Advertisment

ଛକା ମାରିବା ପରେ ଟଳି ପଡ଼ିଲେ ଯୁବକ, ଭାଇରାଲ୍ ହେଉଛି ଭିଡିଓ

କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Video Footage

Video Footage

Advertisment

କ୍ରିଜରେ ଧୂଆଁଧାର ବ୍ୟାଟିଂ କରୁଥିବା ବେଳେ ଅଚାନକ ଟଳି ପଡ଼ିଛନ୍ତି ଜଣେ ଯୁବକ। କ୍ରିକେଟ୍ ଖେଳୁଥିବା ସମୟରେ ହଠାତ୍ ତାଙ୍କ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହାରାଷ୍ଟ୍ରର ଥାନେର ମୀରା ରୋଡ଼ ଅଞ୍ଚଳରେ ଏପରି ଏକ ଘଟଣା ସାମ୍ନାକୁ ଆସୁଛି। 

Advertisment

ଏହି ଘଟଣା ସମୟର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଭାଇରାଲ ଭିଡିଓ ଅନୁସାରେ, ଗୋଲାପୀ ରଙ୍ଗର ଜର୍ସି ପିନ୍ଧିଥିବା ଜଣେ ଯୁବକ ବ୍ୟାଟିଂ କରୁଛନ୍ତି। ସେ ଏକ ଛକା ମାରିବା ପରେ ଦର୍ଶକ ତାଳି ମାରି ଉତ୍ସାହିତ କରୁଛନ୍ତି। ଏହି ସମୟରେ ହଠାତ୍ ଯୁବକ ଜଣକ ନିୟନ୍ତ୍ରଣ ହରାଇ ବସୁଥିବା ଦେଖିବାକୁ ମିଳୁଛି।

ସେ ବ୍ୟାଟ୍ ଧରି କ୍ରିଜରେ ଛିଡ଼ା ହେବାକୁ ଚେଷ୍ଟା କରୁଥିଲେ ମଧ୍ୟ ତଳେ ପଡ଼ି ଯାଇଥିଲେ। ସାଥୀ ଖେଳାଳିମାନେ ତୁରନ୍ତ ତାଙ୍କ ପାଖକୁ ଦୌଡ଼ି ଯାଇଥିଲେ। ତାଙ୍କୁ ଚେତାକୁ ଫେରାଇ ଆଣିବା ପାଇଁ ଏକାଧିକ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିବା କୁହାଯାଉଛି।

Advertisment

କ୍ରିକେଟରଙ୍କ ପରିଚୟ ମିଳିପାରି ନଥିବାବେଳେ ମୃତ୍ୟୁର ପ୍ରକୃତ କାରଣ ମଧ୍ୟ ଜଣାପଡି ନାହିଁ। ଡାକ୍ତରୀ ପରୀକ୍ଷା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୁଲିସ କହିଛି।  

Heart Attack Virar Video Cricketer Dies In Field
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe