Advertisment

ମାଲିକଙ୍କୁ ଆମ୍ବୁଲାନ୍ସରେ ଦେଖି ସହି ପାରିଲାନି କୁକୁର, ଦୌଡ଼ି ଦୌଡ଼ି ଶେଷରେ...

କୁକୁର ଆମ୍ବୁଲାନ୍ସ ପଛରେ ଦୌଡ଼ୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

author-image
Debibandita Barick
Ambulance

Ambulance

ମଣିଷ ଆଉ ଗୃହପାଳିତ ପଶୁଙ୍କ ମଧ୍ୟରେ ସମ୍ପର୍କ ନିଆରା। ଏଥିରେ କୁକୁରର ସ୍ଥାନ ଉଚ୍ଚରେ। କାରଣ କୁକୁରକୁ ବିଶ୍ୱସ୍ତ ପ୍ରାଣୀର ଆଖ୍ୟା ଦିଆଯାଇଛି। ଅନେକ ସମୟରେ କୁକୁର ମାଲିକ ପାଇଁ ଜୀବନକୁ ବାଜି ଲଗାଇ ଦେବା ଭଳି ଘଟଣା ଦେଖିବାକୁ ମିଳେ। ଏହିପରିପ୍ରେକ୍ଷୀରେ ସୋଶାଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେଉଛି।

Advertisment

ଭାଇରାଲ୍ ଭିଡିଓରେ ଏକ କୁକୁର ଆମ୍ବୁଲାନ୍ସ ପଛରେ ଦୌଡ଼ି ଯାଉଥିବା ଦେଖିବାକୁ ମିଳୁଛି। କୁକୁର ଆମ୍ବୁଲାନ୍ସ ପଛରେ ଦୌଡ଼ିବାର ମୁଖ୍ୟ କାରଣ ହେଉଛି ସେଥିରେ ତା'ର ମାଲିକ ଅଛନ୍ତି। ମାଲିକଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା। ମାତ୍ର କୁକୁର କିଛି ବୁଝିପାରୁ ନଥିଲେ ବି ମାଲିକ ବିପଦରେ ଥିବା ଅନୁଭବ କରିଥିଲା, ଆଉ ମାଲିକଙ୍କ ପଛେ ପଛେ ଯାଇଥିଲା।

ଆମ୍ବୁଲାନ୍ସ ଯେତେ ଜୋରରେ ଯାଉଥାଏ, କୁକୁର ସେତେ ଜୋରରେ ଦୌଡ଼ୁଥାଏ। ଏପରି ଦୃଶ୍ୟ ଦେଖି ନା ଆମ୍ବୁଲାନ୍ସ ଡ୍ରାଇଭର ନା ଅନ୍ୟ କୌଣସି ଗାଡ଼ି ଡ୍ରାଇଭର ଭଲ ଭାବେ ଗାଡ଼ି ଚଲାଇ ପାରୁନଥିଲେ। ଶେଷରେ ଆମ୍ବୁଲାନ୍ସ ଡ୍ରାଇଭର ବାଧ୍ୟ ହୋଇ ଗାଡି ରଖି ଡୋର୍ ଖୋଲିଥିଲେ। ଆଉ କାଳବିଳମ୍ବ ନ କରି କୁକୁର ଆମ୍ବୁଲାନ୍ସ ଭିତରେ ଶୋଇଥିବା ମାଲିକଙ୍କୁ ପାଖକୁ ଚାଲି ଯାଇଥିଲା। ଏହାପରେ ଡ୍ରାଇଭର ଆମ୍ବୁଲାନ୍ସକୁ ନେଇ ଡାକ୍ତରଖାନାରେ ପହଞ୍ଚାଇଥିଲେ।

Advertisment

ତାରାବୁଲ୍ ନାମକ ଏକ ସୋଶାଲ ମିଡିଆ ୟୁଜର୍ ଏହି ଭିଡିଓ ପୋଷ୍ଟ କରିଛନ୍ତି। କୁକୁରର ମାଲିକଙ୍କ ପ୍ରତି ଥିବା ଏହି ଆବେଗଭରା ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ମାତ୍ର କିଛି ଦିନ ମଧ୍ୟରେ ଭିଡିଓକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ତେବେ ଏହା କେଉଁ ଅଞ୍ଚଳର ଘଟଣା ସେନେଇ କୌଣସି ସ୍ପଷ୍ଟ ରିପୋର୍ଟ ନାହିଁ। 

Viral Video Ambulance Dog Viral Video