Advertisment

କାର୍‌ରେ ଷ୍ଟଣ୍ଟ କରୁଥିବା ବେଳେ ସ୍କୁଟିକୁ ପିଟି ଦେଲେ ନାବାଳକ, ଚାଲିଗଲା ମହିଳାଙ୍କ ଜୀବନ

ଉତ୍ତର ପ୍ରଦେଶରେ ଶୁକ୍ରବାର ଘଟିଥିବା ଏହି ଭୟଙ୍କର ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଦ୍ୟତନ ହୋଇଛି
Car

Car

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଭିଡିଓ। ଜନଗହଳୀପୂର୍ଣ୍ଣ ଅଞ୍ଚଳରେ କାର ଚଳାଇ ଷ୍ଟଣ୍ଟ କରୁଥିବା ଜଣେ ନାବାଳକ ଘଟଣାଇଛନ୍ତି ଜଘନ୍ୟକାଣ୍ଡ। ତାଙ୍କ କାର ଷ୍ଟଣ୍ଟ ଯୋଗୁ ସ୍କୁଟିରେ ଯାଉଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଛୋଟ ଝିଅ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଷ୍ଟଣ୍ଟ ଦେଖାଉଥିବା ବେଳେ ନାବାଳକ ଜଣଙ୍କ ଦ୍ରୁତଗତିରେ କାର ଆଣି ସ୍କୁଟିରେ ପିଟି ଦେବାରୁ ଏତେ ବଡ଼ ଘଟଣା ଘଟିଛି। ଉତ୍ତର ପ୍ରଦେଶରେ ଶୁକ୍ରବାର ଘଟିଥିବା ଏହି ଭୟଙ୍କର ଘଟଣାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପୁଲିସ୍‌ କହିଛି ଯେ କାର୍‌ଟିକୁ ଜଣେ ୧୭ ବର୍ଷୀୟ ପିଲା ଚଳାଉଥିଲେ। ସେ ଉତ୍ତର ପ୍ରଦେଶର କାନପୁର ସ୍ଥିତ ଜନଗହଳୀ ପୂର୍ଣ୍ଣ ଅଞ୍ଚଳରେ ଷ୍ଟଣ୍ଟ କରୁଥିବା ବେଳେ ଏତେ ବଡ଼ ଘଟଣା ଘଟିଛି।

Advertisment

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମହିଳା ଜଣଙ୍କ ତାଙ୍କ ଛୋଟ ଝିଅକୁ ସ୍କୁଟରେ ବସାଇ ରାସ୍ତାରେ ଯାଉଥିଲେ। ଏହି ସମୟରେ ଦ୍ରୁତଗାମୀ କାର୍‌ଟି ଆସି ତାଙ୍କୁ ଅତି ଜୋରରେ ଧକ୍କା ଦେଇଥିଲା।

କାର ଚଳାଉଥିବା ନାବାଳକ ଜଣଙ୍କ ନିୟନ୍ତ୍ରଣ ହରାଇ ଏତେ ଜୋରରେ ସ୍କୁଟିକୁ ପିଟି ଥିଲେ ଯେ ଏହା ବେଶ କିଛି ବାଟ ଉଡ଼ାନ୍ତ ଅବସ୍ଥାରେ ଯାଇ ରାସ୍ତାରେ ଛେଚି ହୋଇ ପଡ଼ିଥିଲା। ଦୁର୍ଘଟଣା ବେଳେ କାରର ଘଣ୍ଟାପ୍ରତି ବେଗ ୧୦୦ରୁ ଅଧିକ ଥିବା କୁହାଯାଉଛି। 

ଧକ୍କା ଏତା ଜୋରରେ ଲାଗିଥିଲା ଯେ ସ୍କୁଟି ଚଳାଉଥିବା ମହିଳା ଓ ତାଙ୍କ ଝିଅ ଭିନ୍ନଭିନ୍ନ ଦିଗରେ ଛିଟିକି ହୋଇ ପଡ଼ିଥିଲେ। ରାସ୍ତାରେ ଉଭୟ ପଡ଼ିଥିବା ବେଳେ କିଛି ଲୋକ ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି। ଛୋଟ ଝିଅଟିର ଅବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି। ପୁଲିସ୍‌ ନାବାଳକ କାର ଚାଳକଙ୍କୁ ନିଜ ହେପାଜତକୁ ନେଇ ଏବେ ଘଟଣାର ଅଧିକ ତଦନ୍ତ କରୁଛି।

Accident Uttar Pradesh Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe