Advertisment

ଖାଲି ହାତରେ ବିରାଟ ଆନାକୋଣ୍ଡାକୁ ଧରିଲେ, ଦେଖନ୍ତୁ ଭିଡିଓ

ଆନାକୋଣ୍ଡାକୁ ସେ ଧରିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Anaconda

Anaconda

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ଓ ଛାତି ଥରାଇ ଦେବା ଭଳି ଭିଡିଓ। ଭାଇରାଲ ହେଉଛି ଜଣେ ବ୍ୟକ୍ତି କରିଥିବା କାରନାମା। ମଣିଷକୁ ଖାଇ ଦେଉଥିବା ଆନାକୋଣ୍ଡାକୁ ଜଣେ ନିଜର ଦୁଇ ହାତରେ ଧରି ଅସାଧାରଣ ସାହସର ପରିଚୟ ଦେଇଛନ୍ତି।

Advertisment

ଆନାକୋଣ୍ଡାକୁ ସେ ଧରିବା ବେଳର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହାକୁ ଅନେକ ପସନ୍ଦ କରୁଥିବା ବେଳେ ଆଉ କିଛି ଏହାକୁ ମୁର୍ଖାମୀର ପରିଚୟ ବୋଲି କହିଛନ୍ତି।

ଆମେରିକାର ମିଆମିର ଚିଡ଼ିଆଖାନା କପିର ମାଇକ ହୋଲଷ୍ଟୋନ ଉକ୍ତ ଭିଡିଓକୁ ପୋଷ୍ଟ କରିଛନ୍ତି। ସେ ନିଜକୁ ଦି ରିୟଲ ତରାଜନ ଓ ଦ କିଙ୍ଗ ଅଫ ଜଙ୍ଗଲ ମଧ୍ୟ କୁହନ୍ତି। ସେ ପୋଷ୍ଟ କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ମାଇକ ବେଧଡ଼କ ଅନ୍ଦାଜରେ ଅଳ୍ପ ପାଣିରେ ଥିବା ଗୋଟିଏ ଆନାକୋଣ୍ଡା ପାଖକୁ ଯାଉଛନ୍ତି। ଚାରିଆଡ଼େ ଛୋଟ ଛୋଟ ଗଛ ଓ ଘାଷ ରହିଛି। 

Advertisment

ଏହାପରେ ସେ ଆନାକୋଣ୍ଡା ପାଖରେ ବସି ତାକୁ ବେଶ ସାହସର ସହ ଧରିପକାଉଛନ୍ତି। ସେ ଏମିତି ଢଙ୍ଗରେ ଆନାକୋଣ୍ଡାକୁ ଖାଲି ହାତରେ ଧରିଥିଲେ ଯେ ସାପଟି ଆଉ କିଛି ବି କରିପାରି ନଥିଲା। ପାଣିରୁ କାଢ଼ି ତାକୁ ସେ ବେଶ କିଛି ସମୟ ନିଜର ଦୁଇ ହାତରେ ଧରିଥିଲେ। ଏହାର ଭିଡିଓ ମଧ୍ୟ କରିଥିଲେ। 

ଏହି ନୂଆ ଭାଇରାଲ ଭିଡିଓରେ ହୋଲଷ୍ଟୋନ ଭେନଞ୍ଜୁଆଲାରୁ ସାପଟିକୁ ଧରିଥିବା ସୂଚନା ଦେଇଛନ୍ତି। ସେ ୫ ଦିନ ତଳେ ଇନଷ୍ଟାଗ୍ରାମରେ ଏହାକୁ ପୋଷ୍ଟ କରିଥିଲେ।

ଇତି ମଧ୍ୟରେ ଏହାକୁ ୧୧ ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି। ଜଣେ ବ୍ୟକ୍ତି ଲେଖିଛନ୍ତି, ହୋଲଷ୍ଟୋନ ହେଉଛନ୍ତି ସମ୍ଭବତଃ ଏହି ପ୍ଲାନେଟରୁ ସବୁଠାରୁ ସାହସୀ କୃଷ୍ଣକାୟ ଲୋକ। ଅନେକ ଲୋକ ଏହି ଭିଡିଓକୁ ଶେୟାର ମଧ୍ୟ କରୁଛନ୍ତି।

Viral Video Anaconda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe