Advertisment

ଜୀଇଁଛି…ମାଲ୍‌ ମାରିକି ଶୋଇଛି

ବ୍ୟକ୍ତି ଜଣକ ସକାଳୁ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଏହାପରେ ବିଦ୍ୟୁତ୍‌ ତାର ଉପରେ ଶୋଇଥିଲେ।

ଅଦ୍ୟତନ ହୋଇଛି
Man Climb Electric Pole

Man Climb Electric Pole

Advertisment

ମଦ ନିଶା, ମଣିଷକୁ ଆବାଗିଆ ଜାଗାରେ ଖୁଆଏ, ଅବାଗିଆ ଜାଗାରେ ପିଆଏ ଆଉ ଶୁଆଇ ବି ଦିଏ। ଆଉ ଇଏ ହେଉଛି ସେଇଭଳି ଗୋଟିଏ ଖବର। ଯାହାର ଦୃଶ୍ୟ ଆପଣ ଆମର ପୋଷ୍ଟରେ ଦେଖି ସାରିଥିବେ। ବୁଝି ସାରିଥିବେ, ଏ ଖବର ଟିକେ ଅଲଗା। ଆଜ୍ଞା ହଁ। ନୂଆବର୍ଷ ପାଳନ ବିନା ପାଣିରେ ହୁଏନି, ଯାହାର ପ୍ରମାଣ ହେଉଛି ଏ ଦୃଶ୍ୟ। ଭାଇ ଟାଙ୍କେ ପିଇଛନ୍ତି। ଇଲେକ୍ଟି ଖୁଣ୍ଟରେ ଚଢ଼ିଛନ୍ତି ଆଉ ଶୋଇ ପଡିଛନ୍ତି। ଆପଣ ଭାବୁଥିବେ କରେଣ୍ଟ ତ ମାରିଥିବ ନିଶ୍ଚୟ ? ନାଇଁ ଆଜ୍ଞା, ମାରିଥିଲେ କଥା ସରନ୍ତାଣି।

Advertisment

ଆନ୍ଧ୍ର ପ୍ରଦେଶ ଏବଂ ଓଡ଼ିଶା ସୀମାନ୍ତ ପାର୍ବତୀପୁରମ୍ ପଞ୍ଚାୟତର ଏମ୍.ସିଙ୍ଗାପୁରମ୍ ଅଞ୍ଚଳ। ଡିସେମ୍ବର ୩୧ ମଙ୍ଗଳବାର। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଓ ନୂଆବର୍ଷ ପାଳନ ଆଳରେ ମଦ ପିଇଲେ ବ୍ୟକ୍ତି। ନାକ ଯାଏଁ ମଦ ପିଇଥିଲେ ମଧ୍ୟ ଆଉ ପିଇବା ପାଇଁ ଇଚ୍ଛା ହେଲା। ହେଲେ ପାଖରେ ଟଙ୍କା ନଥିଲା। ନିଜ ମା'କୁ ଯାଇ ଟଙ୍କା ମାଗିଲେ। କିନ୍ତୁ ସେ ଟଙ୍କା ଦେବାକୁ ମନା କରିଦେଇଥିଲେ। ବାସ୍‌ ଏତିକିରେ ରାଗି ଯାଇ ନିଶାସକ୍ତ ବ୍ୟକ୍ତି ଜଣ ସକାଳୁ ବିଦ୍ୟୁତ୍‌ ଖୁଣ୍ଟ ଉପରେ ଚଢ଼ି ଯାଇଥିଲେ। ଏହାପରେ ବିଦ୍ୟୁତ୍‌ ତାର ଉପରେ ଶୋଇଥିଲେ।

ସକାଳ ୭ଟାରୁ ଅପରାହ୍ନ ୪ଟା ଯାଏଁ। ସମସ୍ତ ଗାଁ ଲୋକଙ୍କୁ କରିଥିଲେ ନାକେଦମ୍‌। ଲୋକେ କେତେ ନେହୁରା ହେଲେ ବି ସେ ତଳକୁ ଓହ୍ଲାଇ ନଥିଲେ। ଏହି ପୂରା ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ବ୍ୟକ୍ତି ଜଣକ ହେଲେ ଓ୍ୱାଇ ଭେଙ୍କନ୍ନା। ନିଶାଶକ୍ତ ଅବସ୍ଥାରେ ସେ ଏପରି କରିଥିବା ଜଣାପଡ଼ିବା ପରେ ବିଦ୍ୟୁତ ସଂଯୋଗକୁ ବନ୍ଦ କରାଯାଇଥିଲା। ସେ ବିଦ୍ୟୁତ୍‌ ଖୁଣ୍ଟ ଉପରକୁ ଚଢ଼ିବା ପୂର୍ବରୁ ଟ୍ରାନ୍ସଫରମରକୁ ବନ୍ଦ କରିଦିଆଯାଇଥିଲା। ପରେ ନିଶା ଛାଡ଼ିବା ପରେ ଆପେ ଆପେ ବ୍ୟକ୍ତି ଜଣକ ଓହ୍ଲାଇ ଆସିଥିଲେ।

Andhra Pradesh Viral Video Drunk Man Climbs Electric Pole Drunk Man
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe