Advertisment

ବାଘକୁ ବାଇକରେ ବାନ୍ଧି ବନ କର୍ମଚାରୀଙ୍କୁ ଜିମା ଦେଲେ, ଘଟଣାକୁ ନିନ୍ଦା

୯ ମାସର ବାଘକୁ ବାଇକରେ ବୋହିନେବା ଘଟଣାକୁ ସାଧାରଣରେ ନିନ୍ଦା। ବନ୍ୟଜନ୍ତୁଙ୍କ ପ୍ରତି ଏପରି ଆଚରଣ ସଚେତନତା ଅଭାବ କହିଲେ ବନ କର୍ମଚାରୀ ।

author-image
Debibandita Barick
ଅଦ୍ୟତନ ହୋଇଛି
man ties leopard to bike with rope, rides to forest department

man ties leopard to bike with rope, rides to forest department

କର୍ଣ୍ଣାଟକର ଜଣେ ବ୍ୟକ୍ତି ବାଘକୁ କାବୁ କରିବା ବାଇକରେ ବାନ୍ଧି ବନ ବିଭାଗ କାର୍ଯ୍ୟାଳୟରେ ଜିମା ଦେବା ଘଟଣାକୁ ସାଧାରଣରେ ନିନ୍ଦା କରାଯାଇଛି।  ବାଘକୁ ବାଇକରେ ବାନ୍ଧି ନେବାର ଭିଡିଓ ଭାଇରାଲ ମଧ୍ୟ ହେଉଛି।   

Advertisment

ହାସନ ଜିଲ୍ଲାର ମୁଥୁ ତାଙ୍କ ଫାର୍ମରେ ଏକ କଲରାପତରିଆ ବାଘ ଦେଖିଥିଲେ। ଆତ୍ମରକ୍ଷା ପାଇଁ ସେ ବାଘକୁ ବାନ୍ଧିବାକୁ ବାଧ୍ୟ ହୋଇଥିଲେ। ପରେ ଦଉଡ଼ି ସାହାଯ୍ୟରେ ବାଘକୁ ବାଇକର ପଛପଟରେ ବାନ୍ଧି ବନ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ ମୁଥୁ। ସେ ବାଘଟିକୁ ବନ କର୍ମଚାରୀଙ୍କୁ ଜିମା ଦେଇଥିଲେ। ବାଘଟିକୁ କାବୁ କରିବାକୁ ଯାଇ ମୁଥୁଙ୍କ ଦେହରେ ଆଘାତ ଲାଗିଛି। ବାଘଟି ମଧ୍ୟ ଆହତ ହୋଇଛି। 

ତେବେ ୯ ମାସର ବାଘ ସହ ଏପରି ନିର୍ଦ୍ଦୟ ଆଚରଣକୁ ସମସ୍ତେ ନିନ୍ଦା କରୁଛନ୍ତି। ବନ କର୍ମଚାରୀଙ୍କ କହିବା ଅନୁସାରେ ମୁଥୁଙ୍କର କୌଣସି ଖରାପ ଉଦ୍ଦେଶ୍ୟ ନଥିଲା। ସେ ନିଜର ଆତ୍ମରକ୍ଷା ପାଇଁ ଏପରି କରିଛନ୍ତି। ମାତ୍ର ଏହି ଉପାୟ ଭୁଲ୍। ପଶୁ ହେଲେ ବି ବାଘ ପ୍ରତି ଅମାନବୀୟ ଆଚରଣ ଠିକ୍ ନୁହେଁ। ଏସବୁ ସଚେତନତା ଅଭାବରୁ ଘଟୁଛି। ବର୍ତ୍ତମାନ ବାଘଟି ଅସୁସ୍ଥ ଥିବାରୁ ତାର ଚିକିତ୍ସା କରାଯାଉଛି। ଏପରି ପରିସ୍ଥିତିକୁ କିପରି ପରିଚାଳନା କରାଯିବ, ସେ ବାବଦରେ ମୁଥୁଙ୍କୁ ପରାମର୍ଶ ଦିଆଯାଇଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। 

Advertisment

ବନ୍ୟଜନ୍ତୁ ହିଂସ୍ର ହୁଅନ୍ତୁ ଅବା ଶାନ୍ତ, ସେମାନଙ୍କ ଦାୟିତ୍ୱ ମଣିଷର। ସର୍ବଦା ସେମାନଙ୍କ ପ୍ରତି ଦୟାଭାବ ପ୍ରତିପୋଷଣ କରିବା ଉଚିତ୍। ଏପରି ଘଟଣା ଆଖପାଖରେ ଘଟିଲେ, ବନ କର୍ମଚାରୀଙ୍କୁ ସୂଚନା ଦିଅନ୍ତୁ। ଆତ୍ମରକ୍ଷା କରିବା ସହ ସେମାନଙ୍କୁ ଯେପରି କୌଣସି କ୍ଷତି ନପହଞ୍ଚେ ସେଥିପ୍ରତି ଧ୍ୟାନ ଦିଅନ୍ତୁ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। 

Leopard Karnataka Man Ties Leopard To Bike Leopard Viral Video