Advertisment

ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ

କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...

Camera

Camera

Advertisment

କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ଏହି ବିଦାୟକାଳୀନ କାର୍ଯ୍ୟକ୍ରମରେ ହଠାତ ଖେଳି ଯାଇଛି ଶୋକରଚ୍ଛାୟା। କାରଣ ହଠାତ୍ ଆଖି ବୁଜିଛନ୍ତି କିଛି ମିନିଟ ପୂର୍ବରୁ ହସିହସି କଥା ହେଉଥିବା ମହିଳା ଜଣଙ୍କ।

Advertisment

ରାଜସ୍ଥାନର କୋଟାରୁ ଏପରି ଖବର ଆସିଛି। ଦେବେନ୍ଦ୍ର ସାନଦାଲଙ୍କ ପତ୍ନୀ ଟିନା ହୃଦଜନିତ ରୋଗରେ ଆକ୍ରାନ୍ତ ଥିଲେ। ତାଙ୍କର ଦେଖାଶୁଣା କରିବା ପାଇଁ ଦେବେନ୍ଦ୍ର ଚାକିରି ଶେଷ ହେବାର ୩ ବର୍ଷ ପୂର୍ବରୁ ସ୍ୱେଚ୍ଛାକୃତ ଅବସର ଭାବେ ଭିଆରଏସ ନେଇଥିଲେ।

ଦେବେନ୍ଦ୍ରଙ୍କୁ ବିଦାୟ ଦେବା ପାଇଁ କେନ୍ଦ୍ରୀୟ ୱେୟାର ହାଉସିଂ କର୍ପୋରେସନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାରେ ଦେବେନ୍ଦ୍ର ଜଣେ ମ୍ୟାନେଜର ଭାବେ କାମ କରୁଥିଲେ। କାର୍ଯ୍ୟକ୍ରମରେ ଦେବେନ୍ଦ୍ରଙ୍କ ପତ୍ନୀ ଟିନା ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ ଦେବେନ୍ଦ୍ରଙ୍କ ଅବସରକାଳୀନ କାର୍ଯ୍ୟକ୍ରମରେ ଟିନା ହୃଦଘାତରେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି।

Advertisment

କାର୍ଯ୍ୟକ୍ରମ ଚାଲିଥିବା ବେଳେ ଟିନା ମଧ୍ୟ ସ୍ୱାମୀଙ୍କ ପାଖରେ ଛିଡ଼ା ହୋଇଥିଲେ। କିନ୍ତୁ ହଠାତ ଟିନା ମୁଣ୍ଡ ବୁଲାଇ ଦେଉଛି ବୋଲି କହି ଚେୟାରରେ ଆଉଜି ବସି ଯାଇଥିଲେ। ସ୍ୱାମୀ ତାଙ୍କ ପିଠି ଆଉଁସି ଦେବା ସହ କେହି ଟିକିଏ ପାଣି ଆଣି ଦିଅ ବୋଲି କହିଥିଲେ।

ଏହି ସମୟରେ ଟିନାଙ୍କୁ କେହି କ୍ୟାମେରାକୁ ଚାହିଁ ସ୍ମିତ ହାସ୍ୟ ଦେବାକୁ କହିଥିଲେ। ସେ ମଧ୍ୟ ସ୍ମିତହାସ୍ୟ ଦେଇ ସାମ୍ନାରେ ରହିଥିବା ଟେବୁଲ ଉପରେ ମୁହଁ ମାଡ଼ି ପଡ଼ି ଯାଇଥିଲେ। ସେଠାରେ କିଛି ଗୋଲାପ ପାଖୁଡ଼ା ରହିଥିଲା।

ସ୍ୱାମୀ ଦେବେନ୍ଦ୍ର ଛିଡ଼ା ହୋଇ ତାଙ୍କୁ ସହଯୋଗ କରିବାକୁ ଚେଷ୍ଟା କରିଥିଲେ ହେଁ ଟିନା ଆଉ ମୁଣ୍ଡ ଟେକି ନଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଟିନା ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର କୋଟାର ଶାସ୍ତ୍ରୀନଗର ଅନ୍ତର୍ଗତ ଦାଦାବରି ଅଞ୍ଚଳରେ ରହୁଥିଲେ।

Viral Video Rajasthan Camera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe