/odisha-reporter/media/post_attachments/uploadimage/library/16_9/16_9_0/Leopard_1718015495.jpg)
Leopard
ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହ ଆଉ ୭୧ ଜଣ ମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଏହି ଶପଥ ପାଠ କାର୍ଯ୍ୟକ୍ରମରେ ପଡ଼ୋଶୀ ଦେଶଗୁଡ଼ିକର ମୁଖ୍ୟମାନଙ୍କ ସମେତ ପ୍ରାୟ ୮ ହଜାର ଅତିଥି ଉପସ୍ଥିତ ରହିଥିଲେ।
ତେବେ ରାଷ୍ଟ୍ରପତି ଭବନରେ ଶପଥ ପାଠ କାର୍ଯ୍ୟକ୍ରମରେ ଗୋଟିଏ ରହସ୍ୟମୟ ଜନ୍ତୁ ବୁଲିବାର ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଶପଥ ପାଠ କାର୍ଯ୍ୟକ୍ରମ ଚାଲିଥିବା ବେଳେ ରାଷ୍ଟ୍ରପତି ଭବନର କରିଡରରେ ଗୋଟିଏ ବାଘ ଭଳି ଜନ୍ତୁ ବୁଲୁଛି।
ଷ୍ଟେଜରେ ସମସ୍ତ ଅତିଥି ବସିଥିବା ବେଳେ ରାଷ୍ଟ୍ରପତି ଭବନର କରିଡରକୁ ବାଘ ଭଳି ଦିଶୁଥିବା ଜନ୍ତୁଟି ଅତିକ୍ରମ କରିବାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ବିଜେପି ସାଂସଦ ଦୁର୍ଗା ଦାସ ଶପଥ ନେଇ ଦସ୍ତଖତ କରିବା ସହ ରାଷ୍ଟ୍ରପତିଙ୍କୁ ନମସ୍କାର କରୁଥିବା ବେଳେ କରିଡରକୁ ଜନ୍ତୁଟି ଅତିକ୍ରମ କରିଥିଲା।
Can you spot something unusual happening here?
An animal, allegedly a leopard, was spotted walking at the Rashtrapati Bhavan.
This happened when MP Durga Das was carrying out official procedures on stage.
Via @snehamordani#ModiCabinetpic.twitter.com/dDD0FZvdRs
— Saif Ali Khan (@synclairsa) June 10, 2024
ସୋଶାଲ ମିଡିଆରେ ଏହାକୁ ଅନେକ ଲୋକ ଶେୟାର କରିଛନ୍ତି। ଜଣେ ୟୁଜର୍ସ ଭିଡିଓ ଶେୟାର କରି କହିଛନ୍ତି, “ଏହା କ’ଣ ବାଘ? ନା ସାଧାରଣ ବିଲେଇ କିମ୍ବା କୁକୁର? ଯଦି ଏହା ବିଲେଇ, ତା’ହେଲେ ଠିକ ଅଛି।
ଯଦି ଏହା ବାଘ, ତା’ହେଲେ ସୁରକ୍ଷାକର୍ମୀମାନେ କ’ଣ କରୁଛନ୍ତି? ଏହାର ସୁରକ୍ଷାରେ ତ୍ରୁଟି। ରାଷ୍ଟ୍ରପତି ଭବନରେ ଏପରି ତ୍ରୁଟି ହୋଇଛି କି?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
