kid was not allowed to watch prabhas movie
ଚାରିଆଡେ ବହୁବଳୀ ଷ୍ଟାର୍ ପ୍ରଭାସଙ୍କ 'ସଲାର'କୁ ନେଇ ଜାରି ରହିଛି କେଜ୍ର। ବକ୍ସ ଅଫିସ୍କୁ କବ୍ଜା କରିଛି ସଲାର୍। ଜାରି ରହିଛି ରେକର୍ଡ ବ୍ରେକିଂ ବ୍ୟବସାୟ। ମାତ୍ର ତିନି ଦିନରେ ଏହି ଫିଲ୍ମ ୨୦୦ କୋଟିରୁ ଅଧିକ ବିଜନେସ କରିସାରିଲାଣି। ଏବେବି ଫିଲ୍ମ ଦେଖିବାକୁ ହଲ୍ ବାହାରେ ଲୋକଙ୍କ ଲମ୍ବା ଲାଇନ୍ ଲାଗୁଛି। ଏହାରି ଭିତରେ ହାଇଦ୍ରାବାଦର ଏକ ହଲ୍ ବାହାରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ଥିଏଟର୍ ବାହାରେ ତାଣ୍ଡବ କରିଛନ୍ତି ମହିଳା। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ପ୍ରକୃତରେ ପରିବାର ସହ ହାଇଦ୍ରାବାଦର ଏକ ହଲ୍କୁ 'ସଲାର' ଫିଲ୍ମ ଦେଖିବାକୁ ଆସିଥିଲେ ଜଣେ ମହିଳା। ସାଙ୍ଗରେ ତାଙ୍କର ଦୁଇ ଛୁଆ ମଧ୍ୟ ଥିଲେ। ତେବେ ଫିଲ୍ମ ଦେଖିବା ପାଇଁ ଥିଏଟର୍କୁ ଏଣ୍ଟ୍ରି କରିବା ସମୟରେ ତାଙ୍କୁ ଥିଏଟର କର୍ମଚାରୀ ଅଟକାଇ ଦେଇଥିଲେ। ତାଙ୍କ ଦୁଇ ପିଲାଙ୍କୁ ହଲ୍ ଭିତରକୁ ଏଣ୍ଟ୍ରି କରିବାକୁ ମନା କରା ଯାଇଥିଲା। ବାସ୍ ଏତିକିରେ ରାଗି ଯାଇଥିଲେ ମହିଳା। ଥିଏଟର୍ କର୍ମଚାରୀଙ୍କ ସହ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ। ହଲ୍ ବାହାରେ ବଡ଼ ପାଟିରେ ସେ ଥିଏଟର କର୍ମଚାରୀଙ୍କ ଉପରେ ବର୍ଷିଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୧ ଲକ୍ଷ ୧୪ ହଜାରରୁ ବି ଅଧିକ ଲୋକ ଦେଖି ସାରିଲେଣି।
ଶୁକ୍ରବାର ଦିନ ବଡ ପରଦାରେ ମୁକ୍ତିଲାଭ କରିଥିଲା ଫିଲ୍ମ 'ସଲାର'। ତେବେ ପ୍ରଥମ ଦିନରେ ହିଁ ରେକର୍ଡ ଭାଙ୍ଗିଥିଲା ପ୍ରଭାସଙ୍କ ଏହି ଫିଲ୍ମ। ପ୍ରଥମ ଦିନରେ ୯୦.୭ କୋଟି ଟଙ୍କାର ବ୍ୟବସାୟ କରିଥିଲା। ଏଥି ସହିତ ଫିଲ୍ମଟି ଦ୍ୱିତୀୟ ଦିନରେ ୫.୬.୩୫ କୋଟି ଏବଂ ରବିବାର ଦିନ ଭାରତୀୟ ସିନେମା ହାଉସରୁ ୬୦.୦୫ କୋଟି ଟଙ୍କା ଆୟ କରିଛି। ମୋଟାମୋଟି ଏହି ଫିଲ୍ମଟି ତିନି ଦିନ ମଧ୍ୟରେ ୨୦୯.୧ କୋଟି ଟଙ୍କା ବ୍ୟବସାୟ କରିସାରିଲାଣି। ଏହା ବ୍ୟତୀତ ସାରା ବିଶ୍ୱରେ ୪୦୨ କୋଟି ଟଙ୍କା ବ୍ୟବସାୟ କରିଥିବା ନେଇ ରେକର୍ଡ ରହିଛି।
ଏହି ଫିଲ୍ମ ଜରିଆରେ ପୁଣି ଥରେ ବଢ଼ିଛି ବାହୁବଳୀ ଷ୍ଟାର୍ଙ୍କ କ୍ରେଜ୍। ପୁଣି ଥରେ ଦମ୍ଦାର ଆକ୍ସନ ସହ କମ୍ ବ୍ୟାକ୍ କରିଛନ୍ତି ସାଉଥ ଷ୍ଟାର୍ ପ୍ରଭାସ। ଆକ୍ସନ୍ ପ୍ରେମୀମାନେ ଏହି ଫିଲ୍ମକୁ ବହୁତ ପସନ୍ଦ କରୁଛନ୍ତି। ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ପୃଥ୍ୱୀରାଜ ସୁକୁମାରନ୍ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶକ ହେଉଛନ୍ତି ପ୍ରଶାନ୍ତ ନୀଲ, ଯିଏ କି କେଜିଏଫ୍-୨ର ନିର୍ଦ୍ଦେଶନା ଦେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1703578047.jpg)