Advertisment

କ୍ୟାଡବରୀ ଡେରି ମିଲ୍କରେ ଚାଲୁଛି ପୋକ!

କ୍ୟାଡବରୀ ଡେରି ମିଲ୍କ ଚକୋଲେଟରେ ପୋକ ଚାଲିବା ଭିଡିଓ ଭାଇରାଲ୍ ହେଉଛି।

Cadbury

Cadbury

Advertisment

କ୍ୟାଡବରୀ ଡେରି ମିଲ୍କ ଚକୋଲେଟରୁ ପୋକ ବାହାରିଥିବା ଅଭିଯୋଗ। ହାଇଦ୍ରାବାଦର ଜଣେ ଗ୍ରାହକ ଏହି ଅଭିଯୋଗ କରିଛନ୍ତି। ଚକୋଲେଟରେ ଜୀବନ୍ତ ପୋକ ଚାଲୁଥିବାର ଏକ ଭିଡିଓ ପୋଷ୍ଟ କରିବା ପରେ ତୀବ୍ର ପ୍ରତିକ୍ରିାୟା ପ୍ରକାଶ କରିଛନ୍ତି ନେଟିଜେନ୍ସ।

Advertisment

ଗ୍ରାହକ ରବିନ୍ ଜାକ୍ୟୁସ୍ ଏନେଇ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏକ ଭିଡିଓ ଶେଆର କରିଥିଲେ। ଚକୋଲେଟ୍ ଉପରେ ଏକ ପୋକ ଚାଲୁଥିବାର ଭିଡିଓ ପୋଷ୍ଟ କରିଥିଲେ ଏବଂ ସେ ଏହାକୁ ଅମୀରପେଟ୍ ମେଟ୍ରୋ ଷ୍ଟେସନରେ ଥିବା ରତ୍ନଦୀପ ଷ୍ଟୋରରୁ ୪୫ ଟଙ୍କା ଦେଇ କିଣିଥିବା ଉଲ୍ଲେଖ କରିଥିଲେ।

ଏଥିସହ ସେ ଏପରି ହନିକାରକ ଖାଦ୍ୟ ବିକ୍ରୟକୁ ନେଇ ଚିନ୍ତା ପ୍ରକଟ କରିଥିଲେ। ଯଦି ବଜାରରେ ଏପରି ଅସ୍ୱାସ୍ଥ୍ୟକର ଖାଦ୍ୟ ବିକ୍ରି ହୁଏ, ତେବେ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ ଯେଉଁ ବିପଦ ପଡିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି। ରବିନଙ୍କ ଏହି ପୋଷ୍ଟ ପରେ ଭିଡିଓଟି ଖୁବ୍ ଭାଇରାଲ୍ ହୋଇଥିଲା।

Advertisment

ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନେଟିଜେନ୍ସ ଦାବି କରିଛନ୍ତି। ଏଥିପାଇଁ କ୍ୟାଡବରୀକୁ ନୋଟିସ୍ କରାଯିବା ସହ କୋର୍ଟରେ ଏକ ମାମଲା ରୁଜୁ କରାଯାଉ ବୋଲି ନେଟିଜେନ୍ସ କହିଛନ୍ତି। 

ଏହି ପୋଷ୍ଟ ଉପରେ ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ପ୍ରତିକ୍ରିୟା ରଖିଛି। ଏହି ପ୍ରସଙ୍ଗରେ ଖାଦ୍ୟ ନିରାପତ୍ତା ଟିମ୍ AFCGHMCକୁ ସତର୍କ କରାଯାଇଛି ଏବଂ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ପୋଷ୍ଟରେ କୁହାଯାଇଛି। କ୍ୟାଡବରୀ ଡେରି ମିଲ୍କ ମଧ୍ୟ ଏହି ପୋଷ୍ଟର ଜବାବ ଦେଇଛି। ରବୀନ କେଉଁଠାରୁ ଚକୋଲେଟ୍ ଟିକୁ କିଣିଥିଲେ ସେ ବାବଦରେ ସମ୍ପୂର୍ଣ୍ଣ ବିବରଣୀ ଦେବାକୁ କ୍ୟାଡବରୀ କମ୍ପାନୀ ତାଙ୍କୁ ଅନୁରୋଧ କରିଛି।

Worm In Dairy Milk Cadbury Dairy Milk Chocolate
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe