Advertisment

ବ୍ରେଡ୍‌ ପ୍ୟାକେଟରୁ ବାହାରିଲା ଜୀବନ୍ତ ମୂଷା

ଫୁଡ୍‌ ଡେଲିଭରୀ କମ୍ପାନୀ 'ବ୍ଲିଙ୍କିଟ୍‌'ରୁ ଅର୍ଡର ହୋଇଥିଲା ବ୍ରେଡ୍।

author-image
Madhupriya Mistry
Rat inside bread

Rat inside bread

ଏବେ ଡିଜିଟାଲର ଯୁଗ। ହାତ ପାଆନ୍ତ ଗୋଟିଏ କ୍ଲିକ୍‌ରେ ସବୁ କିଛି ମିଳୁଛି। ମାର୍କେଟ ଯିବା ଆସିବାର ଆଉ ଝଞ୍ଜଟ୍‌ ରହୁନି। ଖାଇବା ସାମଗ୍ରୀ, ପନିପରିବା ଠାରୁ ଆରମ୍ଭ କରି ଡ୍ରେସ ଓ ଅତ୍ୟାବଶ୍ୟକ ସାମଗ୍ରୀ ସବୁ କିଛି ଘରେ ବସି ମିଳିଯାଉଛି। ଏଥିପାଇଁ ବିଭିନ୍ନ ଆପ୍‌ ସବୁ ଉପଲବ୍ଧ ଅଛି। ବ୍ଲିଙ୍କିଟ୍‌, ସ୍ୱିଗି ଇନ୍‌ଷ୍ଟାମାର୍ଟ, ଜୋମାଟୋ, ଜେପ୍ଟୋ ଏଭଳି ଅନେକ ଆପ୍ସ ରହିଛି, ଯାହା ଏବେ ମଣିଷ ପାଇଁ କିଣାବିକା କରିବାର ମାଧ୍ୟମ ସାଜିଛି। କିନ୍ତୁ ବେଳେ ବେଳେ ଏହି ଆପ୍ସ ଜରିଆରେ ଲୋକେ ବିଭିନ୍ନ ଠକାମିର ଶିକାର ହେବା ସହ ନିମ୍ନମାନର ଜିନିଷ ମଧ୍ୟ ପାଉଛନ୍ତି। ଏଭଳି ଅନେକ ଅଭିଯୋଗ ସାମ୍ନାକୁ ଆସିଥିବା ନଜିର ରହିଛି। ନିକଟରେ ଏଭଳି ହିଁ ଏକ ଅଭିଯୋଗ ସାମ୍ନାକୁ ଆସିଛି, ଯାହା ଲୋକଙ୍କ ହୋସ୍‌ ଉଡାଇ ଦେଇଛି।

Advertisment

ନାମୀଦାମୀ ଫୁଡ୍‌ ଡେଲିଭରୀ କମ୍ପାନୀ 'ବ୍ଲିଙ୍କିଟ୍‌'ରୁ ଅର୍ଡର ହୋଇଥିଲା ବ୍ରେଡ୍। ଅର୍ଡର ଆସି ଘରେ ବି ପହଞ୍ଚିଲା। ତେବେ ପ୍ୟାକେଟ ଖୋଲିବା ପରେ ଉଡିଗଲା ବ୍ୟକ୍ତି ହୋସ୍‌। ବ୍ରେଡ୍‌ ଭିତରୁ ବାହାରିଥିଲା ଜୀବନ୍ତ ମୂଷା। ଏହାକୁ ଦେଖି ବ୍ରେଡ ମଗାଇଥିବା ବ୍ୟକ୍ତି ଚକିତ ହୋଇପଡିଥିଲେ। ନୀତିନ ଅରୋଡା ନାମକ ଜଣେ ବ୍ୟକ୍ତି ଟ୍ୱିଟର ହ୍ୟାଣ୍ଡେଲରେ ଏହି ସମସ୍ତ ଘଟଣାର ଭିଡିଓ ଆଉ ଫଟୋକୁ ପୋଷ୍ଟ କରିଛନ୍ତି। ଯାହା ଏବେ ଭାଇରାଲ ହେବାରେ ଲାଗିଛି।

Advertisment

ଏହାକୁ ଶେଆର କରି ସେ କ୍ୟାପସନରେ ଲେଖିଛନ୍ତି, 'ବ୍ଲିଙ୍କିଟ୍‌ରେ ବ୍ରେଡ୍‌ ପ୍ୟାକେଟ ମଗାଇ ଥିଲି। କିନ୍ତୁ ଘରକୁ ଆସିଥିବା ବ୍ରେଡ୍‌ରେ ଏକ ମୂଷା ମଧ୍ୟ ମିଳିଛି। ତେବେ ଏହି ମୂଷାଟି ଜୀବିତ ମଧ୍ୟ ଥିଲା। ଏହା ମୋ ପାଇଁ ବେଶ୍‌ ଖରାପ ଅନୁଭବ ଥିଲା। ଯଦି ୧୦ ମିନିଟ୍‌ର ଡେଲିଭରୀ ଜିନିଷରେ ଏଭଳି ଜିନିଷ ମିଳୁଛି ତେବେ ମୁଁ 'ବ୍ଲଙ୍କିଟ୍‌'ରୁ ଆଉ କିଛି ନେବାକୁ ପସନ୍ଦ କରିବି ନାହିଁ।'

ତେବେ ବ୍ରେଡ ପ୍ୟାକେଟ ଭିତରେ ଜୀବନ୍ତ ମୂଷା କିଭଳି ଫସିଲା। କେବଳ ସେତିକି ନୁହେଁ ପ୍ୟାକ୍ କରୁଥିବା ବ୍ୟକ୍ତି ଓ ଡେଲିଭରୀ ଏଜେଣ୍ଟ ମଧ୍ୟ କିଭଳି ମୂଷାର ଉପସ୍ଥିତି ବିଷୟରେ ଜାଣିପାରିଲେ ନାହିଁ ତାକୁ ନେଇ ପ୍ରଶ୍ନ ଉଠିଛି।

Viral Video Viral