Advertisment

ଛାତିରେ କଲେ ରତନ ଟାଟାଙ୍କ ଟାଟୁ, ଭାଇରାଲ ହେଲା ଭିଡିଓ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରତନ ଟାଟାଙ୍କୁ ଭଲ ପାଉଥିବା ଜଣେ ବ୍ୟକ୍ତି ତାଙ୍କ ସ୍ମୃତିରେ କରିଛନ୍ତି ଟାଟୁ। ସେ ରତନ ଟାଟାଙ୍କୁ ବହୁତ ଭଲ ପାଉଥିବାରୁ ତାଙ୍କ ଛବିକୁ ନିଜ ଛାତିରେ ଟାଟୁ ଆକାରରେ ସ୍ଥାନିତ କରିଛନ୍ତି।

author-image
Hemant Lenka
Ratan Tata

Ratan Tata

ଭାରତର କିମ୍ବଦନ୍ତୀ ଉଦ୍ୟୋଗପତି ରତନ ଟାଟାଙ୍କ ଦେହାନ୍ତ ଦେଶରେ ଶୋକରଛାୟା ଖେଳାଇ ଦେଇଛି। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଗତ ବୁଧବାର ତାଙ୍କର ଦେହାନ୍ତ ହୋଇଥିଲା। ଏବେ ରତନ ଟାଟା ଜଣେ ବ୍ୟବସାୟୀ ହୋଇଥିଲେ ମଧ୍ୟ ସାମାଜ ସେବା ପ୍ରତି ଥିବା ତାଙ୍କ ଭଲ ପାଇବାକୁ ସମସ୍ତେ ମନେ ପକାଉଛନ୍ତି।

Advertisment

ଏହି କ୍ରମରେ ଜଣେ ବ୍ୟକ୍ତି ଦେଖାଇଥିବା ଭଲ ପାଇବା ଏବେ ବେଶ ଭାଇରାଲ ହେବାରେ ଲାଗିଛି। ରତନ ଟାଟାଙ୍କୁ ଭଲ ପାଉଥିବା ଜଣେ ବ୍ୟକ୍ତି ତାଙ୍କ ସ୍ମୃତିରେ କରିଛନ୍ତି ଟାଟୁ। ସେ ରତନ ଟାଟାଙ୍କୁ ବହୁତ ଭଲ ପାଉଥିବାରୁ ତାଙ୍କ ଛବିକୁ ନିଜ ଛାତିରେ ଟାଟୁ ଆକାରରେ ସ୍ଥାନିତ କରିଛନ୍ତି। ଏଥିସହ ରତନ ଟାଟାଙ୍କୁ ସେ ବାସ୍ତବ ଜୀବନର ଭଗବାନ ଭାବେ ଆଖ୍ୟା ଦେଇଛନ୍ତି।

ବେଶ ପରିଚିତ ଟାଟୁ କଳାକାର ମହେଶ ଚୌହାନ ତାଙ୍କ ଇନଷ୍ଟାଗ୍ରାମରେ ଏହି ଘଟଣା ଭିଡିଓ ଛାଡ଼ିଛନ୍ତି। ନିକଟରେ ତାଙ୍କ ପାଖକୁ ଆସିଥିବା ଜଣେ ବ୍ୟକ୍ତି କେମିତି ରତନ ଟାଟାଙ୍କ ଛବିକୁ ନିଜ ଛାତିରେ ଟାଟୁ ଆକାରେ ସ୍ଥାନ ଦେଇଛନ୍ତି, ସେକଥା ସମସ୍ତଙ୍କକୁ ଜଣାଇଛନ୍ତି। ଏହି ଭିଡିଓରେ ଛାତିରେ ରତନ ଟାଟାଙ୍କ ଟାଟୁ କରିଥିବା ବ୍ୟକ୍ତି ଜଣଙ୍କ କାହିଁକି ଜଣେ ଶିଳ୍ପପତିଙ୍କୁ ରିୟଲ ଲାଇଫ ଗଡ ବା ଭଗବାନ ଆଖ୍ୟା ଦେଇଛନ୍ତି, ତା’ର ଖୁଲାସା ମଧ୍ୟ କରିଛନ୍ତି।

Advertisment

ତାଙ୍କ କହିବା କଥା ଯେ କିଛି ବର୍ଷ ତଳେ ତାଙ୍କର ଜଣେ ବନ୍ଧୁ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ। ସେ ବନ୍ଧୁଙ୍କ ଚିକିତ୍ସା ଗୋଟିଏ ବଡ଼ ହସ୍ପିଟାଲରେ କରିବାକୁ ଚାହୁଁଥିଲେ। ହେଲେ ବଡ଼ ହସ୍ପିଟାଲରେ ହେଉଥିବା ଖର୍ଚ୍ଚ ଚିକିତ୍ସାରେ ବାଧକ ସାଜିଥିଲା। ଏହି ସମୟରେ ସେ ଟାଟା ଟ୍ରଷ୍ଟ ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଟାଟା ଟ୍ରେଷ୍ଟ ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ବନ୍ଧୁକ ଚିକିତ୍ସା ମାଗଣାରେ ଆରମ୍ଭ ହୋଇଥିଲା।

ଏହି ଭିଡିଓରେ ବ୍ୟକ୍ତିତ ଜଣଙ୍କ ଟାଟା ଟ୍ରଷ୍ଟର ଜୀବନ ରକ୍ଷାକାରୀ ପ୍ରୟାସକୁ ପ୍ରଶଂସା କରିଛନ୍ତି। ଏଥିସହ ସେ କେମିତି ନିଜର ବ୍ୟକ୍ତିଗତ ଅଭିଜ୍ଞତା ବଳରେ ରତନ ଟାଟାଙ୍କ ନୀତିକୁ ଅନୁସରଣ କରିଥିଲେ, ସେକଥା କହିଛନ୍ତି। ସେ ରତନ ଟାଟାଙ୍କୁ ରିୟଲ ଲାଇଫ ଗଡ୍‌ ବୋଲି କହିବା ସହ ତାଙ୍କ ଅବଦାନର ପାଇଁ ଏପରି ଟାଟୁ ଗୋଟିଏ ଛୋଟିଆ ଶ୍ରଦ୍ଧାଞ୍ଜଳି ବୋଲି କହିଛନ୍ତି।

ଭିଡିଓକୁ ଶେୟାର କରି ଚୌହାନ ଲେଖିଛନ୍ତି, “ଭାରତ ଜଣେ କିମ୍ବଦନ୍ତୀଙ୍କୁ ହରାଇଛି।” ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Ratan Tata Ratan Tata Funeral Tata Trust