Advertisment

ପୁଅ ସାମ୍ନାରେ ବାପାଙ୍କୁ ଦଳି ଦେଲା ଷଣ୍ଢ, ଭିଡିଓ ଭାଇରାଲ୍‌

ବିଚ୍‌ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବୁଲା ଷଣ୍ଢ ତଳେ ପକାଇ ଦଳି ଦେଇଛି।

ଅଦ୍ୟତନ ହୋଇଛି
Delhi

Delhi

Advertisment

ଭୟଙ୍କର, ଲୋମହର୍ଷଣକାରୀ ଓ ହୃଦୟ ବିଦାରକ। ଯେତେ ଯାହା କହିଲେ ମଧ୍ୟ ସାମ୍ନାକୁ ଆସିଥିବା ଘଟଣା ପାଇଁ ସମ୍ଭବତଃ ଶବ୍ଦ କମ ପଡ଼ିପାରେ। କାରଣ ବିଚ୍‌ ରାସ୍ତାରେ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବୁଲା ଷଣ୍ଢ ତଳେ ପକାଇ ଦଳି ଦେଇଛି। ଷଣ୍ଢଟି ବ୍ୟକ୍ତିଙ୍କୁ ତଳେ ପକାଇ ଶୁଣ୍ଢରେ ଭୁଷିବା ସହ ଗୋଡ଼ରେ ବାରମ୍ବାର ତାଙ୍କ ଛାତି ଓ ମୁଣ୍ଡକୁ ଆକ୍ରମଣ କରିଥିଲା। ଫଳରେ ବ୍ୟକ୍ତି ଜଣଙ୍କର ଜୀବନ ଚାଲି ଯାଇଛି। 

Advertisment

ଦକ୍ଷିଣ ଦିଲ୍ଲୀର ଗୋଟିଏ ସ୍କୁଲ ସାମ୍ନାରେ ପୂରା ଘଟଣା ଘଟିଛି। ବ୍ୟକ୍ତି ଜଣଙ୍କ ତାଙ୍କ ବଡ଼ ପୁଅକୁ ସ୍କୁଲରୁ ଘରକୁ ଆଣୁଥିବା ବେଳେ ଷଣ୍ଢ ଆକ୍ରମଣରେ ପ୍ରାଣ ହରାଇଛନ୍ତି।

ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ହେଲେ ୪୨ ବର୍ଷୀୟ ସୁଭାଷ କୁମାର ଝା। ଦିଲ୍ଲୀର କାଲକାଜୀ ସ୍ଥିତ ସେଣ୍ଟ ଜର୍ଜ ସ୍କୁଲ ବାହାରେ ଗତ ଗୁରୁବାର ଷଣ୍ଢ ଆକ୍ରମଣ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ଏବେ ଏହାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ ସୁଭାଷ ପୁଅକୁ ନେଇ ରାସ୍ତାରେ ଆସୁଥିବା ବେଳେ ତାଙ୍କୁ ପଛ ପଟୁ ଗୋଟିଏ ଷଣ୍ଢ ଆକ୍ରମଣ କରିଥିଲା। ଏଥିଯୋଗୁ ସେ ତଳେ ପଡ଼ି ଯାଇଥିଲେ। ଏହାପରେ ଷଣ୍ଢଟି ତାଙ୍କ ମୁହଁ ଓ ଛାତିକୁ ବାରମ୍ବାର ଗୋଇଠା ମାରି ଚାଲିଥିଲା।

ଛୋଟ ପୁଅ ସାମ୍ନାରେ ପୂରା ଘଟଣା ଘଟିଥିବା ବେଳେ ସେ ବାପାଙ୍କୁ ରକ୍ଷା କରିବାକୁ ସବୁ ପ୍ରକାରର ଉଦ୍ୟମ କରିଥିଲେ। ସେ ଚିତ୍କାର କରିବା ସହ ଷଣ୍ଢକୁ ହଟାଇବାକୁ ମଧ୍ୟ ଚେଷ୍ଟା କରିଥିଲେ। ହେଲେ ବେଶ କିଛି ସେକେଣ୍ଡ ଧରି ଷଣ୍ଡଟି ସୁଭାଷଙ୍କୁ ତଳେ ପକାଇ ଦଳି ଚାଲିଥିଲା।

ସ୍ଥାନୀୟ ଲୋକମାନେ ଏହା ଦେଖି ଷଣ୍ଢଟିକୁ ଘୋଉଡ଼ାଇବା ସହ ସୁଭାଷଙ୍କୁ ବାତ୍ରା ହସ୍ପିଟାଲ ନେଇଥିଲେ। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୁଣ୍ଡ, ପିଞ୍ଜର ଓ ଛାତିରେ ଆଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

ସୁଭାଷଙ୍କ ମୂଳ ଘର ହେଉଛି ବିହାରରେ। ସେ ଏଠାରେ ଲୋନ ଏଜେଣ୍ଟ ଭାବେ କାମ କରୁଥିଲେ। ଦୁଇ ପୁଅ ଓ ପତ୍ନୀଙ୍କ ସହ ସେ ବେଶ କିଛି ବର୍ଷ ହେଲା ଦିଲ୍ଲୀରେ ରହୁଥିଲେ। ପୂର୍ବରୁ ମଧ୍ୟ ଉକ୍ତ ସ୍ଥାନରେ ଅନେକ ବୁଲା ପଶୁମାନଙ୍କ ଆକ୍ରମଣରେ ଲୋକମାନେ ଆହତ ହେବାର ନଜିର ରହିଛି। 

Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe