Advertisment

ହମ୍‌ ଦିଲ୍‌ ଦେ ଚୁକେ ସନମ୍‌! ପତ୍ନୀଙ୍କୁ ପ୍ରେମିକ ସହ ବାହା କରାଇଲେ ସ୍ୱାମୀ!

ବିହାରର ନବାଦା ଜିଲ୍ଲାରେ ପୁଣି ଥରେ ବାସ୍ତବାୟିତ ହୋଇଛି ୧୯୯୯ ମସିହାର ସୁପର ଡୁପର ବ୍ଲକବୁଷ୍ଟର ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’। ଜଣେ ବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ମିଳନ ଓ ବିବାହ କରାଇଛନ୍ତି ତାଙ୍କର ସ୍ୱାମୀ। ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମ ଓ ଏ ଘଟଣା ମଧ୍ୟରେ ଏତିକି ଫରକ ଯେ ଏ କ୍ଷେତ୍ରରେ ବିବାହିତ ମହିଳା ଜଣକ ତାଙ୍କ ପ୍ରେମିକ ସହ ଯିବାକୁ ପସନ୍ଦ କରିଥିଲେ।

author-image
Debendra Prusty
ଅଦ୍ୟତନ ହୋଇଛି
Marriage

Marriage

ବିହାରର ନବାଦା ଜିଲ୍ଲାରେ ପୁଣି ଥରେ ବାସ୍ତବାୟିତ ହୋଇଛି ୧୯୯୯ ମସିହାର ସୁପର ଡୁପର ବ୍ଲକବୁଷ୍ଟର ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’। ଜଣେ ବିବାହିତ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହ ମିଳନ ଓ ବିବାହ କରାଇଛନ୍ତି ତାଙ୍କର ସ୍ୱାମୀ। ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ ଫିଲ୍ମ ଓ ଏ ଘଟଣା ମଧ୍ୟରେ ଏତିକି ଫରକ ଯେ ଏ କ୍ଷେତ୍ରରେ ବିବାହିତ ମହିଳା ଜଣକ ତାଙ୍କ ପ୍ରେମିକ ସହ ଯିବାକୁ ପସନ୍ଦ କରିଥିଲେ।

Advertisment

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖାଯାଉଛି ଯେ ସ୍ୱାମୀଙ୍କ ଉପସ୍ଥିତିରେ ତାଙ୍କ ସ୍ତ୍ରୀଙ୍କ ସୀମନ୍ଥରେ ସିନ୍ଦୂର ପିନ୍ଧାଉଛନ୍ତି ଅନ୍ୟ ଜଣେ ପୁରୁଷ, ସେମାନେ ବାହା ହେଉଛନ୍ତି। ନିଜନିଜ ମୋବାଇଲେରେ ଏହାର ଭିଡିଓ ରେକର୍ଡିଂ କରୁଛନ୍ତି ସେଠାରେ ରୁଣ୍ଡ ହୋଇଥିବା ଲୋକମାନେ। ସିନ୍ଦୂର ପିନ୍ଧିବାବେଳେ ମହିଳା ଜଣକ ଖୁବ ଜୋରରେ କାନ୍ଦୁଛନ୍ତି।

ସ୍ୱାମୀ କାମ ପାଇଁ ବାହାରେ ଥିବାବେଳେ ବିଳମ୍ବିତ ରାତିରେ ମହିଳା ଜଣକ ତାଙ୍କ ପ୍ରେମିକଙ୍କ ଘରକୁ ଯାଇଥିଲେ। ଏଇଠୁ ଧରାପଡ଼ିଲା ଯେ ସେମାନଙ୍କ ଭିତରେ କିଛି ଅଛି। ପୂର୍ବରୁ ଏଭଳି ଲୁଚାଚୋରା ପ୍ରୀତି ଲୋକଙ୍କ ନଜର ଉହାଡ଼ରେ ରହିଯାଉଥିଲା। ଏଥର କିନ୍ତୁ ସେମାନଙ୍କର ଦୁର୍ଭାଗ୍ୟ, ଧରାପଡ଼ିଗଲେ। ମହିଳାଙ୍କ ଘର ଲୋକେ ସେମାନଙ୍କୁ ଧରି ଗାଳିଗୁଲଜ କଲେ ଓ ପର ପୁରୁଷଙ୍କୁ ମାଡ଼ ବି ମରାଯାଇଛି। ଦି’ ଜଣ ଯାକଙ୍କୁ ସେମାନେ ଅଟକ ରଖିଥିଲେ। ଗାଁରେ ଏ କଥା ବିଜୁଳି ବେଗରେ ବ୍ୟାପିଗଲା ଓ ଉତ୍ତ୍ୟକ୍ତ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ସେମାନଙ୍କୁ ଗାଳିଫଜିତ କରିବା ସହିତ ଗାଁ ଛାଡ଼ି ପଳାଇବାକୁ ଧମକ୍‌ ଦେଲେ।

Advertisment

ତେବେ ମହିଳାଙ୍କ ସ୍ୱାମୀ କାମରୁ ଫେରି ଏ ବିଷୟରେ ଜାଣିବା ପରେ ଫିଲ୍ମି ଷ୍ଟାଇଲ୍‌ରେ ଘଟଣାର ପରିସମାପ୍ତି ଘଟାଇଲେ। ସେ ତାଙ୍କ ପତ୍ନୀ ଓ ତାଙ୍କର ପ୍ରେମିକଙ୍କୁ ନେଇ ଗାଁ ଶିବ ମନ୍ଦିରରେ ବାହା କରାଇଦେଲେ। ସେଠାରେ ସେହି ପ୍ରେମିକ ପ୍ରବର ମହିଳାଙ୍କ ସୀମନ୍ଥରେ ସିନ୍ଦୂର ପିନ୍ଧାଇ ତାଙ୍କୁ ପତ୍ନୀ ରୂପେ ବରଣ କଲେ। ଏହି ସମୟରେ ମହିଳା ଜଣକ କଇଁକଇଁ କାନ୍ଦୁଥିବା ଭିଡିଓରେ ଦେଖାଯାଉଛି।

ତେବେ, ହମ୍‌ ଦିଲ୍‌ ଦେ ଚୁକେ ସନମ୍‌ର କାହାଣୀଠାରୁ ଏଇ ପ୍ରେମ କାହାଣୀରେ ଆଉ ଗୋଟେ ପାର୍ଥକ୍ୟ ମଧ୍ୟ ଅଛି। ତାହା ହେଲା, ଏ କ୍ଷେତ୍ରରେ ମହିଳାଙ୍କ ପ୍ରେମିକ ଆଗରୁ ବିବାହିତ ଓ ତାଙ୍କର ତିନିଟି ସନ୍ତାନ ଅଛନ୍ତି।

ଏ ସଂପର୍କରେ ସ୍ଥାନୀୟ ପୁଲିସ ଜାଣିଥିଲେ ବି କୌଣସି ପକ୍ଷରୁ କେହି କିଛି ଅଭିଯୋଗ କରିନଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ।

Love Extra Marital Affair Marriage