Advertisment

ନୀରଜ ଚୋପ୍ରା ସ୍ୱର୍ଣ୍ଣ ଜିତିଲେ ଋଷଭ ପନ୍ତ ଦେବେ ୧,୦୦,୦୮୯ ଟଙ୍କା

ନୀରଜ ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇ ଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Pant

Pant

ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ଆଜି ଫାଇନାଲ ଖେଳିବାକୁ ମୈଦାନାକୁ ଓହ୍ଲାଇବେ। ଟୋକିଓରେ ସ୍ୱର୍ଣ୍ଣ ଜିତିଥିବା ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ମଧ୍ୟ କମାଲ କରିବେ ବୋଲି ସମସ୍ତେ ଆଶା କରିଛନ୍ତି। ରାତି ୧୧.୫୫ରେ ନୀରଜଙ୍କ ପ୍ରତିଯୋଗିତା ଆରମ୍ଭ ହେବ।

Advertisment

ସେ ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରତାକୁ ଜାଭେଲିନ ଫିଙ୍ଗି ଫାଇନାଲ ଟିକେଟ ହାତେଇ ଥିଲେ। ତାଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୮୯.୯୪। ନୀରଜଙ୍କ ଠାରୁ ଯୋଗ୍ୟତା ପର୍ଯ୍ୟାୟରେ କେହି ବି ଅଧିକ ଦୂରକୁ ଜାଭେଲିନ ଫିଙ୍ଗି  ପାରି ନଥିଲେ। ତେଣୁ ସେ ନିଜର ସ୍ୱର୍ଣ୍ଣ ପଦକ ବଜାୟୀ ରଖିବା ଆଶାରେ ରହିଛନ୍ତି।

ନୀରଜ ଲଢ଼େଇ ଆରମ୍ଭ କରିବା ପୂର୍ବରୁ ଭାରତୀୟ କ୍ରିକେଟ ଟିମର ୱିକେଟ କିପର ଋଷଭ ପନ୍ତ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି ବଡ଼ ପ୍ରତିଶ୍ରୁତି। ଯଦି ନୀରଜ ଗୁରୁବାର ସ୍ୱର୍ଣ୍ଣ ଜିତିବେ, ତା’ହେଲେ ପନ୍ତ ଜଣେ ଲକି ୱିନରଙ୍କୁ ୧,୦୦,୦୮୯ ଟଙ୍କାର ଆର୍ଥିକ ପୁରୁସ୍କାର ଦେବେ। ତାଙ୍କ ପୋଷ୍ଟକୁ ଲାଇକ ଓ କମେଣ୍ଟ କରିଥିବା ଲୋକଙ୍କ ମଧ୍ୟରୁ ଜଣଙ୍କୁ ପନ୍ତ ଏଭଳି ଆର୍ଥିକ ପୁରସ୍କାର ଦେବେ ବୋଲି କହିଛନ୍ତି।

Advertisment

ବୁଧବାର ପନ୍ତ ଘୋଷଣା କରିଛନ୍ତି ଯେ “ଆସନ୍ତାକାଲି(ଗୁରୁବାର) ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ମୁଁ ୧୦୦୦୮୯ ଟଙ୍କା ଜଣେ ଲକି ୱିନରଙ୍କୁ ଦେବେ। ଯିଏ ଅଧିକ ଲାଇକ ଓ କମେଣ୍ଟ ପୋଷ୍ଟରେ କରିଥିବେ, ତାଙ୍କୁ ଏହା ମିଳିବ। ଏହା ବ୍ୟତୀତ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିବା ବାକି ଟପ୍‌ ୧୦ ଜଣ ବିମାନ ଯାତ୍ରା ପାଇଁ ଟିକେଟ ପାଇବେ। ମୋ ଭାଇ ପାଇଁ ଭାରତ ଓ ବାହାରୁ ସମର୍ଥନ ଆଶାରେ ରହିଛି।”

ପନ୍ତଙ୍କ ଏପରି ଘୋଷଣା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତୀୟ ବ୍ୟାଟର ବିରାଟ କୋହଲିଙ୍କ ନାଁରେ ‌ଖୋଲା ଯାଇଥିବା ଗୋଟିଏ ବ୍ୟଙ୍ଗତ୍ମକ ଆକାଉଣ୍ଟଧାରୀ କହିଛନ୍ତି ଯେ ନୀରଜ ଜିତିଲେ ସେ ଦୁଇ ଜଣ ଲକି ୱିନରଙ୍କୁ ୫୦ ହଜାର ଟଙ୍କା ଲେଖାଏ ଦେବେ। ଅନ୍ୟ ଆକଉଣ୍ଟଗୁଡ଼ିକରେ ମଧ୍ୟ ଭିନ୍ନଭିନ୍ନ ପ୍ରତିଶ୍ରୁତି ସବୁ ଦିଆଯାଇଛି।

Rishabh Pant Neeraj Chopra Paris Olympics 2024 Olympics 2024