Advertisment

ବାଇକରେ ବାଣ ଫୁଟାଇ ଷ୍ଟଣ୍ଟ୍ ପ୍ରଦର୍ଶନ, ଭିଡିଓ ଭାଇରାଲ୍ ପରେ ବାନ୍ଧିଲା ପୁଲିସ

ଦୀପାବଳି ଅବସରରେ ସବୁଠି ଆଲୋକର ପର୍ବ ପାଳନ କରାଯାଉ ଥିବାବେଳେ ତାମିଲନାଡୁର ଜଣେ ଯୁବକ ନିଆଁ ସହ ଖେଳିଛନ୍ତି।

author-image
Debibandita Barick
 bike stunt with firecrackers

bike stunt with firecrackers

ବର୍ତ୍ତମାନର ଯୁବପିଢି ସୋଶାଲ୍ ମିଡିଆରେ ଲାଇମଲାଇଟ୍ ରହିବା ପାଇଁ ବିପଦ ସହ ଖେଳିବାକୁ ବି ପଛାଉନାହାନ୍ତି। ବିଗତ ଦିନଗୁଡିକରେ ରିଲ୍ସରେ ଭୟଙ୍କର ଷ୍ଟଣ୍ଟ୍ ପ୍ରଦର୍ଶନର ଭିଡିଓ ଦେଖିବାକୁ ପାଇଛେ। ଏବେ ଏପରି ଏକ ଭିଡିଓ ଭାଇରାଲ୍ ହୋଇଛି, ଯାହାକୁ ଦେଖିବା ପରେ ଆକ୍ସନ୍ ନେଇଛି ପୁଲିସ। ଏପରିକି ସମ୍ପୃକ୍ତ ଯୁବକଙ୍କୁ ମଧ୍ୟ ଗିରଫ କରିଛି।

Advertisment

ଦୀପାବଳି ଅବସରରେ ସବୁଠି ଆଲୋକର ପର୍ବ ପାଳନ କରାଯାଉ ଥିବାବେଳେ ତାମିଲନାଡୁର ଜଣେ ଯୁବକ ନିଆଁ ସହ ଖେଳିଛନ୍ତି। ଯୁବକ ଜଣକ ବାଇକ୍ ଆଗରେ କିଛି ବିସ୍ଫୋରକ ରଖି ଷ୍ଟଣ୍ଟ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଦେଖିବୁକ ମିଳୁଛି। ଭିଡିଓରେ ଦେଖାଯାଉଛି ଯେ, ଜଣେ ଯୁବକ ବାଇକରେ ଏକାଧିକ ବାଣ ଖଞ୍ଜୁଛନ୍ତ। ଏହାପରେ ଅନ୍ୟ ଜଣେ ଯୁବକ ସେହି ବାଇକକୁ ଚଲାଉଛନ୍ତି। ବାଇକ୍ ଚାଲିବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟୁଛି ଏବଂ ସେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଛନ୍ତି।

Advertisment

ପ୍ରଥମତଃ ବାଇକ୍ ପେଟ୍ରୋଲରେ ଚାଲୁଥିବାରୁ ନିଆଁଠୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଏ। ଦ୍ୱିତୀୟତଃ ବିନା ଅନୁମତିରେ ସର୍ବ ସାଧାରଣରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍ ପ୍ରଦର୍ଶନକୁ ବାରଣ କରାଯାଇଛି। ତଥାପି ସମ୍ପୃକ୍ତ ଯୁବକ ଜଣକ ନିଜର ସୁରକ୍ଷା ଏବଂ ଆଇନ କାନୁନକୁ ବେଖାତିର କରି ଏପରି ଷ୍ଟଣ୍ଟ ପ୍ରଦର୍ଶନ କରିଛନ୍ତି, ଯାହାର ଭିଡିଓ ଭାଇରାଲ୍ ହେବା ପରେ ଆକ୍ସନ୍ ନେଇଛି ପୁଲିସ।

ଏହି ଭିଡିଓ ନଭେମ୍ବର 10ରେ 'ଡେଭିଲ୍ ରାଇଡର୍' ଇନଷ୍ଟାଗ୍ରାମ ଆଇଡିରେ ପୋଷ୍ଟ୍ କରାଯାଇଥିଲା। ତାମିଲନାଡୁ ପୁଲିସ ଭିଡିଓର ତର୍ଜମା କରି ବାଇକ୍ ଚାଳକଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା 279 (ଅବହେଳିତ ଢଙ୍ଗରେ ଗାଡି ଚଲାଇବା), 286 (ବିସ୍ଫୋରକ ପଦାର୍ଥ ପ୍ରତି ଅବହେଳା ଆଚରଣ) ଏବଂ 336 (ଅନ୍ୟମାନଙ୍କ ବ୍ୟକ୍ତିଗତ ସୁରକ୍ଷା ପ୍ରତି ବିପଦ) ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। 

Stunt Firecrackers Bike Stunt Feepavali