Pamela Satpathy & Her Son
କର୍ମଜୀବୀ ମହିଳାମାନଙ୍କ ପାଇଁ ଘର କାର୍ଯ୍ୟ ସାଙ୍ଗକୁ ପିଲାମାନଙ୍କ ଦାୟିତ୍ୱ ଏକ ଚ୍ୟାଲେଞ୍ଜ। ଉଭୟକୁ ଏକ ସମୟରେ ପରିଚାଳନା କରିବା ଅଧିକାଂଶ ସମୟରେ କଷ୍ଟକର ହୋଇପଡ଼େ। କିନ୍ତୁ ବର୍ତ୍ତମାନ ସମୟରେ ଅନେକ କର୍ମଜୀବୀ ମହିଳା ଘର ସାଙ୍ଗକୁ ଅଫିସ୍ କାର୍ଯ୍ୟ ପରିଚାଳନା କରିବାରେ ଅଭ୍ୟସ୍ତ ହୋଇଗଲେଣି। ଏହି ଅଭ୍ୟାସ ମଧ୍ୟରେ ଜଣେ ଆଇଏଏସ ଅଧିକାରୀ ଶେଆର କରିଥିବା ଭିଡିଓ ବେଶ୍ ଭାଇରାଲ୍ ହେଉଛି।
ଓଡ଼ିଆ ଝିଅ ତଥା ତେଲାଙ୍ଗାନା କରିମନଗରର ଜିଲ୍ଲାପାଳ ପାମେଲା ଶତପଥୀ। ସେ କାର୍ଯ୍ୟାଳୟରେ କାମ କରୁଥିବା ସମୟରେ ତାଙ୍କ ପୁଅ ଟେବୁଲ୍ ଉପରେ ଖେଳୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ଏହି ପୋଷ୍ଟରେ ଆଇଏଏସ ପାମେଲା ଲେଖିଛନ୍ତି, "ପୂର୍ବରୁ ସବୁଠୁ ଅଧିକ ପ୍ରତୀକ୍ଷିତ ସମୟ ଗ୍ରୀଷ୍ମ ଅବକାଶ ଏବେ ବର୍ଷର ସବୁଠାର ଭୟାନକ ସମୟ, ଯେବେ ତୁମେ ପୁଅର ମାଆ ହୁଅ।"
ପିଲାର ଦାୟିତ୍ୱ ସାଙ୍ଗକୁ ଅଫିସ୍ କାର୍ଯ୍ୟ ବିଶେଷ କରି ସ୍କୁଲ୍ ଛୁଟି ସମୟରେ ମାଆ ପାଇଁ ଏହି ସମୟ କେତେ ବଡ଼ ଆହ୍ୱାନ ହୋଇଥାଏ, ସେ ତାହା ଏଠାରେ ଦର୍ଶାଇଛନ୍ତି। ପାମେଲାଙ୍କ ଏହି ପୋଷ୍ଟକୁ ନେଟିଜେନ୍ସ ଖୁବ୍ ପସନ୍ଦ କରିବା ସହ ତାଙ୍କର କାର୍ଯ୍ୟ ପ୍ରତି ଥିବା ପ୍ରତିବଦ୍ଧତା ଏବଂ ପୁଅ ପ୍ରତି କର୍ତ୍ତବ୍ୟକୁ ପ୍ରଶଂସା କରିଛନ୍ତି।
ଜଣେ ସୋଶାଲ ମିଡିଆ ୟୁଜର୍ ଲେଖିଛନ୍ତି, "ବୃତ୍ତିଗତ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ ଭାବେ ପରିଚାଳନରା କରୁଥିବାରୁ ଶତପଥୀଙ୍କୁ ସମ୍ମାନ ଜଣାଉଛି।" ଅନ୍ୟ ଜଣେ ୟୁଜର୍ କହିଛନ୍ତି ଯେ, ଜଣେ ପ୍ରଶାସନିକ ଅଧିକାରୀଙ୍କ ଏପରି ପୋଷ୍ଟ ଦେଖି ଆତ୍ମ-ସନ୍ତୋଷ ଅନୁଭବ ହେଉଛି। ସେହିପରି ଅନ୍ୟ ଜଣେ କହିଛନ୍ତି, "ସୁପର-ମାଆର ସୁପର-ବୟ।"
The most awaited time of the year has now become the most dreaded time of the year.
SUMMER VACATION 🤕🤒POV: You are a Boy Mum🥹#parenting#vacationspic.twitter.com/Fi8UIcimKN
— Pamela Satpathy (@PamelaSatpathy) April 11, 2024
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
