Advertisment

ପାହାଡ଼ରୁ ଖସୁଥିଲା ପଥର ଖଣ୍ଡ, ରାସ୍ତାରେ ଯାଉଥିଲା କାର୍‌... ଆଉ ତା’ ପରେ

ରାସ୍ତାରେ ଯାଉଥିବା ଗୋଟିଏ କାର୍‌ରେ ଲାଗିଥିବା କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଛି।

author-image
Hemant Lenka
Taiwan

Taiwan

କ୍ୟାମେରାରେ କଏଦ ହୋଇଛି ଭୟଙ୍କର ଘଟଣା। ରାସ୍ତାରେ ଆଗ ପଛ ହୋଇ ଏକାଧିକ କାର୍‌ ଯାଉଥିଲା। ହଠାତ୍‌ ଏହି ସମୟରେ ରାସ୍ତା କଡ଼ ପାହାଡ଼ରୁ ଖସିବାରେ ଲାଗିଥିଲା ବଡ଼ବଡ଼ ପଥର ଖଣ୍ଡ।

Advertisment

ଏତେ ବଡ଼ ଘଟଣାର ମୁକାବିଲା କେମିତି କାରର ଡ୍ରାଇଭରମାନେ କରିଥିଲେ, ତା’ର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ତାଇୱାନରେ ପ୍ରଥମେ ୭.୪ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହାପରେ ପାହାଡ଼ରୁ ପଥର ଖଣ୍ଡ ଖସିଥିଲା।

ରାସ୍ତାରେ ଯାଉଥିବା ଗୋଟିଏ କାର୍‌ରେ ଲାଗିଥିବା କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଛି। ଆଗ ପଛ ହୋଇ ଦୁଇଟି କାର ରାସ୍ତାରେ ଯାଉଥିଲେ। କିନ୍ତୁ ଭୂକମ୍ପ ଝଟକା ଯୋଗୁ ଦୁଇଟି ଯାକ କାର୍‌ ଅଟକି ଯାଇଥିଲେ। କିଛି ସମୟ ପରେ ସାମ୍ନା ପଟୁ ଧୂଳି ଉଡ଼ିବା ଆରମ୍ଭ ହୋଇଥିଲା। ପାହାଡ଼ରୁ ପଥର ଖଣ୍ଡ ସବୁ ଖସିଥିଲା। ଏହା ଦେଖି ଦୁଇଟି ଯାକ କାର୍‌ ବ୍ୟାକ ଗିୟର ପକାଇ ବର୍ତ୍ତିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଗୋଟିଏ ବଡ଼ ପଥର ଖଣ୍ଡ ଆଗରେ ଥିବା କାରର ପଛ ପାର୍ଶ୍ୱରେ ମାଡ଼ ହୋଇଯାଇଥିଲା।

Advertisment

କିନ୍ତୁ କ୍ୟାମେରା ଥିବା କାର୍‌ଟି ବେଶ ଚତୁରତାର ସହ ପଥର ଖଣ୍ଡ ମାଡ଼ ହେବାରୁ ବର୍ତ୍ତି ଯାଇଥିଲା। ସେ କିଛି ଦୂରକୁ ଆସି ଅଟକିବା ପରେ ଏକାଧିକ ପଥର ଖଣ୍ଡ ସବୁ ରାସ୍ତାରେ ପଡ଼ିବାରେ ଲାଗିଥିଲା। ଏହି ସମୟରେ ଗୋଟିଏ ଧଳା ରଙ୍ଗର କାର ମଧ୍ୟ ଆଗକୁ ନ ଯାଇ ଅଟକି ଯାଇଥିଲା।

ସୋଶାଲ ମିଡିଆରେ ଏହି ଭିଡିଓ ପୋଷ୍ଟ ହେବା ପରେ ଭାଇରାଲ ହେବାରେ ଲାଗିଛି।

ବୁଧବାର ୭.୪ ତୀବ୍ରତାର ଭୂକମ୍ପ ଝଟକାରେ ତାଇୱାନ ଦୋହଲି ଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି। ୨୫ ବର୍ଷ ମଧ୍ୟରେ ତାଇୱାନାରେ ଏହା ସବୁଠାରୁ ବଡ଼ ଭୂକମ୍ପ ଝଟକା ରହିଥିଲା।

Earthquake Taiwan