Advertisment

ଏମିତି ବି ଆସେ ମୃତ୍ୟୁ: ସିନେମା ଦେଖିବାକୁ ଚାଲି ଚାଲି ଯାଉଥିଲେ, ହଠାତ ଟଳି ପଡ଼ିଲେ

ବ୍ୟକ୍ତି ଜଣଙ୍କ ବେଶ ହସଖୁସିରେ ନିକଟରେ ରିଲିଜ ହୋଇଥିବା ସନ୍ନି ଦେୱଲଙ୍କ ଗଦର ୨ ଦେଖିବା ପାଇଁ ଗୋଟିଏ ମଲକୁ ଯାଇଥିଲେ।

Mall

Mall

Advertisment

ମୃତ୍ୟୁ କେତେବଳେ, କେଉଁଠି ଓ କେମିତି ଆସେ; ସେକଥା କାହାକୁ ବି ଜଣାନଥାଏ। ହସ ଖୁସି ଭରା ଯବାନ ମଣିଷ ବି କେତେବେଳେ ପରପାରିକୁ ଚାଲିଯିବ, ସେକଥା କେହି କହିପାରିବେ ନାହିଁ। 

Advertisment

ଏମିତି ଏକ ଅପ୍ରତ୍ୟାଶିତ ତଥା ଆଶ୍ଚର୍ଯ୍ୟ କରିବା ଭଳି ମୃତ୍ୟୁ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି କେମିତି ମାତ୍ର କିଛି ସେକେଣ୍ଡ ଭିତରେ ଆରପାରିକୁ ଚାଲି ଯାଇଛନ୍ତି, ସେକଥା ଆଖିରେ ନ ଦେଖିଲେ କେହି ବି ବିଶ୍ୱାସ କରିବେ ନାହିଁ।

ବ୍ୟକ୍ତି ଜଣଙ୍କ ବେଶ ହସଖୁସିରେ ନିକଟରେ ରିଲିଜ ହୋଇଥିବା ସନ୍ନି ଦେୱଲଙ୍କ ଗଦର ୨ ଦେଖିବା ପାଇଁ ଗୋଟିଏ ମଲକୁ ଯାଇଥିଲେ। ସେ ସ୍ୱାଭାବିକ ଢଙ୍ଗରେ ଫୋନରେ କଥା ହୋଇ ଚାଲି ଚାଲି ଯାଉଥିବା ବେଳେ ହଠାତ୍‌ ଟଳି ପଡ଼ିଛନ୍ତି। ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଖେରିରେ ଥିବା ଫନ୍‌ ମଲ୍‌ରେ ଏପରି ଘଟଣା ଘଟିଥିବା ବେଳେ ଏହାର ଦୃଶ୍ୟ କ୍ୟାମେରାରେ ବି କଏଦ ହୋଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ଅକ୍ଷତ ତିୱାରୀ। ସେ ଶନିବାର ରାତିରେ ମାହେବଗଞ୍ଜ ଠାରେ ଥିବା ତାଙ୍କର ମେଡିସିନ ଦୋକାନ ବନ୍ଦ କରିଥିଲେ। ଏହାପରେ ଲେଟ ନାଇଟ ଶୋ’ ଦେଖିବା ପାଇଁ ସେ ମଲ୍‌ରେ ପହଞ୍ଚିଥିଲେ। ଟିକେଟ କରିବା ପରେ ସେ ଶିଢ଼ିରେ ଚଢ଼ି ଉପରକୁ ଆସିଥିଲେ। ଏହି ସମୟରେ ସେ ଫୋନରେ ମଧ୍ୟ କଥା ହେଉଥିଲେ।

ସିସିଟିଭି ଫୁଟେଜ ଅନୁସାରେ, ଅକ୍ଷତ ଫୋନରେ କଥା ହୋଇ ମଲ୍‌ରେ ଚାଲିଚାଲି ଯାଉଥିଲେ। ତାଙ୍କ ଆଗରେ ଆଉ ଦୁଇ ଜଣ ଯୁବକ ମଧ୍ୟ ରହିଥିଲେ। ତେବେ ହଠାତ୍‌ ଅକ୍ଷତ ଚାଲୁଚାଲୁ ଟଳି ପଡ଼ିଥିଲେ। ସେ ତଳେ କଚାଡ଼ି ହୋଇ ପଡ଼ିବାରୁ ଲୋକମାନେ ତାଙ୍କ ଅବସ୍ଥା ଜାଣିବା ପାଇଁ ଭିଡ଼ ଜମାଇଥିଲେ। ସେଠାରେ ଉପସ୍ଥିତ ଥିବା ଗାର୍ଡ ଓ ବାଉନ୍ସରମାନେ ପାଣି ଛିଞ୍ଚି ଅକ୍ଷତଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ।

ହେଲେ କିଛି ବି ଲାଭ ମିଳି ନଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପ୍ରାଥମିକ ଭାବେ ହୃଦଘାତରେ ଅକ୍ଷତ ପ୍ରାଣ ହରାଇଥିବା କୁହାଯାଉଛି। ତଥାପି ପୁଲିସ୍‌ ଗୋଟିଏ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Uttar Pradesh Heart Disease
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe