର ହୋସ୍। ତା’ପାଦ ଆଉ ତଳେ ଲାଗି ନଥିଲା। ସେ ଆଉ ନିଜକୁ ସମ୍ଭାଳି ପାରିନଥିଲା। ଡିଜେର ତାଳେ ତାଳେ ଧୁମ୍ ନାଚିବାକୁ ଲାଗିଥିଲା। ଏଭଳି କିଛି ଭିଡିଓ ଏବେ ସାମ୍ନାକୁ ଆସିଛି, ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

Advertisment

ଏବେ ଚାଲିଛି ବିବାହ ଋତୁ। ବର-କନ୍ୟାଙ୍କ ବିଭିନ୍ନ ପ୍ରକାରର ଭିଡିଓ ସବୁ ଭାଇରାଲ ହେବାରେ ଲାଗିଛି। କେଉଁଠି ବରର ମଜାଦାର ଏଣ୍ଟ୍ରି ଦେଖିବାକୁ ମିଳିଥାଏ ତ ପୁଣି କେଉଁଠି କନ୍ୟାର। କେବଳ ବର-କନ୍ୟା କାହିଁକି, ସଂପର୍କୀୟ, ପରିବାର ଓ ବନ୍ଧୁବାନ୍ଧବଙ୍କର ବି ମଜାଦାର ଭିଡିଓ ଦେଖିବାକୁ ମିଳିଥାଏ ଅଧିକାଂଶ ସମୟ‌ରେ। ଏବେ ପୁଣି ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି।

ନିକଟରେ ବାହାଘରରେ ଜଣେ ବର ନାଚୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଛି। ସେ ତାଙ୍କ କନ୍ୟାଙ୍କୁ ଦେଖିବା ମାତ୍ରେ ନାଚି ଉଠିଛନ୍ତି। ନିଜ ଭାବି ପତ୍ନୀଙ୍କୁ ଡେଡିକେଟ୍ କରିଛନ୍ତି ଏକ ସୁନ୍ଦର ଗୀତ। ଆଉ ବନ୍ଧୁବାନ୍ଧବଙ୍କ ଗହଣରେ ଠିଆ ହୋଇ ଏହି ଗୀତର ତାଳେ ତାଳେ ଧୂମ୍ ନାଚିଛନ୍ତି। କେବଳ ସେତିକି ନୁହେଁ ଡ୍ୟାନ୍ସ କରି କରି ବର କନିଆଁ ସାମ୍ନାରେ ଆଣ୍ଠେଇ ଗୋଲାପ ଫୁଲ ଦେଇ ରୋମାଣ୍ଟିକ୍ ଅନ୍ଦାଜରେ ପ୍ରେମ ନିବେଦନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। 

Advertisment

ଏହି ଭିଡିଓକୁ ଦେଖିବା ପରେ ଲୋକେ ଏବେ କନିଆଁ ପରେ ବରର ଏକ ନୂଆ ଟ୍ରେଣ୍ଡ ଆରମ୍ଭ ହୋଇଗଲା ବୋଲି କହିଛନ୍ତି। ସମସ୍ତେ ବରର ଡ୍ୟାନ୍ସକୁ ଦେଖି ପ୍ରଶଂସା କରୁଛନ୍ତି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ jogadiabharat ନାମକ ପେଜ୍‌ରୁ ଶେଆର କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୫ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଲାଣି। ତେବେ ଏହି ଭିଡିଓଟି କେଉଁଠି କାର ତାହା ଜଣାପଡି ନାହିଁ । 

Viral Video Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe