Advertisment

କ୍ୟାମେରାରେ କଏଦ ହେଲା ବାଘ ଆକ୍ରମଣର ଦୃଶ୍ୟ, କୁକୁର ବନିଲା ଶିକାର

ବାଘଟି ଶନିବାର ବିଳମ୍ବିତ ରାତିରେ ନାରାୟଣ ଗାଁ ନିକଟ ୱାରୁଲୱାଡିରେ ଶିକାର କରିଥିଲା। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

attack

attack

Advertisment

ପୁଣେର ଗୋଟିଏ ଜନବସତି ଅଞ୍ଚଳରେ ବାଘର ଆକ୍ରମଣ ଗାଁ ଲୋକଙ୍କ ଛାତି ଥରାଇ ଦେଇଛି। ବାଘ ସ୍ଥାନୀୟ ଅଞ୍ଚଳରେ ଶିକାର ପାଇଁ ପ୍ରବେଶ କରିବା ସହ ଗୋଟିଏ କୁକୁରକୁ ଉଠାଇ ନେଇଛି। ଏହାର ଦୃଶ୍ୟ ସାମ୍ନାକୁ ଆସିବା ପରେ ଜୁନ୍ନାର ତହସିଲରେ ରହୁଥିବା ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି।

Advertisment

ବାଘଟି ଶନିବାର ବିଳମ୍ବିତ ରାତିରେ ନାରାୟଣ ଗାଁ ନିକଟ ୱାରୁଲୱାଡିରେ ଶିକାର କରିଥିଲା। ଏହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୋଟିଏ ବିରାଟକାୟ ବାଘ ଅନ୍ଧାରିଆ ବୁଦାରୁ ରାତି ପ୍ରାୟ ୧୧ଟା ବେଳକୁ ସାମ୍ନାକୁ ଆସୁଛି।

ସେ ଆଗକୁ ଆସିବା ସହ ଗୋଟିଏ କୁବୁରକୁ ପାଟିରେ କାମୁଡ଼ି ଧରି ସିଧା ଅନ୍ଧାରିଆ ଅଞ୍ଚଳକୁ ଚାଲି ଯାଉଛି। କୁକୁରଟିକୁ ସ୍ଥାନୀୟ ଅଞ୍ଚଳର ଜଣେ ଲୋକ ରଖିଥିଲେ। ସେ ରାତି ବେଳା ବନ୍ଦ ରହିଥିବା ଦୋକାନ ସାମ୍ନାରେ ବୁଲୁଥିବା ବେଳେ ବାଘର ଶିକାର ବନିଛି। ଏହା ଦେଖି ଆଉ ଗୋଟିଏ କୁକୁର ପିଛା କରିଥିଲେ ହେଁ ବାଘଟି ଅନ୍ଧାର ଭିତରେ ପୂରା ଉଭେଇ ଯାଇଥିଲା।

Advertisment

ଏହି ଘଟଣା ପରେ ଗାଁ ଲୋକମାନେ ଭୟଭୀତ ହେବା ସହ ବାଘକୁ ଧରିବା ପାଇଁ ଜଙ୍ଗଲ ବିଭାଗକୁ କହିଛନ୍ତି। ଏହପୂର୍ବରୁ ପ୍ରାୟ ମାସକ ତଳେ ପୁଣେ ଉପକଣ୍ଠରେ ଥିବା ରାଜାରାମ ବାପୁ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି କ୍ୟାମ୍ପସରେ ଗୋଟିଏ ବାଘ ପଶି ଯାଇଥିଲା।

Pune Leopard
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe