Advertisment

ମହାରାଷ୍ଟ୍ରରୁ କର୍ଣ୍ଣାଟକ:୨୫୦ କିମି ଚାଲି ଘରକୁ ଫେରିଲା ନିଖୋଜ କୁକୁର

ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ପଣ୍ଡରପୁର୍‌ରେ ହଜି ଯାଇଥିଲା। କିନ୍ତୁ ଏବେ ସେ ନିଜେ ୨୫୦ କିଲୋମିଟର ଦୂରତା ଅତିକ୍ରମ କରି ଗାଁକୁ ଫେରିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Dog

Dog

ମହାରାଷ୍ଟ୍ରରୁ କର୍ଣ୍ଣାଟକ। ପ୍ରାୟ ୨୫୦ କିଲୋମିଟର ଚାଲି ଚାଲି ଘରକୁ ଫେରିଲା କୁକୁର। ଜୁନ୍‌ ମାସରେ ନିଖୋଜ ହୋଇଯାଇଥିବା ପୋଷା କୁକୁରଟି ଏବେ ଜୁଲାଇ ମାସରେ ଘରକୁ ଫେରିଛି। ଏହାପରେ ଲୋକ ତାକୁ ବେକରେ ମାଳ ପିନ୍ଧାଇ ଧୁମ୍‌ଧାମ୍‌ରେ ସ୍ୱାଗତ କରିଛନ୍ତି।

Advertisment

ପୋଷା କୁକୁର ମହାରାଜା। ଦକ୍ଷିଣ ମହାରାଷ୍ଟ୍ରର ତୀର୍ଥନଗର ପଣ୍ଡରପୁର୍‌ରେ ହଜି ଯାଇଥିଲା। କିନ୍ତୁ ଏବେ ସେ ନିଜେ ୨୫୦ କିଲୋମିଟର ଦୂରତା ଅତିକ୍ରମ କରି ଗାଁକୁ ଫେରିଛି। ଗତ ଜୁନ୍ ମାସରେ ମହାରାଜ ତା' ମାଲିକ କମଲେଶ କୁମ୍ଭାରଙ୍କ ସହ ପଣ୍ଡରପୁର୍‌ରେ ବାର୍ଷିକ 'ବାରି ପଦଯାତ୍ରା'କୁ ଯାଇଥିଲେ।

ବେଶ୍‌ କିଛି ବାଟ ଯାଏଁ ମହାରାଜା ନିଜ ମାଲିକ ସହ ଥିଲା। ତାଙ୍କ ସହ ଅନ୍ୟ ବନ୍ଧୁମାନେ ମଧ୍ୟ ଏହି ଗୋଷ୍ଠୀରେ ସାମିଲ ଥିଲେ, ଯେଉଁମାନେ ଭଜନ ଏବଂ କୀର୍ତ୍ତନ ଗାଇବାକୁ ଯାଉଥିଲେ। ଭିଠୋବା ମନ୍ଦିର ପରିଦର୍ଶନ କରିବା ପରେ ମହାରାଜା ଆଉ ତାଙ୍କ ପାଖରେ ନଥିବା କମଲେଶ ଦେଖିବାକୁ ପାଇଥିଲେ। ପରେ ସେ ମହାରାଜଙ୍କୁ ବହୁ ଖୋଜାଖୋଜି କରିଥିଲେ। କିନ୍ତୁ ତା'ର କୌଣସି ସନ୍ଧାନ ମିଳିନଥିଲା। ସେ ନିଖୋଜ ହୋଇଯାଇଥିଲା।

Advertisment

କମଲେଶ କୁମ୍ଭାର କହିଛନ୍ତି ଯେ ସେ ପ୍ରତି ବର୍ଷ ଆଷାଢ଼ ଏକାଦଶୀ ଓ କାର୍ତ୍ତିକ ଏକାଦଶୀ ସମୟରେ ପଣ୍ଡରପୁର ଯାଆନ୍ତି। ଏଥର ମହାରାଜ ମଧ୍ୟ ତାଙ୍କ ସହ ଥିଲା। ମହାରାଜକୁ ଭଜନ ଶୁଣିବା ଭାରି ପସନ୍ଦ। ଏଥିପାଇଁ ଏଥର ତାକୁ ସେ ନିଜ ସହ ପଣ୍ଡରପୁର ପଦଯାତ୍ରାରେ ନେଇ ଯାଇଥିଲେ। କିନ୍ତୁ ସେଠାରେ ସେ ନିଖୋଜ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମୁଁ ଘରକୁ ଫେରି ଆସିଥିଲି। ଏହାର ଦିନକ ପରେ ମହାରାଜା ମଧ୍ୟ ଆପେ ଆପେ ଘରକୁ ଫେରି ଆସିଥିବା କମଲେଶ କହିଛନ୍ତି।

କୁକୁରଟି ଆପେ ଆପେ ଘରକୁ ଫେରିବା ପରେ କର୍ଣ୍ଣାଟକର ବେଲଗାବି ଜିଲ୍ଲା ୟାମାଗରନି ଗାଁରେ ଉତ୍ସାହର ମାହୋଲ ଦେଖିବାକୁ ମିଳିଛି। ମହାରାଜାକୁ ବେଶ୍‌ ଧୁମ୍‌ଧାମ୍‌ରେ ବେକରେ ଫୁଲମାଳ ପକାଇ ସ୍ୱାଗତ କରାଯାଇଥିଲା। କେବଳ ସେତିକି ନୁହେଁ ସେ ଘରକୁ ଫେରିବା ଖୁସିରେ ଲୋକମାନଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ କରାଯାଇଥିଲା।

Karnataka Viral Photo Lost Dog Travel 250 KM Maharashtra