Advertisment

ରାସ୍ତାରେ ଆଣ୍ଠୁଏ ଉଚ୍ଚର ବନ୍ୟା ପାଣି, ତଥାପି ଚାଲିଛି ଗରବା: ଦେଖନ୍ତୁ ଭିଡିଓ

ବନ୍ୟା ସତ୍ତ୍ୱେ ଉତ୍ସବର ରଙ୍ଗ ଫିକା ପଡ଼ିନି। ରାସ୍ତାରେ ଗରବା ଚାଲିଥିବା ବେଳେ କିଛି ଦୂରରେ ଜନ୍ମାଷ୍ଟମୀ ପାଇଁ ଦହି ହାଣ୍ଡି ଭଙ୍ଗା ଯିବା ପାଇଁ ମଧ୍ୟ ପ୍ରସ୍ତୁତି ହେଉଛି।

author-image
Hemant Lenka
Garba

Garba

ଯେକୌଣି ପ୍ରତିକୂଳ ପରିସ୍ଥିତି ଆସିଲେ ମଧ୍ୟ ଗରବା ପ୍ରତି ଗୁଜରାଟ ଲୋକଙ୍କ ଭଲ ପାଇବାକୁ କେବେ ହେଲେ ଫିକା ପକାଇ ପାରିବ ନାହିଁ। ଏହାକୁ ପୁଣିଥରେ ଗୁଜରାଟର ଲୋକମାନେ ପୂରା ବିଶ୍ୱକୁ ଜଣାଇଛନ୍ତି।

Advertisment

ଲଗାଣ ବର୍ଷା ଯୋଗୁ ଘର ଭିତରେ ପାଣି ପଶିବା ସହ ରାସ୍ତାରେ ଆଣ୍ଟୁଏ ଉଚ୍ଚର ବନ୍ୟା ଜଳ ଲହରୀ ଭାଙ୍ଗୁଛି। ତଥାପି ବଦୋଦରାର ଲୋକମାନେ ରାସ୍ତା ଉପରେ ଥିବା ଆଣ୍ଠୁଏ ଉଚ୍ଚର ବନ୍ୟା ପାଣିରେ ଗରବା ଡ୍ୟାନ୍ସ କରୁଥିବା ଭିଡିଓ ସାମ୍ନାକୁ ଆସିଛି।

କୁହାଯାଉଛି, ଭିଡିଓରେ ଥିବା ଦୃଶ୍ୟ ଜନ୍ମାଷ୍ଟମୀ ପାଳନ ବେଳର। ତେବେ ଏହା ସାମ୍ନାକୁ ଆସିବା ପରେ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଯୁବକ ଓ ଯୁବତୀମାନଙ୍କ ଠାରୁ ଆରମ୍ଭ କରି ପ୍ରାପ୍ତବୟସ୍କମାନେ ବନ୍ୟା ପ୍ଲାବିତ ରାସ୍ତାରେ ମଧ୍ୟ ବେଶ ଖୁସିରେ ଗରବା ଡ୍ୟାନ୍ସ କରୁଛନ୍ତି।

Advertisment

ବ୍ୟାକଗ୍ରାଉଣ୍ଡରେ ଗରବା ସଂଗୀତ ବାଜୁ ଥିବା ବେଳେ ସେମାନେ ଏହାର ତାଳେତାଳେ ସର୍କଲ କରି ନାଚୁଛନ୍ତି। ସେମାନେ ସତେ ଯେମିତି ପାଣି ଜମି ରହିଥିବା ରାସ୍ତାକୁ ଡ୍ୟାନ୍ସ ଫ୍ଲୋରରେ ବଦଳାଇ ଦେଇଥିବା ଭଳି ମନେ ହେଉଛି।

ଏହାବାଦ ଭିଡିଓରେ ଦେଖିବାକୁ ମିଳୁଛି ଯେ ବନ୍ୟା ସତ୍ତ୍ୱେ ଉତ୍ସବର ରଙ୍ଗ ଫିକା ପଡ଼ିନି। ରାସ୍ତାରେ ଗରବା ଚାଲିଥିବା ବେଳେ କିଛି ଦୂରରେ ଜନ୍ମାଷ୍ଟମୀ ପାଇଁ ଦହି ହାଣ୍ଡି ଭଙ୍ଗା ଯିବା ପାଇଁ ମଧ୍ୟ ପ୍ରସ୍ତୁତି ହେଉଛି।

ଏପରି ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକଙ୍କ ଧ୍ୟାନ ଆକର୍ଷିତ କରିପାରିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏହାକୁ ଶେୟାର କରି କହିଛନ୍ତି, “ଗୁଜରାଟ ଓ ଗରବା ମଧ୍ୟରେ ଗୋଟିଏ ଅଜବ ସମ୍ପର୍କ ରହିଛି। ଏହାକୁ ବନ୍ଦ କରାଯାଇ ପାରିବ ନାହିଁ।” ଭିଡିଓକୁ ଦେଖିବା ପରେ ଅନେକ ଲୋକ ବନ୍ୟା ସମୟରେ ପରମ୍ପରାକୁ ବଜାୟୀ ରଖିଥିବା ଗୁଜରାଟବାସୀଙ୍କୁ ଅନେକ ସାଧୁବାଦ ମଧ୍ୟ ଜଣାଇଛନ୍ତି।

Viral Video Gujarat Garba Garba Event Gujarat