Advertisment

ଜୁଆ ଖେଳରେ ଜିତିଲେ ୩୩ କୋଟି, ଖୁସିରେ ହେଲା ହାର୍ଟ ଆଟାକ୍

ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି।

author-image
Madhupriya Mistry
casino

casino

ବେଳେ ବେଳେ ମଣିଷ ଅଧିକ ଖୁସି ହୋଇଗଲେ ତା' ଆଖିରୁ ଲୁହ ଗଡ଼ି ଆସେ। ଆଉ କେତେବେଳେ ଅଧିକ ଖୁସିକୁ ଲୋକେ ସହ୍ୟ କରିପାରନ୍ତି ନାହିଁ। ଏପରିକି ଅତ୍ୟଧିକ ଖୁସିରେ ତାଙ୍କ ହୃତ୍‌ସ୍ପନ୍ଦନ ଅଟକି ଯାଏ। ଆଉ ସେ ଚେତାଶୂନ୍ୟ ହୋଇ ପଡନ୍ତି। ନିକଟରେ ଏଭଳି କିଛି ଘଟଣା ଘଟିଛି। ଜୁଆ ଖେଳରେ ୩୩ କୋଟିର ଜ୍ୟାକପଟ୍‌ ଲାଗିବା ପରେ ଜଣେ ବ୍ୟକ୍ତି ହୃଦ୍‌ଘାତରେ ଟଳି ପଡିଛନ୍ତି।

Advertisment

ସିଙ୍ଗାପୁର। ଏଠାକାର ଏକ ଜଣାଶୁଣା କ୍ୟାସିନୋକୁ ଜୁଆ ଖେଳିବାକୁ ଆସିଥିଲେ ଜଣେ ବ୍ୟକ୍ତି। ତେବେ ଜୁଆ ଖେଳୁ ଖେଳୁ ଚମକି ଉଠିଥିଲା ତାଙ୍କ ଭାଗ୍ୟ। ତାଙ୍କ ହାତରେ ଲାଗିଥିବା ମୋଟା ଅଙ୍କର ଜ୍ୟାକ୍‌ପଟ୍‌। ସେ ପ୍ରାୟ ୩.୨ ମିଲିଅନ୍ ତଥା ୩୩ ଟଙ୍କା ଜିତିଥିଲେ। ଏହା ଦେଖି ତାଙ୍କ ଖୁସିର ଠିକଣା ରହିନଥିଲା। ସେ କ୍ୟାସିନୋ ଭିତରେ ନାଚିବାକୁ ଲାଗିଥିଲେ। ଚେୟାରରୁ ଠିଆ ହୋଇ ଡେଇଁବା ସହ ପବନରେ ପଞ୍ଚ ମାରିବାକୁ ଲାଗିଥିଲେ। ତେବେ ଏତିକି ବେଳେ କେହି କିଛି ବିଝିବା ପୂର୍ବରୁ ହଠାତ୍ ବ୍ୟକ୍ତି ଜଣକ ଚେତାଶୂନ୍ୟ ହୋଇ ତଳେ ପଡି ଯାଇଥିଲେ।

ଏହାକୁ ନେଇ କ୍ୟାସିନୋରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟ ଆତଙ୍କ ଖେଳିଯାଇଥିଲା। ବ୍ୟକ୍ତିଙ୍କ ସହ ଉପସ୍ଥିତ ଥିବା ମହିଳା ସହାୟତା ପାଇଁ ଗୁହାରି କରିଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କ ଚିକିତ୍ସା କରିବା ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ତେବେ ସୋଶାଲ ମିଡିଆରେ ଉକ୍ତ ବ୍ୟକ୍ତି ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଛି। କିନ୍ତୁ କ୍ୟାସିନୋ ମାଲିକ ଏହାକୁ ଖଣ୍ଡନ କରିଛନ୍ତି।

Advertisment

Viral Video Singapore Casino Heart Attack On Casino