Advertisment

କ’ଣ ମଣିଷ ଏତେ ନିର୍ଦ୍ଦୟ? ଭାଇରାଲ ହେଉଛି ବୀଭତ୍ସ ହତ୍ୟାର ଭିଡିଓ

ନିର୍ଦ୍ଦୟ। ଭୟଙ୍କର। ବୀଭତ୍ସ। ମଣିଷ କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ? ସମ୍ଭବତଃ ରାଗ ମଣିଷକୁ ପଶୁ କରି ଦିଏ। ରାଗର ବଶବର୍ତ୍ତୀ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ଦିଏ।

CCTV

CCTV

Advertisment

ନିର୍ଦ୍ଦୟ। ଭୟଙ୍କର। ବୀଭତ୍ସ। ମଣିଷ କ’ଣ ସତରେ ଏତେ ନିଷ୍ଠୁର ହୋଇପାରେ? ସମ୍ଭବତଃ ରାଗ ମଣିଷକୁ ପଶୁ କରି ଦିଏ। ରାଗର ବଶବର୍ତ୍ତୀ ହୋଇ ମଣିଷ ନିଜର ହିତାହିତ ଜ୍ଞାନ ହରାଇ ଦିଏ। ଏହାର ଜ୍ୱଳନ୍ତ ଉଦାହରଣ କର୍ଣ୍ଣାଟକାରୁ ସାମ୍ନାକୁ ଆସିଛି। ଏଠାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଅତ୍ୟନ୍ତ ଭୟଙ୍କର ଓ ନିର୍ଦ୍ଦୟ ଢଙ୍ଗରେ କିଛି ଲୋକ ଗୋଡ଼ାଇ ଗୋଡ଼ାଇ ହାଣି ହତ୍ୟା କରିଛନ୍ତି।

Advertisment

କୋପ୍ପାଲ ଜିଲ୍ଲାର ଗୋଟିଏ ବେକେରୀ ଭିତରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ପୁଲିସ୍‌ ଏହି ଘଟଣାରେ ୭ ଜଣଙ୍କୁ ଗିରଫ କରିଥିବା ବେଳେ ପାରିବାରିକ ଶତ୍ରୁତା ଓ ଦୀର୍ଘ ବର୍ଷର ସମ୍ପତ୍ତି ଭାଗବଣ୍ଟାକୁ ନେଇ ଏପରି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ କହିଛି।

ଗିରଫ ୭ ଜଣ ହେଲେ ରବି, ପ୍ରଦୀପ, ମଞ୍ଜୁନାଥ, ନାଗରାଜ, ମଞ୍ଜୁନାଥ, ଗୌତମ ଓ ପ୍ରମୋଦ। ମୃତକ ଜଣଙ୍କ ହେଲେ ଦିନ ମଜୁରିଆ ଭାବେ କାମ କରୁଥିବା ଚାନ୍ନାପ୍ପା ହୁସେନପ୍ପା ନାରିନାଲ। ସେ ତାବାରାଗେରା ସହରରେ ରୁହନ୍ତି। ତାଙ୍କୁ ସର୍ବସମ୍ମୁଖରେ ଶନିବାର ରାତି ପ୍ରାୟ ୧୦ଟାରେ ସଂଘବଦ୍ଧ ଆକ୍ରମଣ ସହ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି।

