/odisha-reporter/media/post_attachments/uploadimage/library/16_9/16_9_0/Dog_1755864955.jpg)
Dog
ସାମ୍ନାକୁ ଆସିଛି ଗୋଟିଏ ବୁଲା କୁକୁର ଓ କଲରାପତରିଆ ମଧ୍ୟରେ ଚାଲିଥିବା ଲଢ଼େଇର ଭିଡିଓ। ମହାରାଷ୍ଟ୍ରର ନାଶିକରେ କୁକୁର ବନାମ କଲରାପତରିଆର ଜୋରଦାର ଲଢ଼େଇର ଭିଡିଓ ବେଶ ଭାଇରାଲ ହୋଇଛି। ଏହି ଲଢ଼େଇରେ ସମସ୍ତଙ୍କୁ ଚକିତ କରି କଲାପତରିଆକୁ ପାଣି ପକାଇ ଦେଇଛି ବୁଲା କୁକୁର। ସେ କଲାପତରିଆକୁ ପରାସ୍ତ କରିବା ସହ ତା’କୁ ୩୦୦ ମିଟିର ଯାଏ ଘୋଷାଡ଼ି ଘୋଷାଡ଼ି ଗାଁରୁ ବିଦା କରିଛି। ନାଶିକର ନିପହାଦରେ ଏହି ଘଟଣା ପରେ ବୁଲା କୁକୁରର ସାହାସକୁ ସମସ୍ତେ ପ୍ରଶଂସା କରିଛନ୍ତି।
ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା କଥା, ଚଳିତ ସପ୍ତାହରେ ଏହି ଘଟଣା ଘଟିଥିଲା। ହଠାତ୍ ପାଖ ଜଙ୍ଗଲରୁ ଗୋଟିଏ ବିରାଟକାୟ କଲରାପତରିଆ ଜନବସତିରେ ପଶି ଯାଇଥିଲା। କଲରାପତରିଆକୁ ଦେଖି ସ୍ଥାନୀୟ ଅଞ୍ଚଳର ଗୋଟିଏ ବୁଲା କୁକୁର ସିଧା ତା’ ଉପରକୁ ଡିଆଁ ମାରିଥିଲା।
ହଠାତ୍ ସେ ଡିଆଁ ମାରିବାରୁ ଏହାର ଜବାବ କଲରାପତରିଆ ଦେଇ ପାରି ନଥିଲା। କୁକୁର ମୁହଁରେ କଲରାପତରିଆର ବେକ ଲାଖି ଯାଇଥିଲା। ସେହିଭଳି ଅବସ୍ଥାରେ କୁକୁରଟି ତା’କୁ ଘୋଷାଡ଼ି ଘୋଷାଡ଼ି ବେଶ କିଛି ବାଟ ଯାଏ ନେଇ ଯାଇଥିଲା।
କୁକୁରର ଏପରି ଆକ୍ରମଣର ଜବବା ଦେବାରେ ସଂପୂର୍ଣ୍ଣ ବିଫଳ ହୋଇଥିବା କଲରାପତରିଆ କିଛି ସମୟ ପରେ ଖସିବାକୁ ସକ୍ଷମ ହୋଇଥିଲା। ସେ ଆହତ ହୋଇଥିବାରୁ ଭୟରେ ସ୍ଥାନୀୟ ଜଙ୍ଗଲକୁ ପୁଣି ଚାଲି ଯାଇଥିଲା। ଏହି ଘଟଣାରେ କୁକୁରର କୌଣସି କ୍ଷତି ହୋଇ ନାହିଁ। ସ୍ଥାନୀୟ ଲୋକମାନେ ମଧ୍ୟ ପୂରା ସୁରକ୍ଷିତ ରହିଛନ୍ତି।
📍Maharashtra | Video: In Dog vs Leopard Clash In Nashik, An Unlikely Winner pic.twitter.com/7ICRniyBLE
— NDTV (@ndtv) August 22, 2025
ସ୍ଥାନୀୟ ଅଧିକାରୀଙ୍କ କହିବା କଥା ଯେ ଆହତ ହେବା ପରେ କଲରାପତରିଆଟି ଜଙ୍ଗଲକୁ ଚାଲି ଯାଇଛି। ତେବେ ଜଙ୍ଗଲ ଅଧିକାରୀମାନେ ଏହି ଘଟଣାକୁ ନିଶ୍ଚିତ କରି ନାହାନ୍ତି। ଆହତ କଲରାପତରିଆକୁ ଚିକିତ୍ସା ଦରକାର କି ନାହିଁ, ସେକଥା ମଧ୍ୟ ସେମାନେ କହି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
