Advertisment

ଲାଇଭ ଟିଭି ବିତର୍କ ବେଳେ ପିଟାପିଟି ହେଲେ ଦୁଇ ପ୍ୟାନେଲିଷ୍ଟ

କ୍ୟାମେରା ଆଗରେ ସେମାନେ ପରସ୍ପରକୁ ଆକ୍ରମଣ କରିବା ସହ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି।

TV

TV

Advertisment

ଟିଭି ବିତର୍କ ବେଳେ ହାତାହାତି ହୋଇଛନ୍ତି ଦୁଇ ଜଣ ନେତା। କ୍ୟାମେରା ଆଗରେ ସେମାନେ ପରସ୍ପରକୁ ଆକ୍ରମଣ କରିବା ସହ ଅତ୍ୟନ୍ତ ଖରାପ ଭାଷାରେ ଗାଳି ଗୁଲଜ କରିଛନ୍ତି। ଏହି ମାରପିଟର ଦୃଶ୍ୟ ମଧ୍ୟ କ୍ୟାମେରାରେ କଏଦ ହୋଇଛି। ପାକିସ୍ତାନର ଗୋଟିଏ ଘରୋଇ ଚ୍ୟାନେଲରେ ଏପରି ଘଟଣା ଘଟିଛି।

Advertisment

ଟିଭି ଚ୍ୟାନେଲ ପକ୍ଷରୁ ଗୋଟିଏ ବିତର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପ୍ୟାନେଲିଷ୍ଟ ଭାବେ ପାକିସ୍ତାନ ତେହରିକ ଇ ଇନସାଫ ପକ୍ଷରୁ ଶେର ଅଫଜଲ ମାରୱତ ଓ ପାକିସ୍ତାନ ମୁସଲିମ ଲିଗ ନୱାଜର ସାଂସଦ ଅଫନୁଲ୍ଲା ଖାନ ଯୋଗ ଦେଇଥିଲେ।

ଦୁଇ ଜଣ କ୍ୟାମେରା ସାମ୍ନାରେ ପରସ୍ପର ସହ ଘମାଘୋଟ ବିତର୍କ କରିଥିଲେ। ତେବେ ଏହି ବିତର୍କ ଭୟଙ୍କର ରୂପ ଧାରଣ କରିଥିଲା। ଯୁକ୍ତିତର୍କ ଚାଲିଥିବା ବେଳେ ହଠାତ ଶେର ଅଫଜଲ ନିଜ ଉପରକୁ ନିୟନ୍ତ୍ରଣ ହରାଇ ପ୍ରଥମେ ଅଫନୁଲ୍ଲା ଖାନଙ୍କୁ ଶକ୍ତ ଚାପୁଡ଼ା ମାରିଥିଲେ।

Advertisment

ଏହାର ଜବାବ ଦେବାକୁ ମଧ୍ୟ ଅଫନୁଲ୍ଲା ହେଳା କରି ନଥିଲା। ସେ ମଧ୍ୟ ଶେର ଅଫଜଲଙ୍କୁ ପ୍ରତିଆକ୍ରମଣ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବା ଆଙ୍କର ଉଭୟଙ୍କୁ ଶାନ୍ତ ପଢ଼ିବାକୁ କହିଥିଲେ ମଧ୍ୟ ସେମାନେ କିଛି ବି ଶୁଣି ନଥିଲେ।

ସେମାନେ ପରସ୍ପରକୁ ତଳେ ପକାଇ ମଧ୍ୟ ଆକ୍ରମ କରିଥିଲେ। ଚୁଟି ଧରାଧରି ହୋଇ ଘୋଷଡ଼ା ଘୋଷଡ଼ି ହେବା ସହ ଚାପୁଡ଼ା ଓ ବିଧା ପରସ୍ପରକୁ ମାରିଥିଲେ। 

ବେଶ କିଛି ସେକେଣ୍ଡ ପରେ ଆଙ୍କର ଓ ସେଠାରେ ଉପସ୍ଥିତ ଥିବା ଟିଭି ଚ୍ୟାନେଲର ସଦସ୍ୟମାନେ ଉଭୟଙ୍କୁ ଅଟକାଇଥିଲେ। ଏହି ସମୟରେ ଉଭୟ ପରସ୍ପରକୁ ଅଭଦ୍ର ଭାଷାରେ ଗାଳି ଗୁଲଜ ମଧ୍ୟ କରିଥିଲେ। ଏହି ଘମାଘୋଟ ଲଢ଼େଇର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Pakistan TV Anchors
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe