Advertisment

ମିକ୍କି ମାଉସ୍‌ ସାଜି ରିଲ୍‌ କରୁଥିଲେ, ଧରିଲା ପୁଲିସ

ରେଲଓ୍ୱେ ଷ୍ଟେସନରେ ରିଲ ତିଆରି କରିବା ଅଭିଯୋଗରେ ରବିବାର ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତି ଜଣକ ୨୨ ବର୍ଷୀୟ ସୁରଜ କୁମାର ବୋଲି ଜଣାପଡିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
making reel on railway track

making reel on railway track

ଆଜିକାଲିର ଯୁବପିଢ଼ି ରିଲ୍‌ ମୋହରେ ବାୟା। କେବଳ ଯୁବପିଢ଼ି ନୁହନ୍ତି ପିଲା ଠାରୁ ବୁଢ଼ା ସମସ୍ତଙ୍କୁ ଏହି ରିଲ୍‌ ଭିଡିଓ ଘାରିଛି। କିଏ କେମିତି ଇନୋଭେଟିଭ ତରିକାରେ ରିଲ୍‌ କରିବ ତାକୁ ନେଇ ଚାଲିଛି କସରତ। ଟ୍ରେଣ୍ଡିଂରେ ରହିବା ଓ ଲାଇକ୍‌ ବଢ଼ାଇବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଲୋକେ। କିଏ ଗଛ ଉପରେ ଚଢ଼ି ରିଲ୍‌ ବନାଉଛି ତ ଆଉ କିଏ ପାହାଡ ଉପରେ। କିଏ କେଉ ଢ଼ଙ୍ଗରେ ରିଲ୍‌ ଭିଡିଓ କରି ଫେମସ୍‌ ହେବାକୁ ଚାହୁଁଛନ୍ତି। ଏପରିକି ନିଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହାନ୍ତି। ନିକଟରେ ଏଭଳି ଫେମସ୍‌ ହେବା ପାଇଁ ମିକ୍‌ ମାଉସ୍‌ ସାଜି ଜଣେ ରେଲଓ୍ୱେ ଟ୍ରାକ୍‌ରେ ଠିଆ ହୋଇ ରିଲ ଭିଡିଓ ତିଆରି କରିଛନ୍ତି। କିନ୍ତୁ ଏଭଳି କରିବା ତାଙ୍କୁ ମହଙ୍ଗା ପଡିଛି।

Advertisment

ଲେକ୍ଷ୍ନୌ ଗୋରଖପୁର ଶ୍ରୀମାନ ଜୀ ନନ୍ଦା ନଗର ରେଲଓ୍ୱେ କ୍ରସିଂରେ ଜଣେ ବ୍ୟକ୍ତି ରିଲ ତିଆରି କରି ଗିରଫ ହୋଇଛନ୍ତି। ସୂଚନା ମୁତାବକ, ରେଲଓ୍ୱେ ଷ୍ଟେସନରେ ରିଲ ତିଆରି କରିବା ଅଭିଯୋଗରେ ରବିବାର ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଗିରଫ ବ୍ୟକ୍ତି ଜଣକ ୨୨ ବର୍ଷୀୟ ସୁରଜ କୁମାର ବୋଲି ଜଣାପଡିଛି।

Advertisment

ରେଲଓ୍ୱେ ଗେଟ୍‌ ନମ୍ବର ୧୫୭ରେ ସୁରଜ ମିକ୍କି ମାଉସ୍‌ ପୋଷାକ ପିନ୍ଧି ଇନ୍‌ଷ୍ଟାଗ୍ରାମ ରିଲ ଭିଡିଓ ତିଆରି କରୁଥିଲେ। ଏହା ଜାଣିବା ପରେ ପୁଲିସ ତାଙ୍କୁ ଧରିବା ପାଇଁ ସେଠାକୁ ଯାଇଥିଲା। କିନ୍ତୁ ଏହା ପୂର୍ବରୁ ସୁରଜ ସେଠାରୁ ଖସି ପଳାଇଥିଲେ। କିନ୍ତୁ ତା'ପର ଦିନ ସୁରଜଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ସୁରଜ ଗୋରଖପୁରର ବାସିନ୍ଦା ବୋଲି ଜଣାପଡିଛି।

ପୂର୍ବରୁ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି। ସର୍ବସାଧାରଣ ସ୍ଥାନରେ ନିୟମ ଭାଙ୍ଗି ରିଲ୍‌ ଭିଡିଓ ତିଆରି କରିବା ଚକ୍କର୍‌ରେ ଅନେକ ଯୁବପିଢ଼ିଙ୍କୁ ପୁଲିସ ଗିରଫ କରିସାରିଛି।