Blast
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ଦୀପାବଳିରେ ଜଣେ ବ୍ୟକ୍ତି ସାଙ୍ଗମାନଙ୍କ କଥାରେ ପଡ଼ି ଘଟାଇଛନ୍ତି ଅଭାବନୀୟ କାଣ୍ତ। ସାଙ୍ଗମାନେ ତାଙ୍କୁ ଉସକାଇବାରୁ ସେ ବାଣ ପେଟିରେ ସାହାସ ଦେଖାଇ ବସିଲେ। ଆଉ ସାଙ୍ଗମାନଙ୍କୁ ଏଥିରେ ନିଆଁ ଲଗାଇବାକୁ କହିଲେ।
ବାସ୍ ତା’ ପରେ ବିସ୍ଫୋରଣ ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି। ସାହାସ ଦେଖାଇ ବାଣ ପେଟିରେ ବସିଥିବା ୩୨ ବର୍ଷୀୟ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଛି। ବେଙ୍ଗାଲୁରୁର ଗୋଟିଏ ଗଳି ରାସ୍ତାରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ପୁଲିସ୍ର ସୂଚନା ଅନୁଯାୟୀ, ୩୨ ବର୍ଷୀୟ ଶବାରିଶ ଓ ତାଙ୍କ ସାଙ୍ଗମାନେ ଅକ୍ଟୋବର ୩୧ରେ ଦୀପାବଳି ପାଇଁ ବାଣ ଫୁଟାଇବା ସହ ପ୍ରଚୁର ମଦ ପିଇଥିଲେ। ଏହି ସମୟରେ ଶିବାରିଶଙ୍କୁ ସାଙ୍ଗମାନେ ଗୋଟିଏ ଚ୍ୟାଲେଞ୍ଜ ଦେଇଥିଲେ। ଯଦି ସେ ବାଣ ପେଟି ଉପରେ ବସି ପାରିବେ, ତା’ହେଲେ ସେମାନେ ତାଙ୍କୁ ଗୋଟିଏ ଅଟୋ କିଣି ଚଲାଇବା ପାଇଁ ଦେବେ।
କୌଣସି କାମ ଧନ୍ଦା କରୁ ନଥିବା ଶିବାରିଶ ଏହି ଅଫରକୁ ତୁରନ୍ତ ଗ୍ରହଣ କରି ନେଇଥିଲେ। ସେ ବାଣ ପେଟିରେ ବସିବା ସହ ସେଥିରେ ନିଆଁ ଲଗାଇବାକୁ କହିଥିଲେ। ତାଙ୍କର ଜଣେ ସାଙ୍ଗ ବାଣ ପେଟିରେ ନିଆଁ ଲଗାଇଥିଲେ।
ଏହାପରେ ବାଣ ଫୁଟିବା ଭୟରେ ସମସ୍ତେ ସେଠାରୁ ଦୌଡ଼ି ଚାଲି ଯାଇଥିଲେ। ହେଲେ ମଦ ନିଶାରେ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିବା ଶିବାରିଶ ସେମତି ବାଣ ପେଟି ଉପରେ ବସି ରହିଥିଲେ।
ବାଣ ବିସ୍ଫୋରଣ ହେବା ସହ ଚାରିଆଡ଼ ଧୂଆଁ ମୟ ହୋଇଯାଇଥିଲା। ଶିବାରିଶ ଗୁରୁତର ଅବସ୍ଥାରେ ତଳେ ପଡ଼ି ଯାଇଥିଲେ। ତାଙ୍କ ସାଙ୍ଗମାନେ ତୁରନ୍ତ ସେଠାରେ ପହଞ୍ଚିବା ସହ ତାଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନଭେମ୍ବର ୨ରେ ତାଙ୍କର ମୃତ୍ୟୁ ହୋଇଯାଇଛି।
କୋନନାକୁଣ୍ଟେ ପୁଲିସ୍ ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରିଛି। ଡିସିପି(ଦକ୍ଷିଣ) ଲୋକେଶଙ୍କ କହିବା କଥା ଯେ ଶିବାରିଶଙ୍କ ପାଖରେ କୌଣସି ଚାକିରି ନଥିଲା। ତେଣୁ ସେ ଅଟୋ ପାଇବା ଆଶାରେ ଏପରି ବିପଦ ଜନକ ଚ୍ୟାଲେଞ୍ଜକୁ ଗ୍ରହଣ କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Blast_1730729106.jpg)