Advertisment

ସପିଂ ମଲ୍‌ ମାଲିକଙ୍କ ସ୍ୱପ୍ନ ଚୁରମାର୍‌, ଡିସ୍‌କାଉଣ୍ଟ ଖବର ପାଇ ଲୋକେ ଲୁଟି ନେଲେ

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Madhupriya Mistry
Mob Loot Mall

Mob Loot Mall

ମଲ୍ ଉଦଘାଟନ ଅବସରରେ ରିହାତି ଘୋଷଣା କରିଥିଲା କମ୍ପାନୀ। ଆଉ ଅନେକ ଲୋକ ରିହାତି ଖବର ପାଇ ମଲରେ ଭିଡ଼ ଜମାଇଥିଲେ। ମଲ୍ ମାଲିକ ମଧ୍ୟ ଏଭଳି ଭିଡ଼ ଦେଖି ଖୁସି ଜାହିର କରିଥିଲେ। କିନ୍ତୁ ଏଭଳି ସ୍ଥିତି ହେଲା ଯାହା କେବେ ମଲ୍ ମାଲିକ କେବେ ଆକଳନ କରିନଥିବେ।

Advertisment

ପାକିସ୍ତାନ କରାଚିର ଗୁଲିସ୍ତାନ-ଏ-ଜୌହର ଅଞ୍ଚଳରେ ଥିବା ଡ୍ରିମ୍ ବଜାର ମଲର ଭବ୍ୟ ଉଦଘାଟନ ଥିଲା। ଏହି ଦିନରେ ଲୋକେ ମଲ୍ ଭିତରକୁ ପଶି ସମ୍ପତ୍ତି ନଷ୍ଟ କରିବା ସହ ଲୁଟପାଟ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଡ୍ରିମ୍‌ ବଜାର ମଲ୍ ପ୍ରତିଷ୍ଠା କରିଥିବା ପାକିସ୍ତାନୀ ବଂଶୋଦ୍ଭବ ଜଣେ ବ୍ୟବସାୟୀ। ଉଦଘାଟନ ଦିନରେ ସେ ସ୍ୱତନ୍ତ୍ର ରିହାତି ଘୋଷଣା କରିଥିଲେ। ସେପ୍ଟେମ୍ବର ୧ ତାରିଖ ଅପରାହ୍ନ ୩ଟାରେ ମଲର ସଟର ଖୋଲିବା ମାତ୍ରେ ହଜାର ହଜାର ଲୋକ ମଲ୍ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ।

Advertisment

ମଲ ଉଦଘାଟନ ଦିନର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି। ଯେଉଁଥିରେ ରିହାତି ପାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମୟରେ ମଲ୍ କର୍ମଚାରୀମାନେ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଆଉ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା।

ମଲ୍ ଭିତରେ ଜିନିଷପତ୍ର ଏଣେ ତେଣେ ହୋଇ ରହିଥିଲା। ଦୋକାନୀମାନେ ଯାହା କିଛି ଜିନିଷ ପାଇଲେ ତାହା ଛଡ଼ାଇ ନେବାକୁ ଚେଷ୍ଟା କରୁଥିଲେ। ଏପରିକି କିଛି ଲୋକ ଲୁଟ୍ କରୁଥିବା ବେଳେ ନିଜର ଭିଡିଓ ମଧ୍ୟ ରେକର୍ଡିଂ କରୁଥିଲେ। ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ଭିଡ଼ ସତ୍ତ୍ୱେ ମଲରେ ପୁଲିସ କର୍ମଚାରୀ ଉପସ୍ଥିତ ନଥିଲେ। ଲୋକଙ୍କ ଦ୍ୱାରା ଯେଉଁ ବିଶୃଙ୍ଖଳା ତିଆରି କରାଯାଇଥିଲା ତାକୁ ନେଇ ମଲ୍‌ର ଜଣେ କର୍ମଚାରୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Viral Video Karachi Mob Loots Mall