Advertisment

ଭୟଙ୍କର: ଯୁବକଙ୍କୁ ଧକ୍କା ଦେଇ ଉଡ଼ାଇ ଦେଲା କାର୍‌

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, କାର୍‌ଟି ଦ୍ରୁତ ଗତିରେ ଆସି ୨୪ ବର୍ଷୀୟ ରୋହିତଙ୍କୁ ପଛ ପଟୁ ଧକ୍କା ଦେଉଛି।

Man flung into air

Man flung into air

Advertisment

ଅତ୍ୟନ୍ତ ଭୟଙ୍କ ଓ ଛାତି ଥରାଇ ଦେବା ଭଳି ଭିଡିଓ ସାମ୍ନାକୁ ଆସିଛି। ରାସ୍ତାର ବାମ ପାର୍ଶ୍ୱରେ ଚାଲି ଚାଲି ଯାଉଥିବା ଜଣେ ଯୁବକଙ୍କ ସହ ଘଟିଛି ଭୟଙ୍କର ଘଟଣା। ସେ ଚାଲି ଚାଲି ଯାଉଥିବା ବେଳେ ପଛ ପଟୁ ଗୋଟିଏ ଦ୍ରୁତଗାମୀ କାର୍‌ ତାଙ୍କୁ ଧକ୍କା ଦେଇଛି।

Advertisment

ଫଳରେ ସେ ସିଧା କିଛି ଫୁଟକୁ ଉଚ୍ଚକୁ ଉଠି ରାସ୍ତାରେ ମୁହଁ ମାଡ଼ି ପଡ଼ିଛନ୍ତି। ମହାରାଷ୍ଟ୍ରର କୋହ୍ଲାପୁରରେ ଘଟିଥିବା ଏହି ଲୋମହର୍ଷଣକାରୀ ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।

ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, କାର୍‌ଟି ଦ୍ରୁତ ଗତିରେ ଆସି ୨୪ ବର୍ଷୀୟ ରୋହିତଙ୍କୁ ପଛ ପଟୁ ଧକ୍କା ଦେଉଛି। କାର ଧକ୍କା ପରେ ରୋହିତ ସିଧା ଉପରକୁ ଉଠି ଯାଉଛନ୍ତି। ରୋହିତ ରାସ୍ତାରେ ମୁହଁ ମାଡ଼ି ପଡ଼ିଥିଲେ ହେଁ କାରଟି ଦ୍ରୁତ ଗତିରେ ସେଠାରୁ ଚମ୍ପଟ ମାରିଛି।

Advertisment

ଘଟଣାଟି ଅଗଷ୍ଟ ୨୮ରେ ଘଟିଥିଲା। ରୋହିତ ନିଜ କର୍ମ କ୍ଷେତ୍ରରୁ ଘରୁ ଫେରୁଥିବା ବେଳେ ଏପରି ଘଟିଛି। ଦୁର୍ଘଟଣାରେ ରୋହିତଙ୍କ ମୁଣ୍ଡ ଓ ଦୁଇଟି ଯାକ ଗୋଡ଼ରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ସେ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପୁଲିସ ଗୋଟିଏ ମାମା ରୁଜୁ କରିଥିଲେ ହେଁ ଏଯାଏ ଡ୍ରାଇଭର କିମ୍ବା ଗାଡ଼ିକୁ ଠାବ କରିପାରି ନାହିଁ।

Viral Video Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe