Advertisment

ରଣକ୍ଷେତ୍ର ପାଲଟିଲା କବାଡି କୋର୍ଟ: ପରସ୍ପରକୁ ଆକ୍ରମଣ କଲେ ଦୁଇ ଦଳର ଖେଳାଳି

ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘୋଷରେ ଭାଗ ନେଇଥିବା ଦୁଇ କବାଡି ଟିମର ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Attack

Attack

Advertisment

କବାଡି ମ୍ୟାଚ୍‌ ବେଳେ ଘଟିଛି ଭୟଙ୍କର ଗଣ୍ଡଗୋଳ। ପରସ୍ପରକୁ ଆକ୍ରମଣ କରିଛନ୍ତି ଦୁଇ ଦଳର ଖେଳାଳି। ବିଧା, ଗୋଇଠା ଠାରୁ ଆରମ୍ଭ କରି ଚେୟାରରେ ପରସ୍ପରକୁ ମାଡ଼ ମାରିଛନ୍ତି। କାନପୁରରେ ଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରେ ଚାଲିଥିବା କବାଡି ମ୍ୟାଚ୍‌ ବେଳେ ଏପରି ଘଟଣା ଘଟିଛି।

Advertisment

ଇନଷ୍ଟିଚ୍ୟୁଟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଘୋଷରେ ଭାଗ ନେଇଥିବା ଦୁଇ କବାଡି ଟିମର ଖେଳାଳି ଓ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଦୁଇ ଟିମର ଛାତ୍ରମାନେ ପରସ୍ପର ଉପରକୁ ଚେୟାର ଫିଙ୍ଗା ସହ ବିଧା ଗୋଇଠା ମାରୁଛନ୍ତି। କବାଡି ଜର୍ସି ପିନ୍ଧିଥିବା ଖେଳାଳିମାନେ ମଧ୍ୟ ପରସ୍ପରକୁ ଗୋଇଠା ମାରିବାର ଦୃଶ୍ୟ ରହିଛି। ସେମାନେ ପ୍ଲାଷ୍ଟିକ ଚେୟାର ମଧ୍ୟ ଭାଙ୍ଗି ଦେଇଛନ୍ତି। ଗଣ୍ଡଗୋଳ ତୀବ୍ର ହେବାରୁ ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ଦୌଡ଼ି ଚାଲି ଯାଉଥିବା ଦେଖିବାକୁ ମିଳିଛି।

Advertisment

ତେବେ ଗଣ୍ଡଗୋଳ କରିଥିବା ଛାତ୍ରମାନେ କେଉଁ କଲେଜର? କ’ଣ ପାଇଁ କବାଡି ମ୍ୟାଚ୍‌ ବେଳେ ସେମାନେ ପରସ୍ପରକୁ ଆକ୍ରମଣ କଲେ, ସେକଥା ଜଣାପଡ଼ି ନାହିଁ। ଗଣ୍ଡଗୋଳ ବେଳର ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ ହେବାରେ ଲାଗିଛି।

ଜଣେ ସୋଶାଲ ମିଡିଆ ବ୍ୟବହାରକାରୀ କହିଛନ୍ତି ଯେ ଏହା ହେଉଛି ଆଇଆଇଟି କାନପୁରରେ ଚାଲିଥିବା ଉଦଘୋଷ ୨୦୨୩ ବେଳର ଭିଡିଓ। ଚଳିତ ବର୍ଷ ୪୦୦ କଲେଜର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗଣ୍ଡଗୋଳ କରିଥିବା ଉଭୟ ପକ୍ଷ ଆଇଆଇଟିର ନୁହନ୍ତି। କିନ୍ତୁ ଅନ୍ୟ କଲେଜର। କାନପୁରରେ ଏପରି ଘଟଣା ଘଟିବା ଅତ୍ୟନ୍ତ କୌତହଲର ବିଷୟ।”

ଅନ୍ୟପକ୍ଷରେ ଆଇଆଇଟି କର୍ତ୍ତୃପକ୍ଷ ଘଟଣାକୁ ଗୁରୁତ୍ୱର ସହ ନେବା ସହ ଉଭୟ ଦଳକୁ ବ୍ୟାନ କରିଛନ୍ତି।

IIT
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe