Advertisment

ବିନା ହିଜାବରେ ବୟଫ୍ରେଣ୍ଡ ସହ ନାଚିଲେ, ୧୦ ବର୍ଷ ଜେଲ୍‌

ଯୁବତୀଙ୍କୁ ବିନା ହିଜାବ ପିନ୍ଧି ନାଚିବା ମହଙ୍ଗା ପଡିଛି।

ଅଦ୍ୟତନ ହୋଇଛି
dancing pair

dancing pair

Advertisment

ଥମୁନି ହିଜାବକୁ ନେଇ ବିବାଦ। ହିଜାବକୁ ବିରୋଧ ଜାରି ରହିଛି। ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରୁଛନ୍ତି। କିନ୍ତୁ ଏହି କଡ଼ା ଆଇନ୍‌ କୋହଳ ହେଉନି। ଯଦି କୌଣସି ମହିଳା ବନା ହିଜାବରେ ନଜର ଆସୁଛନ୍ତୁ ତେବେ ତାଙ୍କୁ କଠୋର ଦଣ୍ଡ ଭୋଗିବାକୁ ପଡୁଛି। ଏଭଳି କିଛି ଘଟଣା ଏବେ ସାମ୍ନାକୁ ଆସିଛି ଇରାନ୍‌ରୁ। ଏଠାରେ ଜଣେ ଯୁବତୀଙ୍କୁ ବିନା ହିଜାବ ପିନ୍ଧି ନାଚିବା ମହଙ୍ଗା ପଡିଛି।

Advertisment

ନିକଟରେ ଇରାନର ରାଜଧାନୀ ତେହରାନ୍‌ର ମେନ୍ ସ୍କ୍ୱୁୟାରରେ ଜଣେ ଦମ୍ପତି ଡ୍ୟାନ୍ସ କରିଥିଲେ। ଉଭୟଙ୍କ ଡ୍ୟାନ୍ସ ଭିଡିଓ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତେବେ ଭିଡିଓ ଭାଇରାଲ ହେବା ପରେ ଏମାନଙ୍କୁ ଭୋଗିବାକୁ ପଡିଛି କଠୋର ଦଣ୍ଡ। ଉଭୟଙ୍କୁ ୧୦ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଇରାନ୍‌ ସରକାର।

୨୧ ବର୍ଷର ଅସ୍ତିୟାଜ ହଘିଘି ନିଜ ୨୨ ବର୍ଷର ଭାବି ସ୍ୱାମୀ ଆମିର ମୋହମ୍ମଦଙ୍କ ସହ ବିଚ୍‌ ରାସ୍ତାରେ ବିନା ହିଜାବରେ ଡ୍ୟାନ୍ସ କରିଥିଲେ। ଏହି ଡ୍ୟାନ୍ସ ଭିଡିଓକୁ ଉଭୟ ସୋଶାଲ ମିଡିଆରେ ଖୋଦ ଶେଆର କରିଥିଲେ। ଭିଡିଓ ସାମ୍ନାକୁ ଆସିବା ପରେ ଦମ୍ପତିଙ୍କ ବିରୋଧରେ ଇରାନ ସରକାର କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନୈତିକତା ଏବଂ ଅସଦାଚରଣ ପ୍ରସାର କରିବା ଓ ଜାତୀୟ ସୁରକ୍ଷାକୁ ଭଣ୍ଡୁର କରିବା ଏମାନଙ୍କ ବିରୋଧରେ ଅଭିଯୋଗ ହୋଇଛି। ଦମ୍ପତିଙ୍କୁ ସାଢ଼େ ୧୦ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

Advertisment

ସେପଟେ ଇରାନର ନ୍ୟାୟପାଳିକା ସହ ଜଡିତ ଏକ ନ୍ୟୁଜ୍ ଏଜେନ୍ସି ମୁତାବକ, ଜାତୀୟ ନିରାପତ୍ତାକୁ ଭଣ୍ଡୁର କରିବା ଅଭିଯୋଗରେ ଦମ୍ପତିଙ୍କୁ ୫ ବର୍ଷ ଲେଖାଏଁ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଗତବର୍ଷ ଅକ୍ଟୋବର ୨୬ ତାରିଖରେ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ ଲୋକଙ୍କୁ ଏକାଠି ହୋଇ ଦଙ୍ଗା କରିବାକୁ ଉସ୍‌କାଇଥିବା ଦମ୍ପତିଙ୍କ ବିରୋଧରେ ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ନିକଟରେ ଇରାନ୍‌ରେ ହିଜାବକୁ ନେଇ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା। ଏଠାରେ ଜଣେ ୨୨ ବର୍ଷୀୟ ଯୁବତୀ ମହସା ଅମିନୀଙ୍କୁ ହିଜାବ ପିନ୍ଧିନଥିବାରୁ ପୁଲସ ଉଠାଇ ନେଇଥିଲା। ଏହାପରେ ପୁଲିସ ହେପାଜତରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଓ ହିଜାବକୁ ବିରୋଧ କରି ହଜାର ହଜାର ସଂଖ୍ୟାରେ ଲୋକେ ରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ନାରାବାଜି କରିଥିଲେ।

Viral Video Viral
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe