Advertisment

ରାସ୍ତାକଡ଼ରେ ନମାଜ ପଢ଼ିଲେ ଡ୍ରାଇଭର୍‌, ଉଠାଇ ନେଲା ପୁଲିସ

ରାସ୍ତା ଉପରେ ଟ୍ରକ୍ ଡ୍ରାଇଭର ନମାଜ ପଢ଼ୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।

author-image
Madhupriya Mistry
man offering namaz on roadside

man offering namaz on roadside

ରାସ୍ତା କଡ଼ରେ ଟ୍ରକ୍‌ ରଖିଲେ। ବ୍ୟସ୍ତ ବହୁଳ ରୋଡ୍‌ ଉପରେ ବସି ପଢ଼ିଲେ ନମାଜ। ଏଭଳି କରିବା ଏବେ ଜଣେ ଡ୍ରାଇଭରଙ୍କୁ ମହଙ୍ଗା ପଡିଛି। ପୁଲିସ ତାଙ୍କୁ ଉଠାଇନେଇଛି। ଗୁଜରାଟର ବନାସକଣ୍ଠାରେ ଘଟିଛି ଏଭଳି କିଛି ଘଟଣା।

Advertisment

ପ୍ରକୃତରେ ନିକଟରେ ରାସ୍ତା ଉପରେ ଜଣେ ଡ୍ରାଇଭର ନମାଜ ପଢ଼ୁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପାଲନପୁର ସହରର ବ୍ୟସ୍ତବହୁଳ ରାସ୍ତା ଉପରେ ଡ୍ରାଇଭର ଜଣକ ନିଜ ଟ୍ରାକ୍‌କୁ ପାର୍କ କରିଥିଲେ। ଏହାପରେ ନିଜ ଟ୍ରକ୍‌ ସାମ୍ନାରେ ବସି ନମାଜ ପଢ଼ୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା।

ମିଡିଆ ରିପୋର୍ଟ ମୁତାବକ, ପାଲନପୁରର ଏରୋମା ସର୍କଲରେ ବସି ଡ୍ରାଇଭର ଜଣକ ନମାଜ ପଢ଼ିଥିଲେ। ଏଥିଯୋଗୁ ବେଶ୍‌ କିଛି ସମୟ ପାଇଁ ଟ୍ରାଫିକ ଜାମ ସମସ୍ୟା ମଧ୍ୟ ସୃଷ୍ଟି ହୋଇଥିଲା। ଏହି ଭାଇରାଲ ଭିଡିଓ ସାମ୍ନାକୁ ଆସିବା ପରେ ପୁଲିସ ମାମଲା ରୁଜୁ କରି ଉକ୍ତ ଟ୍ରକ୍‌ ଡ୍ରାଇଭରକୁ ଗିରଫ କରିଛି।

Advertisment

ଗିରଫ ଡ୍ରାଇଭର ଜଣକ ହେଲେ ୩୭ ବର୍ଷୀୟ ବଚଲ ଖାନ୍‌। ତାଙ୍କ ବିରୋଧରେ ବିନା ଅନୁମତିରେ ରାସ୍ତାରେ ବସି ନମାଜ ପଢ଼ିବା ଅଭିଯୋଗରେ ପୁଲିସ ବଚଲଙ୍କ ବିରୋଧରେ ଆଇପିସି ଧାରା ୨୮୩, ୧୮୬ ଓ ୧୮୮ ଅନୁଯାୟୀ ମାମଲା ରୁଜୁ କରିଛି। ଘଟଣାର ତଦନ୍ତ ଜାରି ରହିଛି।

Viral Video Gujarat Truck Driver Offering Namaz On Roadside