Advertisment

ନାରିନାଲଙ୍କୁ ଆକ୍ରମଣ କରାଯିବାର ପ୍ରତିଟି ଦୃଶ୍ୟ ରାସ୍ତା କଡ଼ରେ ଥିବା ଗୋଟିଏ ବେକେରୀର ସିସିଟିଭରେ କଏଦ ହୋଇଛି। ତାଙ୍କୁ ଖଣ୍ଡା ଓ କାତିରେ ହାଣି ହତ୍ୟା କରାଯାଇଛି। ଆକ୍ରମଣକାରୀମାନେ ତାଙ୍କ ବେକଳ, ମୁଣ୍ଡ, ପିଠି ଓ ଶରୀରର ବିଭିନ୍ନ ସ୍ଥାନକୁ ହାଣି ପକାଇବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ନାରିନାଲଙ୍କୁ ଆକ୍ରମଣ କରାଯିବାରୁ ସେ ଜୀବନ ବିକଳରେ ବେକେରୀ ଭିତରକୁ ପଶି ଯାଇଥିଲେ। ହେଲେ ଏଠାରେ ସେ ଫସି ଯାଇଥିଲେ। ଦୋକାନ ଭିତରେ ଆକ୍ରମଣକାରୀମାନେ ପଶି ତାଙ୍କୁ ଘେରା ବନ୍ଦୀ କରି ନେଇଥିଲେ। ସେ ଦୋକାନରୁ ଯେଉଁ ପାର୍ଶ୍ୱକୁ ଯାଇଥିଲେ ସେଠାରେ ତାଙ୍କୁ ଖଣ୍ଡା ଚୋଟର ସାମ୍ନା କରିବାକୁ ପଡ଼ିଥିଲା। ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଛାଡ଼ି ଦେବାକୁ ନେହୁରା ହୋଇଥିଲେ ହେଁ ଆକ୍ରମଣକାରୀମାନେ କିଛି ବି ଶୁଣି ନଥିଲେ।

ଦୋକାନ ଭିତରେ ବାରମ୍ବାର ଆକ୍ରମଣ କରିବା ପରେ ସେମାନେ ତାଙ୍କୁ ବାହାରକୁ ଘୋଷାଡ଼ି ନେଇଥିଲେ। ଏହାପରେ ସେ ପ୍ରାଣ ହରାଇବା ଯାଏ ତାଙ୍କୁ ହାଣି ଚାଲିଥିଲେ। ଆକ୍ରମଣକାରୀମାନେ ମାତ୍ର ୨ ମିନିଟ ଭିତରେ ପୂରା ହତ୍ୟାକାଣ୍ଡକୁ କାର୍ଯ୍ୟକାରୀ କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ପୁଲିସ୍‌ କହିଛି।

ପୁଲିସ୍‌ କହିଛି ଯେ ପୂରା ଘଟଣା ସ୍ଥାନୀୟ ପୁଲିସ ଷ୍ଟେସନ ଠାରୁ ଗୋଟିଏ କିମି ଦୂରରେ ସିନ୍ଧାନୁର ସର୍କଲ ରହିଛି। ଏଠାରେ ଥିବା ବେକେରର ମଧ୍ୟରେ ହତ୍ୟାକାଣ୍ଡ ଘଟିଥିଲା। ନାରିନାଲଙ୍କ ବଡ଼ ଭାଇ ଦୁର୍ଗାପ୍ପାଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ମାମଲା ରୁଜୁ କରି ୭ ଜଣଙ୍କ ଗିରଫ କରିଛି।

ଦୁର୍ଗାପ୍ପା ପୁଲିସ୍‌କୁ କହିଛନ୍ତି ଯେ ତାଙ୍କ ପରିବାର ସହ ଆଉ ଗୋଟିଏ ପରିବାରର ସମ୍ପତ୍ତି ବିବାଦ ଲାଗି ରହିଥିଲା। ରବି ନାରିନାଲ ନାମକ ଅନ୍ୟତମ ପ୍ରମୁଖ ଅଭିଯୁକ୍ତ କିଛି ଦିନ ତଳେ ସର୍ବସମ୍ମୁଖରେ ପରିବାରର ଜଣଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଥିଲେ। ଏବେ ସେମାନେ ମିଳିତ ଭାବେ ନାରିନାଲଙ୍କୁ ହତ୍ୟା କରିଥିବା ଦୁର୍ଗାପ୍ପା ଅଭିଯୋଗ କରିଛନ୍ତି।

Murder Karnataka CCTV
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe