Advertisment

ଫ୍ଲାଇଓଭର୍‌ ଉପରେ ଚଢ଼ି ଉଡ଼ାଇଲେ ପୁଳା ପୁଳା ଟଙ୍କା

ଫ୍ଲାଇଓଭର ଉପରେ ଚଢ଼ି ୧୦ ଟଙ୍କିଆ ନୋଟ୍‌ ଉଡାଇଲେ ବ୍ୟକ୍ତି। ବେଙ୍ଗାଲୁରୁ ମାର୍କେଟ୍‌ ସିଗ୍ନାଲ ପାଖରେ ଫ୍ଲାଇଓଭର ଉପରେ ଜଣେ ଅଜଣା ବ୍ୟକ୍ତି ଚଢ଼ି ଏଭଳି ଟଙ୍କା ଉଡାଇଛନ୍ତି।

ଅଦ୍ୟତନ ହୋଇଛି
Man throws currency

Man throws currency

Advertisment

ଆକାଶରୁ ବର୍ଷିଲା ଟଙ୍କା। କେହି କିଛି ବୁଝିବା ପୂର୍ବରୁ ଉଡିଲା ପୁଳା ପୁଳା ନୋଟ୍‌। ଫ୍ଲାଇଓଭର୍‌ ଉପରେ ଚଢ଼ି ବିଡ଼ା ବିଡ଼ା ନୋଟ୍‌ ଉଡାଇଲେ ବ୍ୟକ୍ତି। ଟଙ୍କା ଧରିବାକୁ ରୁଣ୍ଡ ହୋଇଗଲେ ଲୋକେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବେଙ୍ଗାଲୁରୁର କେଆର୍‌ ମାର୍କେଟ୍‌ ଅଞ୍ଚଳରେ।

Advertisment

ଫ୍ଲାଇଓଭର ଉପରେ ଚଢ଼ି ୧୦ ଟଙ୍କିଆ ନୋଟ୍‌ ଉଡ଼ାଇଲେ ବ୍ୟକ୍ତି। ବେଙ୍ଗାଲୁରୁ ମାର୍କେଟ୍‌ ସିଗ୍ନାଲ ପାଖରେ ଫ୍ଲାଇଓଭର ଉପରେ ଜଣେ ଅଜଣା ବ୍ୟକ୍ତି ଚଢ଼ି ଏଭଳି ଟଙ୍କା ଉଡ଼ାଇଛନ୍ତି। ତଳେ ଟଙ୍କା ପଡିବା ପରେ ଏହାକୁ ଉଠାଇବାକୁ ଭିଡ ମଧ୍ୟ ଜମିଥିଲା। ଏନେଇ ପୁଲିସ ଖବର ପାଇବା ପରେ ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା। କିନ୍ତୁ ବ୍ୟକ୍ତି ଜଣକ ପୁଲିସ ଆସିବା ପୂର୍ବରୁ ଫେରାର ହୋଇ ଯାଇଥିଲେ। ଏହି ପୂରା ମାମଲାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନା ମୁତାବକ, ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ପ୍ରାଥମିକ ତଦନ୍ତରୁ ଉକ୍ତ ବ୍ୟକ୍ତି ଜଣକ ୧୦ ଟଙ୍କିଆ ନୋଟ୍‌ର ପ୍ରାୟ ୩ ହଜାର ଟଙ୍କା ଉଡାଇ ଦେଇଛନ୍ତି। ଟଙ୍କା ଉଡାଇଥିବା ବ୍ୟକ୍ତି ଜଣକ ମାନସିକ ବିକାର ଗ୍ରସ୍ତ ହୋଇଥାଇପାରେ ବୋଲି ପୁଲିସ ଆଶଙ୍କା କରୁଛି। ଆଇନ ଶୃଙ୍ଖଳା ପରିସ୍ଥିତି ଉଲ୍ଲଙ୍ଘନ କରିବା ନେଇ ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ ହୋଇଛି।

Viral Video
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe