Advertisment

ପଡ଼ିଆରେ ରୋହିତଙ୍କୁ କମାଣ୍ଡ ଦେଲେ ହାର୍ଦ୍ଦିକ, ଏମିତି କହିଲେ ଫ୍ୟାନ୍ସ

ରୋହିତ ଶର୍ମାଙ୍କ ନେତୃତ୍ୱରେ ପାଞ୍ଚ ଥର ଟ୍ରଫି ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛି ଅଧିନାୟକ ଦାୟିତ୍ୱ।

author-image
Debibandita Barick
ଅଦ୍ୟତନ ହୋଇଛି
Rohit Sharma & Hardik Pandya

Rohit Sharma & Hardik Pandya

ରୋହିତ ଶର୍ମାଙ୍କ ନେତୃତ୍ୱରେ ପାଞ୍ଚ ଥର ଟ୍ରଫି ହାତେଇଥିବା ମୁମ୍ବାଇ ଇଣ୍ଡିଆନ୍ସ ଏଥର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦେଇଛି ଅଧିନାୟକ ଦାୟିତ୍ୱ। ଚଳିତ ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଗତକାଲି ଗୁଜରାଟ ଟାଇଟନ୍ସ ବିପକ୍ଷରେ ଦଳ ପ୍ରଥମ ମୁକାବିଲା କରିଥିଲା। ଏହି ମ୍ୟାଚରେ ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ହାର୍ଦ୍ଦିକ କମାଣ୍ଡ ଦେବାକୁ ନେଇ ନାରାଜ ହୋଇଯାଇଛନ୍ତି ଫ୍ୟାନ୍ସ।

Advertisment

ହାର୍ଦ୍ଦିକ ଯେଉଁପରି ଭାବେ ରୋହିତଙ୍କୁ ବାଉଣ୍ଡରୀରେ ଫିଲ୍ଡିଂ କରିବାକୁ ନିର୍ଦ୍ଦେଶ ଦେଇଥିଲେ, ତାହା କିଛି ଫ୍ୟାନଙ୍କୁ ଉପଯୁକ୍ତ ମନେ ହୋଇନାହିଁ। କିଛି ନେଟିଜେନ୍ସ ହାର୍ଦ୍ଦିକଙ୍କୁ କଟାକ୍ଷ କରି କମେଣ୍ଟ କରିବା ସହ ରୋହିତଙ୍କୁ ସମବେଦନାମୂଳକ ପୋଷ୍ଟ କରିଛନ୍ତି।

Advertisment

ପୂର୍ବରୁ ରୋହିତ ଶର୍ମାଙ୍କୁ ୩୦-ୟାର୍ଡ ସର୍କଲ ମଧ୍ୟରେ ଫିଲ୍ଡିଂ କରିବାର ଦେଖାଯାଏ। କିନ୍ତୁ ଗତକାଲିର ମ୍ୟାଚରେ ହାର୍ଦ୍ଦିକ ରୋହିତଙ୍କୁ ବାଉଣ୍ଡାରୀ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟରେ ରୋହିତ ମଧ୍ୟ ଜାଣିପାରୁନଥିଲେ କି ହାର୍ଦ୍ଦିକ ତାଙ୍କୁ ଯିବାକୁ କହୁଛନ୍ତି ବୋଲି। ଶେଷରେ ହାର୍ଦ୍ଦିକ ତାଙ୍କୁ ହିଁ କହୁଥିବା କହିବା ପରେ ସେ ବାଉଣ୍ଡାରୀରେ ଯାଇ ଫିଲ୍ଡିଂ କରିଥିଲେ।

ଏହି ସମୟର ଦୃଶ୍ୟ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଅନେକ ନେଟିଜେନ୍ସ ରୋହିତଙ୍କୁ ହାର୍ଦ୍ଦିକ କମାଣ୍ଡ ଦେବାକୁ ପସନ୍ଦ କରୁନାହାନ୍ତି। ଏହାକୁ ନେଇ ଅନେକ ନେଟିଜେନ୍ସ ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆକ୍ଷେପ କରି କମେଣ୍ଟ ପୋଷ୍ଟ କରୁଥିବା ଦେଖିବାକୁ ମିଳିଛି। 

ଗତକାଲିର ମ୍ୟାଚରେ ୬ ରନରେ ପରାସ୍ତ ହୋଇଥିଲା ମୁମ୍ବାଇ। ରୋହିତ କିନ୍ତୁ ପୂର୍ବପରି ଓପନିଂ କରି ୨୯ ବଲରେ ୪୩ ରନ୍ ସଂଗ୍ରହ କରିଥିଲେ।

ପ୍ରକାଶ ଥାଉ କି, ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇର ଅଲରାଉଣ୍ଡର ଥିଲେ। ସେ ୨୦୨୨ରେ ମୁମ୍ବାଇ ଛାଡି ଗୁଜରାଟ ଟାଇଟନ୍ସର ଅଧିନାୟକ ହୋଇଥିଲେ। କିନ୍ତୁ ଚଳିତ ସିଜିନରେ ସେ ଦଳକୁ ଫେରି ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି।  

Rohit Sharma GT Vs MI IPL IPL 2024 Hardik Pandya