Advertisment

ଡାକ୍ତରଙ୍କ ସାମ୍ନାରେ ହୃଦଘାତ ଯୋଗୁ ଟଳିପଡ଼ିଲେ ଯୁବକ, ଭିଡିଓ ଭାଇରାଲ

ସେ ଅସୁସ୍ଥତା ଅନୁଭବ କରିବାରୁ ନିଜର ଚିକିତ୍ସା ପାଇଁ ଏକାକୀ ଗାଡ଼ି ନେଇ ଡାକ୍ତରଙ୍କ ପାଖକୁ ଆସିଥିଲେ। ହେଲେ ଡାକ୍ତର ଚେୟାର ବସାଇ ତାଙ୍କର ଚେକଅପ କରୁଥିବା ବେଳେ ଘଟିଛି ଅଘଟଣ।

Heart Attack

Heart Attack

Advertisment

ମଧ୍ୟପ୍ରଦେଶର ଇନ୍ଦୋରରୁ ଆସିଛି ଅତ୍ୟନ୍ତ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। ଡାକ୍ତରଙ୍କ ସାମ୍ନାରେ ହୃଦଘାତ ଯୋଗୁ ପ୍ରାଣ ହରାଇଛନ୍ତି ଜଣେ ଯୁବକ। ସେଠାରେ ଉପସ୍ଥିତ ଥିବା ଲୋକମାନେ କିଛି ବୁଝିବା ପୂର୍ବରୁ ହିଁ ଯୁବକଙ୍କ ମୃତ୍ୟୁ ହୋଇଯାଇଛି।

Advertisment

ଘଟଣାଟି ଇନ୍ଦୋରର ପରଦେଶିପୁରାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଘଟିଛି। ମୃତ ଯୁବକ ଜଣଙ୍କ ଜଣେ ଅଟୋ ଚାଳକ। ସେ ଅସୁସ୍ଥତା ଅନୁଭବ କରିବାରୁ ନିଜର ଚିକିତ୍ସା ପାଇଁ ଏକାକୀ ଗାଡ଼ି ନେଇ ଡାକ୍ତରଙ୍କ ପାଖକୁ ଆସିଥିଲେ। ହେଲେ ଡାକ୍ତର ଚେୟାର ବସାଇ ତାଙ୍କର ଚେକଅପ କରୁଥିବା ବେଳେ ଘଟିଛି ଅଘଟଣ।

ସାମ୍ନାକୁ ଆସିଥିବା ଭିଡିଓରେ ଦେଖାଯାଇଛି ଯେ ସୋନୁ ନାମକ ଜଣେ ଅଟୋ ଡ୍ରାଇଭର ରାତି ପ୍ରାୟ ୮ଟା ସମୟରେ ଭାଗ୍ୟଶ୍ରୀ ଡାକ୍ତରଖାନାକୁ ଏକାକୀ ଯାଇଥିଲେ।ସେ ଅଟୋକୁ ହସ୍ପିଟାଲ ସାମ୍ନାରେ ରଖିବା ପରେ ଚାଲି ଚାଲି ଡାକ୍ତରଙ୍କ ପାଖକୁ ଆସିଥିଲେ। ସୋନୁ ଡାକ୍ତରଙ୍କ ସାମ୍ନାରେ ବସି ନିଜର ସମସ୍ୟା ସମ୍ପର୍କରେ କହିଥିଲେ। ଡାକ୍ତରଙ୍କ ବ୍ୟତୀତ ସେଠାରେ ଜଣେ ନର୍ସ ମଧ୍ୟ ଉପସ୍ଥିତ ରହିଥିଲେ।

Advertisment

ଡାକ୍ତର ରୋଗୀ ସୋନୁଙ୍କ ଚେକଅପ କରୁଥିବା ବେଳେ ହଠାତ୍‌ ସେ ଅଚେତ ହୋଇଯାଇଥିଲା। ତାଙ୍କୁ ଉଠାଇବାକୁ ଚେଷ୍ଟା କରାଯାଇଥିଲେ ହେଁ କିଛି ବି ଲାଭ ମିଳି ନଥିଲା। ସେ ପୂରା ନିସ୍ତେଜ ହୋଇ ଯାଇଥିଲେ।

ତୁରନ୍ତ ତାଙ୍କୁ ଆଉ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମରୁ ସ୍ପଷ୍ଟ ହୋଇଛି ଯେ ସୋନୁ ହୃଦ୍‌ଘାତରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ପରେ ସୋନଙ୍କ ପାଖରୁ ଗୋଟିଏ ଆଧାର କାର୍ଡ ମିଳିଥିଲା। ସେଥିରୁ ଠିକଣା ବାହାର କରି ପୁଲିସ୍‌ ପରିବାର ଲୋକଙ୍କୁ ଏହି ଦୁଃଖଦ ଖବର ସମ୍ପର୍କରେ ସୂଚନା ଦେଇଥିଲା। 

Viral Video Madhya Pradesh Heart Disease Hearth Attack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe