Advertisment

ଯିଏ ସବୁ ଦିନେ ମାଛ ଖାଇବ...; ଭାଇରାଲ ହେଉଛି ମନ୍ତ୍ରୀଙ୍କ ମନ୍ତବ୍ୟ

ଏନ୍‌ସିପି ବିଧାୟକ ଅମୋଲ ମିଟକରୀ କହିଛନ୍ତି ଯେ ଆଦିବାସୀମାନଙ୍କ ସମସ୍ୟା ଉପରେ ମନ୍ତ୍ରୀ ଗୁରୁତ୍ୱ ଦିଅନ୍ତୁ। ଏମିତି ସେମିତି ଅନାବଶ୍ୟକ ମନ୍ତବ୍ୟ ଦେବାରୁ ବିରତ ରୁହନ୍ତୁ।

ଅଦ୍ୟତନ ହୋଇଛି
 Vijaykumar Gavit and  Aishwarya Rai

Vijaykumar Gavit and Aishwarya Rai

Advertisment

ଯିଏ ପ୍ରତିଦିନ ମାଛ ଖାଇବ, ତା’ ଆଖି ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଭଳି ହୋଇଯିବ। ମହାରାଷ୍ଟ୍ରର ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଜୟ କୁମାର ଗବିତ ଏହି ମନ୍ତବ୍ୟ ଦେଇଛନ୍ତି, ଯାହା ବିବାଦୀୟ ହୋଇପଡ଼ିଛି। ଆଉ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।

Advertisment

ମହାରାଷ୍ଟ୍ରର ନନ୍ଦୁରବାର ଜିଲ୍ଲାରେ ଏକ ଜନସଭାରେ ଯୋଗ ଦେବା ଅବସରରେ ମନ୍ତ୍ରୀ ବିଜୟ କୁମାର ଗବିତ କହିଥିଲେ, ଯେଉଁ ସବୁ ଦିନେ ମାଛ ଖାଉଛନ୍ତି ସେମାନଙ୍କ ଚର୍ମ କୋମଳ ହୋଇଥାଏ। ଆଉ ସେମାନଙ୍କ ଆଖି ଝଲସି ଉଠେ। ସେହି ଲୋକମାନଙ୍କ ପ୍ରତି ସମସ୍ତେ ଆକର୍ଷିତ ହୁଅନ୍ତି।

ସେ କହିଥିଲେ, ମୁଁ ଆପଣମାନଙ୍କୁ ଐଶ୍ୱର୍ଯ୍ୟା ରାୟଙ୍କ ବିଷୟରେ କହିଲି କି? ସେ ମାଙ୍ଗାଲୁରୁରେ ସମୁଦ୍ର କୂଳରେ ରହନ୍ତି। ସେ ପ୍ରତିଦିନ ମାଛ ଖାଉଥିବେ। ଆପଣମାନେ ତାଙ୍କ ଆଖି ଦେଖିଛନ୍ତି କି? ଆପଣମାନଙ୍କ ଆଖି ବି ତାଙ୍କ ଭଳି ଦେଖାଯିବ।

Advertisment

ମନ୍ତ୍ରୀ ବିଜୟ କୁମାର ଗବିତ ଆହୁରି କହିଥିଲେ, ମାଛରେ କିଛି ତୈଳ ଜାତୀୟ ଜିନିଷ ରହିଛି, ଯାହା ଚର୍ମକୁ କୋମଳ କରିଥାଏ।

ଏନ୍‌ସିପି ବିଧାୟକ ଅମୋଲ ମିଟକରୀ କହିଛନ୍ତି ଯେ ଆଦିବାସୀମାନଙ୍କ ସମସ୍ୟା ଉପରେ ମନ୍ତ୍ରୀ ଗୁରୁତ୍ୱ ଦିଅନ୍ତୁ। ଏମିତି ସେମିତି ଅନାବଶ୍ୟକ ମନ୍ତବ୍ୟ ଦେବାରୁ ବିରତ ରୁହନ୍ତୁ।

ବିଜେପି ବିଧାୟକ ନୀତେଶ ରାଣେ କହିଛନ୍ତି, ମୁଁ ପ୍ରତିଦିନ ମାଛ ଖାଏ। ମୋ ଆଖି ବି ତାଙ୍କ (ଐଶ୍ୱର୍ଯ୍ୟା ରାୟଙ୍କ) ଭଳି ଦେଖାଯିବା କଥା। ଗବିତ ସାହେବଙ୍କୁ ପଚାରିବି, ସେ ଏହା ଉପରେ କିଛି ଗବେଷଣା କରିଛନ୍ତି କି।

Bjp Shiv Sena NCP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe