Viral Video Screenshot
ଆଜିକାଲି ଟ୍ରେନ ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଜେନେରାଲ ବଗିରେ ତ ଶହ ଶହ କିଲୋମିଟର ପର୍ଯ୍ୟନ୍ତ ଲୋକେ ଛିଡ଼ା ହୋଇ ଯାତ୍ରା କରୁଛନ୍ତି। ହେଲେ ଥରେ ଭାବନ୍ତୁ, ଆପଣ ଏଭଳି ଭିଡ଼ ଭିତରେ ଟ୍ରେନରେ ଯାତ୍ରା କରୁଛନ୍ତି, ଆଉ କେହି ଜଣେ ଫଣା ଉଠାଇଥିବା ସାପ ଧରି ଆପଣ ଯାଉଥିବା ବଗିରେ ଚଢ଼ିଯାଏ। ତେବେ କଣ ହେବ ଆପଣଙ୍କ ପରିସ୍ଥିତି? ବାସ୍ତବରେ ଏହିଭଳି ଏକ ଭିଡିଓ ଏବେ ସୋଶାଲ ମିଡିଆରେ ଘୂରି ବୁଲୁଛି। ପ୍ରବଳ ଭିଡ଼ ଥିବା ଗୋଟିଏ ଟ୍ରେନ ବଗିରେ ଜଣେ ଲୋକ କାନ୍ଧରେ ଗୋଟିଏ ସାପ ଓ ହାତରେ ଗୋଟିଏ ସାପ ଧରି ଚଢ଼ିଯାଇଛନ୍ତି।
ସାପ ଦେଖି ଛାନିଆ ଯାତ୍ରୀ
ଭାଇରାଲ ହେଉଥିବା ଏହି ଭିଡିଓ ଉତ୍ତର ଭାରତର ବୋଲି କୁହାଯାଉଛି। ଏଥିରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ପ୍ରବଳ ଭିଡ଼ ଥିବା ଏକ ଟ୍ରେନର ଜେନେରାଲ ବଗିରେ ସମସ୍ତଙ୍କ ପାଖକୁ ଯାଇ ଟଙ୍କା ମାଗୁଛନ୍ତି। ସେହି ବ୍ୟକ୍ତ ନିଜ ବେକରେ ଗୋଟିଏ ସାପ ମାଳ ଭଳି ପକାଇଥିବା ବେଳେ ହାତରେ ଗୋଟିଏ ସାପ ଧରିଛନ୍ତି। ତେବେ ଏତେ ଗହଳି ଭିତରେ କେହି ଏହି ଦୃଶ୍ୟକୁ ଉପଭୋଗ କରୁଛନ୍ତି ତ କେହି ସତରେ ବହୁତ ଭୟ କରିଯାଇଥିବା ପରି ଦେଖାଯାଉଛି। ଇନଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓର କ୍ୟାପ୍ସନରେ ଲେଖାଯାଇଛି, ‘ଭାରତୀୟ ରେଳରେ ଜେନେରାଲ ବଗିର ଅବସ୍ଥା।’
ଏହି ଭିଡିଓକୁ କେରଳର ଟ୍ରାଭେଲ୍ ଇନଫ୍ଲୁଏନ୍ସର ଅଶ୍ୱିନ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ସେ ଏଥିରେ କହିଛନ୍ତି, ‘ମୁଁ ଶୋଇବାକୁ ଯାଉଥିଲି, ଆଉ ମୋ ଉପରକୁ ଜଣେ ଲୋକ ସାପ ଛାଡ଼ିଦେଲେ। ମୁଁ ସତରେ ବହୁତ ଡରି ଯାଇଥିଲି। ଜେନେରାଲ ବଗିରେ ଯାତ୍ରା କରିବାର ଭୟଙ୍କର କାହାଣୀ ମୁଁ କେବଳ ଶୁଣିଥିଲି। ହେଲେ ସତରେ ମୁଁ ଏଭଳି ହେବ ବୋଲି କେବେ ଭାବିନଥିଲି।’ ସୋଶାଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି, ‘ଜେନେରାଲ ଓ ସ୍ଲିପର ବଗିରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଏସି କୋଚ୍ ଗୁଡ଼ିକ ଏପର୍ଯ୍ୟନ୍ତ ଏପରି ଘଟଣାରୁ ବର୍ତ୍ତିଯାଇଛନ୍ତି।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us